ସାଇବର୍ ଠକେଇରେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ, ପୁଳା ପୁଳା ଟଙ୍କା ଜବତ
Jan 20, 2026, 23:49 IST
ଓଡ଼ିଆ ଗସିପ ବ୍ୟୁରୋ (କ୍ରାଇମ୍ ନ୍ୟୁଜ): ସାଇବର୍ ଠକେଇ ମାମଲାରେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ । ଯାଜପୁର ଧର୍ମଶାଳା ଥାନା ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୋଲିସର ମିଳିତ ଚଢ଼ାଉ ହୋଇଛି । ସାଇବର ଠକେଇ ମାମଲାରେ ଆର୍ଥିକ କାରବାର ନେଇ ପୋବଳ ଗାଁର ସରୋଜ ଜେନାଙ୍କ ଘରେ ଚଢ଼ାଉ କରାଯାଇଛି ।
ପାଖାପାଖି ୨୦ ଲକ୍ଷ ଟଙ୍କା ଜବତ ହେବା ସହ ମୁଖ୍ୟ ଅଭିଯୁକ୍ତ ସରୋଜଙ୍କ ସହ ଲିଙ୍କ ଥିବା ୩ ଜଣଙ୍କୁ କଟକ କ୍ରାଇମ ବ୍ରାଞ୍ଚ ଟିମ୍ ଉଠେଇ ନେଇଥିବା ସୂଚନା ମିଳିଛି ।
ଗତକାଲି ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିବା କହିଛନ୍ତି ଧର୍ମଶାଳା ଥାନା ଅଧିକାରୀ । ସେପଟେ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ଫେରାର ରହିଛି ।

