ଦାନ୍ତ ଉପାଡିବା ନାଁରେ ଦାନ୍ତ ଡାକ୍ତର ନିଶା ଇଞ୍ଜେକ୍ସନ ଦେଇ ବଳାତ୍କାର କଲେ ଓ ଭିଡିଓ ଶୁଟିଂ କରି...

woman sad

ଓଡ଼ିଆ ଗସିପ ବ୍ୟୁରୋ: ଡାକ୍ତରଙ୍କ ଅମାନବୀୟ କାଣ୍ଡ । ଜଣେ ଦାନ୍ତ ଡାକ୍ତର ଇଞ୍ଜେକ୍ସନ ଦେବା ପରେ ଜଣେ 32 ବର୍ଷିୟା ମହିଳାଙ୍କୁ ବଳତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ।  ଏହି ଘଟଣା ପରେ ଦନ୍ତ ଚିକିତ୍ସକଙ୍କୁ ଗିରଫ କରିଛି ପୋଲିସ୍ ।

ମହିଳା ଜଣକ ଦାନ୍ତ ବିନ୍ଧା ହେଉଥିଲା । ସେ ଅକ୍ଟୋବର 16 ରେ ସୟଦପୁର ହକିନ୍ସ ଅଞ୍ଚଳର ଏକ ଦନ୍ତ ଚିକିତ୍ସାଳୟକୁ ଯାଇଥିଲେ । ଯେଉଁଠାରେ ଦନ୍ତ ଚିକିତ୍ସକ ତାଙ୍କୁ କହିଥିଲେ ଯେ ତାଙ୍କ ଦାନ୍ତ ଉପାଡିବାକୁ ପଡିବ ।

ପରେ ମହିଳା ଜଣକ ନିଜ ଦାନ୍ତ ଓପାଡିବାକୁ କ୍ଲିନିକରେ ପହଞ୍ଚିଥିଲେ । ସେତେବେଳେ ସେ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ ଯାହା ତାଙ୍କୁ ଚେତାଶୂନ୍ୟ କରିଦେଇଥିଲା । ତାପରେ ଦାନ୍ତ ଉପାଡି ତାଙ୍କୁ ବଳାତ୍କାର ବି କରିଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ଶୁଟିଂ କରିଥିବା ପୋଲିସ ଅଧୀକ୍ଷକ ରବିନ୍ଦ୍ର କୁମାର କହିଛନ୍ତି ।

ନଭେମ୍ବର ୩ରେ ମହିଳାଙ୍କ ସ୍ୱାମୀ ଏ ଘଟଣା ସମ୍ପର୍କରେ ଜାଣିବା ପରେ ଇଜାଟନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ମହିଳାଙ୍କ କହିବା ଅନୁସାରେ, ଇଞ୍ଜେକ୍ସନ ଦେଇ ତାଙ୍କ ସହ ଡାକ୍ତର ଦୁଷ୍କର୍ମ କରିଥିଲେ ।

ଆଉ ଯେତେବେଳେ ତାଙ୍କ ଚେତା ଫେରିଲା, ତାଙ୍କ ପୋଷାକ ଏଣେ ତେଣେ ହୋଇ ପଡିଥିଲା । ଏହି ବିଷୟରେ ଅଭିଯୋଗ କରିବା ପରେ ଦନ୍ତ ଚିକିତ୍ସକ ତାଙ୍କୁ ହତ୍ୟା ଧମକ ଦେଇଥିଲେ ଏବଂ ଭିଡିଓ ମଧ୍ୟ ଭାଇରାଲ କରିଦେବେ ବୋଲି କହିଥିଲେ ।  ଯେଉଁଥିପାଇଁ ସେ ଡରି ଯାଇଥିଲେ ଏବଂ ଏ ବିଷୟରେ କାହାକୁ କିଛି କହି ନଥିଲେ ।

ମାମଲା ରୁଜୁ ହେବା ପରେ ଦାନ୍ତ ଚିକିତ୍ସକ ଗିରଫ କରାଯାଇଛି ବୋଲି ଏସପି କହିଛନ୍ତି । ଏହା ସହ ମହିଳାଙ୍କ ଡାକ୍ତରୀ ପରୀକ୍ଷା ବି କରାଯାଇଛି । ରିପୋର୍ଟରୁ ତାଙ୍କୁ ବଳାତ୍କାର ହୋଇଥିବା ନିଶ୍ଚିତ ହୋଇଛି ।

Share this story