ପାଗଳ ପ୍ରେମୀ ସାରଥି ରିଟର୍ଣ୍ଣ

ପାଗଳ ପ୍ରେମୀ ସାରଥି ରିଟର୍ଣ୍ଣ

ଓଡ଼ିଆ ଗସିପ୍ ବ୍ୟୁରୋ: ବିବାଦୀୟ ଧର୍ମଗୁରୁ ଏବଂ ନିଜକୁ ଭଗବାନଙ୍କ ଅବତାର ନୁହେଁ ବରଂ ଭଗବାନ ବୋଲି ଦାବି କରିଥିବା କଳଙ୍କିତ ବାବା ସାରଥି ନିଜର ଯୌନ କ୍ଷୁଧା ମେଣ୍ଟାଇବାକୁ ହାଇଦ୍ରାବାଦ ଯାଇଥିଲେ । ହାଇଦ୍ରାବାଦର ହୋଟେଲ ଗୋଲକୁଣ୍ଡାରେ ବାବା ସାରଥି ରାତି କାଟିଥିଲେ ।

ଜଣେ ଯୁବତୀଙ୍କ ସହ ମସ୍ତ ମସ୍ତ ଆନ୍ଦାଜରେ ଉପଭୋଗ କରିଥିଲେ।  ହୋଟେଲ ଲବିରେ ସୁଟବୁଟ୍ ପିନ୍ଧି ବସିଥିବା ବାବାଙ୍କ ଭିଡିଓ ଭାଇରାଲ୍ ହୋଇଗଲା ଆଉ ତା ପରେ ଯାହା ହେଲା ତାହା ଦୁନିଆ ଦେଖିଲା ଛି ଛାକର କଲା ।

ଏଭଳି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ କେନ୍ଦ୍ରାପଡା ସମେତ ପୂରା ରାଜ୍ୟରେ ଜଳିଥିଲା ଅସନ୍ତୋଷର ନିଆଁ  ଆଉ ଏହାସହ ବଦଳିଯାଇଥିଲା ସାରଥୀଙ୍କ ପରିଚୟ  ।ରାତାରାତି ଆତ୍ମଘୋଷିତ ଭଗବାନ ପାଲଟି ଯାଇଥିଲେ ଭଣ୍ଡ ସାରଥୀ ।

ସାରଥିଙ୍କ ପାଇଁ ଜଳିଥିଲା ପୂରା କେନ୍ଦ୍ରାପଡା । ବାରିମୂଳରୁ ଆରମ୍ଭ ହୋଇଥିବା ଆକ୍ରୋଶ ପୂରା ରାଜ୍ୟକୁ ବ୍ୟାପିଥିଲା  ।ସାରଥୀଙ୍କୁ ଗିରଫ କରିବାକୁ ଚାରିଆଡୁ ଦାବି ଉଠିଥିଲା । ସାରଥୀଙ୍କ ନାଁରେ କିନ୍ତୁ କୌଣସି ଅଭିଯୋଗ ହୋଇ ନ ଥିବାରୁ ବାରିମୂଳ ଆଶ୍ରମ ଭିତରକୁ ପଶି ପାରୁ ନଥିଲା ପୁଲିସ।

ଗଣମାଧ୍ୟମରେ ସାରଥୀଙ୍କ ରୋମାନ୍ସ ଖବର ପ୍ରସାରଣ ପରେ ଅଗଷ୍ଟ ୭ରେ କଟକର ଏକ ଥାନାରେ ସାରଥୀଙ୍କ ନାମରେ ଯୌନ ଶୋଷଣ ନେଇ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଆଉ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

୨୦୧୫ ମସିହା  ୮ ଅଗଷ୍ଟରେ ରାତି ଅଧିଆ କ୍ରାଇମବ୍ରାଞ୍ଚ ପଶିଲା ବାରିମୂଳରେ । ଆଉ  ଉଠାଇ ଆଣିଥିଲା ସାରଥିଙ୍କୁ କେନ୍ଦ୍ରାପଡାରୁ କଟକ  । ରିମାଣ୍ଡ ପରେ ରିମାଣ୍ଡ, ଜେରା ପରେ ଜେରା । ଖୋଲିଥିଲା ଅସଲି ମୁଖା । ତିନି ତିନି ଜଣ ମହିଳା ବାବାଙ୍କ ବିରୋଧରେ ଆଣିଥିଲେ ଅସଦାଚରଣ ଅଭିଯୋଗ । ଆଇନ୍ ଜାଲରେ ଛନ୍ଦି ହୋଇ, ବାବା ଏବେ ପାଲଟି ଯାଇଛନ୍ତି ସାରଥି ନାଟକର ଖଳନାୟକ ।

Share this story