ବାପାକୁ ଦେଇଥିଲେ ଧମକ, ଝିଅର କାଟିଦେଲେ ତଣ୍ଟି..,ଏହି କାରଣ ପାଇଁ ପ୍ରଥମେ ବଳାତ୍କାର ଆଉ ତା ପରେ ହତ୍ୟା

crime against women bihar motihari rape and murder

ଓଡ଼ିଆ ଗସିପ ବ୍ୟୁରୋ: ବିହାରର ମୋତିହାରୀରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକାକୁ ପ୍ରଥମେ ଅପହରଣ କରାଯାଇଥିଲା, ତା ପରେ ସଂଗବଧ ବାବେ  ସାମୁହିକ ବଳାତ୍କାର କରାଯାଇଥିଲା ଏବଂ ପରେ ଝିଅ ଟି ର ଗଳା କାଟି ହତ୍ୟା କରାଯାଇଥିଲା। ଏହି ଘଟଣା ମୋତିହାରୀର ସାଙ୍ଗ୍ରମପୁର ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗ୍ରାମ ର, ଯେଉଁଠାରେ ଦୁଇ ଦିନ ଧରି ନିଖୋଜ ଝିଅ ର ମୃତଦେହ ନିଜ ଗାଁ ମୁଣ୍ଡରୁ ଉଦ୍ଧାର କରାଯାଇଛି।

କିଛି କାମ ପାଇଁ ଝିଅ ଟି ବାହାରକୁ ଯାଇଥିଲା କିନ୍ତୁ ଦୁଇ ଦିନ ପରେ ମଧ୍ୟ ଘରକୁ ଫେରି ଫେରି ନଥିଲା। ନାବାଳିକାଙ୍କ ନିଖୋଜ ସମ୍ପର୍କରେ ସମ୍ପର୍କୀୟମାନେ ପୋଲିସକୁ ସୂଚନା ଦେଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏଭଳି ସମ୍ବେଦନଶୀଳ ମାମଲା ସତ୍ୱେ ପୋଲିସ ପରିବାର ସଦସ୍ୟଙ୍କୁ କିଛି ସାହାଯ୍ୟ କରିନଥିଲା।

ସବ ମିଳିବା ପରେ ପୋଲିସ ହାତ ଉପରେ ହାତ ଛନ୍ଦି ବସିଥିଲା,  ଯାହା ପରେ ନିଖୋଜ ନାବାଳିକାର ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ସହିତ ନିର୍ମମତାର ସୀମା ଅତିକ୍ରମ କରି ଦୁଷ୍କର୍ମକାରୀମାନେ ପ୍ରଥମେ ତାଙ୍କୁ ସାମୁହିକ ବଳାତ୍କାର କରିଥିଲେ ଏବଂ ପରେ ତାଙ୍କ ଗଳା କାଟି ଦେଇଥିଲେ।

ନାବାଳିକାଙ୍କ ବାପା ଗାଁରେ ଥିବା ମଦ ଚୋରା ଚାଲାଣକାରୀଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗ କରିଛନ୍ତି। ଅଭିଯୋଗ ହୋଇଛି ଯେ ମଦ ବିକ୍ରୟ ବ୍ୟବସାୟ କରୁଥିବା ଗାଁର ତିନିରୁ ଚାରି ଜଣ ତାଙ୍କ ଝିଅ କୁ ଶାରୀରିକ ନିର୍ଯାତନା ଦେଇ ତଥା ସାମୁହିକ ବଳାତ୍କାର କରି ହତ୍ୟା କରିଛନ୍ତି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ନାବାଳିକାର ବାପା ପୂର୍ବରୁ ଗାଁରେ ମଦ ବିକ୍ରି ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଏହା ପରେ ଚାରି ଜଣ ଲୋକ ଏହାର ଖରାପ ପରିଣାମ ଭୋଗିବୁ ବୋଲି ପୂର୍ବରୁ ଚେତାବନୀ ଦେଇଥିଲେ।

ଝିଅର ବାପା ଅଭିଯୋଗ କରିଛନ୍ତି ଯେ ଗାଁର ମଣ୍ଟୁ, କୃଷ୍ଣ, କାନହା ଏବଂ ଦିଲୀପ ତାଙ୍କ ଝିଅକୁ ହତ୍ୟା କରିଛନ୍ତି। ଘଟଣାର ଗମ୍ଭୀରତାକୁ ଦେଖି ଡିଏସପି ରଂଜନ କୁମାର ସମ୍ପୃକ୍ତ ପୋଲିସ ଷ୍ଟେସନକୁ ତୁରନ୍ତ ଅପରାଧୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ ଅଧିକାରୀ କହିଛନ୍ତି।

Share this story