କର୍ତ୍ତବ୍ୟରେ ଅବହେଳା ପାଇଁ ଦିଲ୍ଲୀ ପୁଲିସକୁ ୨୫ ହଜାର ଟଙ୍କା ଜରିମାନା; ପ୍ରକୃତ କାରଣ ଜାଣିଲେ ଚକିତ ହୋଇଯିବେ

ଓଡ଼ିଆ ଗସିପ ବ୍ୟୁରୋ: ଦିଲ୍ଲୀର କଡକଡଡୁମା କୋର୍ଟ ଦିଲ୍ଲୀ ପୁଲିସ ଉପରେ ୨୫ ହଜାର ଟଙ୍କାର ଜରିମାନା ଲାଗୁ କରିଛନ୍ତି । କୋର୍ଟ କହିଛନ୍ତି, ଦିଲ୍ଲୀ ହିଂସା -୨୦୨୦ ସମୟରେ ପୁଲିସ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଏହି ଜରିମାନା ଲାଗୁ କରାଯାଇଛି । ଅର୍ଥାତ ଦିଲ୍ଲୀ ପୁଲିସ ହିଂସା ସମୟରେ ନିଜ କାମ କରିବାରେ ବିଫଳ ରହିଥିଲା । ଏହି କାରଣରୁ ଜରିମାନା ହୋଇଛି ।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଫେବ୍ରୁଆରି ମାସରେ ଦିଲ୍ଲୀରେ ହିଂସା ହୋଇଥିଲା । ଏହି ସମୟରେ ମହମ୍ମଦ ନାସିରଙ୍କ ଆଖିରେ ଗୁଳି ବାଜିଥିଲା ।
ଏହାପରେ ସେ ପୁଲିସ ପାଖକୁ ୧୯/୩/୨୦ରେ ନିଜର ପଡ଼ିଶା ଘରର ୬ଜଣ (ନରେଶ ତ୍ୟାଗୀ, ସୁଭାଷ ତ୍ୟାଗୀ, ଅତ୍ୟମ ତ୍ୟାଗୀ, ସୁଶିଲ ଓ ନରେଶ ଗୌର)ଙ୍କ ବିରୋଧରେ ଅଭିଯୋଗ ନେଇ ଯାଇଥିଲେ । କିନ୍ତୁ ଦିଲ୍ଲୀ ପୁଲିସ ନାସିରଙ୍କ ଅଭିଯୋଗ ଅନ୍ୟ ଅଭିଯୋଗ ସହିତ ଯୋଡ଼ି ଦେଇଥିଲା । ଯାହାକୁ ନେଇ ତାଙ୍କର କୌଣସି ପ୍ରକାର ନେଣଦେଣ ନଥିଲା ।
କୋର୍ଟ ନିର୍ଦେଶ ଦେଇ କହିଛନ୍ତି, ପୂରା ଘଟଣାକୁ ଦେଖିବା ପରେ ଲାଗୁଛି କି ପୁଲିସ ହିଁ ଅଭିଯୁକ୍ତମାନଙ୍କୁ ବଞ୍ଚାଉଛି । କଡକଡଡୁମା କୋର୍ଟର ସେସନ କୋର୍ଟ ଦିଲ୍ଲୀ ହିଂସାର ଏକ ଘଟଣାକୁ ନେଇ ଶୁଣାଣି କରୁଥିବା ସମୟରେ ଦିଲ୍ଲୀ ପୁଲିସ ନିଜ କାମ ସଠିକ ଭାବେ କରି ନଥିବା କହିଛନ୍ତି । ପୁଲିସ ଏହି ଘଟଣାକୁ ଅବହେଳା ସହ ନେଇଛି ।