ସଂଧ୍ୟା ଦର୍ଶନ ହେଲା ଶେଷ ଦର୍ଶନ; କାଳିଆକୁ ଦେଖି ପ୍ରାଣ ଛାଡ଼ିଲେ ଭକ୍ତ

ୁୀୁୀୁୀ
ପରମାତ୍ମାଙ୍କ ଦର୍ଶନ ପରେ
ପିଣ୍ଡରୁ ଗଲା ପ୍ରାଣଛାଡ଼ି

 

ଓଡ଼ିଆ ଗସିପ୍ ବ୍ୟୁରୋ: ଏମିତି ସୌଭାଗ୍ୟ କାହାକୁ ମିଳେ? କାଳିଆ ଦର୍ଶନ କରୁ କରୁ ପିଣ୍ଡରୁ ଯଦି ପ୍ରାଣ ଛାଡ଼ିଯାଏ ତେବେ ଏ ସୌଭାଗ୍ୟ ନୁହେଁ ତ ଆଉ କଣ ? ଏମିତି କିଛି ଘଟିଛି ଆଜି ପୁରୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ପର୍ବ ପୂର୍ବରୁ ଆଜି ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ଦର୍ଶନ କରିବାକୁ କାହିଁ କେତେ ଆଡୁ ଲୋକ ଆସିଛନ୍ତି । ଆଡ଼ପ ମଣ୍ଡପରେ ସଂଧ୍ୟା ଦର୍ଶନ କରି କେତେ ଭକ୍ତ ପୂର୍ଣ୍ୟ ଲଭିବେ ବୋଲି ଆଶା କରି ଆସିଥିଲେ । କିଏ ଦର୍ଶନ କରି କୃତ୍ୟ କୃତ୍ୟ ହେଲା ତ ଆଉ କିଏ ଦର୍ଶନ ବିଳମ୍ବରେ କରି ମଧ୍ୟ ପ୍ରଭୂ କୃପା ଲାଭ କରି ନିଜକୁ ଧନ୍ୟ ମନେ କଲା । 


ଆଜି ଏମିତି ଜଣେ ଦର୍ଶନାଭିଳାଶୀ ଭକ୍ତ ଆଡ଼ପ ମଣ୍ଡପରେ କାଳିଆକୁ ଦର୍ଶନ କରି ଘରକୁ ଫେରିବାକୁ ଖୁସି ମନରେ ଫେରୁଥିଲା ବେଳେ ସ୍ୱର୍ଗ ପ୍ରାପ୍ତି କରିଛନ୍ତି । ମୃତ ଭକ୍ତ ଜଣଙ୍କ କାକଟପୁର ଅଞ୍ଚଳର ହୋଇଥିବା ସୂଚନା ମିଳୁଛି । ମହାପ୍ରଭୁଙ୍କୁ ଆଡ଼ପ ଦର୍ଶନ ସାରି ଫେରିବା ପରେ ଭକ୍ତଙ୍କ ମୃତ୍ୟୁ, ଗୁଣ୍ଡିଚା ମନ୍ଦିରରେ ଦର୍ଶନ ସାରି ଫେରି ଅସୁସ୍ଥ ଅନୁଭବ କରିଥିଲେ । ଗୁରୁତର ଅବସ୍ଥାର ମେଡିକାଲ୍‌ରେ ଭର୍ତ୍ତି ପରେ ମୃତ ଘୋଷଣା କରିଛନ୍ତି  ।


ସେପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ଆଜି ଆଡ଼ପ ମଣ୍ଡପରେ ନବମୀ ତିଥିରେ ଶ୍ରୀଜୀଉଙ୍କ ଶେଷ ଦର୍ଶନ ବା ସାଂଧ୍ୟଦର୍ଶନ ୫ଟା ପର୍ଯ୍ୟନ୍ତ ଅନୁମତି ଥିଲା। ତେଣୁ ସକାଳୁ ସକାଳୁ ଆଜି ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା।

ଆସନ୍ତାକାଲି ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପଟେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତୀଙ୍କୁ ସପରିବାର ଦର୍ଶନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ଦିବ୍ୟସିଂହ ଦେବଙ୍କ ସହ ମହାରାଣୀ ଲୀଳାବତୀ ପାଟ ମହାଦେଇ ଓ ତାଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆସନ୍ତାକାଲି ବାହୁଡ଼ାରେ ରଥଉପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ରହିଛି।....
 

Share this story