କୋଭିଡ୍ କ୍ୱାରେଣ୍ଟିନ୍ ହୋଟେଲ; ଗାର୍ଡଙ୍କ ଦ୍ୱାରା ଯୌନ ଉତ୍ପିଡନର ଶିକାର ହେଉଥିବା ଅଭିଯୋଗ ଆଣିଲେ ମହିଳା

ଓଡ଼ିଆ ଗସିପ୍ ବ୍ୟୁରୋ: ନିକଟରେ ବିବିସି ରିପୋର୍ଟରେ ଏକ ସାଙ୍ଗାତିକ ଖବର ପ୍ରକାଶ ପାଇଛି । ଯେଉଁଥିରେ ମହିଳାଙ୍କୁ ଯୌନ ଉତ୍ପିଡନର କଥା କୁହାଯାଉଛି । ମହାମାରୀ କରୋନା କାଳରେ ସଂକ୍ରମଣର ଚେନ୍ ଭାଙ୍ଗିବାକୁ ସାରା ବିଶ୍ୱରେ ଲକଡାଉନ୍ , ସଟଡାଉନ୍ କଟକଣା ଜାରି କରାଯାଇଛି । ଏଭଳି ସମୟରେ ସଂକ୍ରମିତ କିମ୍ବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଅବା ଲକ୍ଷଣ ଦେଖାଗଲେ ହୋମ୍ ଆଇସୋଲେସନ ଏବଂ କ୍ୱାରେଣ୍ଟିନ୍ ର ନିୟମ ରହିଛି । ଏପରିକି ରାଜ୍ୟ ଓ ଦେଶ ବାହାରୁ କେହି ଆସିଲେ ଏକ ନିର୍ଦ୍ଧିଷ୍ଟ ଅବଧି ଯାଏ କ୍ୱାରେଣ୍ଟିନ୍ ରେ ରହିବା ବାଧ୍ୟତାମୂଳକ କରାଯାଇଛି । ଏହି ତାଲିକାରେ ବିଭିନ୍ନ ଦେଶର ସରକାର ହୋଟେଲ କ୍ୱାରେଣ୍ଟିନର ବ୍ଯବସ୍ଥା କରିଛନ୍ତି ।
“Too scared to leave her room.”
— Aasmah Mir (@AasmahMir) June 26, 2021
What. Is. Going. On? https://t.co/XXtpTKBCvP
“Too scared to leave her room.”
— Aasmah Mir (@AasmahMir) June 26, 2021
What. Is. Going. On? https://t.co/XXtpTKBCvP
ହେଲେ ଯେଉଁ ମହିଳାମାନେ ହୋଟେଲ କ୍ୱାରେଣ୍ଟିନ୍ ରେ ରହୁଛନ୍ତି ସେମାନେ ସଂପୃକ୍ତ ହୋଟେଲ ଏବଂ ଲଜରେ ସେଠାକାର କର୍ମଚାରୀ ଓ ଗାର୍ଡଙ୍କ ଦ୍ୱାରା ଯୌନ ଉତ୍ପୀଡନର ଶିକାର ହେଉଥିବା ନେଇ ଅଭିଯୋଗ କରିଥିବା ଅନ୍ତେବାସୀ କହିବା ପରେ ଏହି ଘଟଣା ଏବେ ବ୍ରିଟେନରେ ହଡକମ୍ପ ମଚିଯାଇଛି ।
ଜଣେ କି ଦୁଇଜଣ ନୁହେଁ ଅନେକ ସିଙ୍ଗଲ ମହିଳା ଯେଉଁମାନେ ହୋଟେଲରେ ରୁହନ୍ତି ସେମାନେ ଜିଫୋର ଏସ୍ (G4S) କମ୍ପାନୀର ଗାର୍ଡମାନଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା କଥା ଲିଫ୍ଚ ରେ ଥିବା ବେଳେ କେହି ଆଲିଙ୍ଗନ କରିବାକୁ କହି ଧମକାଉଛି ତ ପୁଣି କିଏ ଆଲିଙ୍ଗନ ଏବଂ ଚୁମା ଦେବାକୁ ଧମକାଉଛନ୍ତି । ବାରମ୍ବାର ସେକ୍ସ ପାଇଁ ଗାର୍ଡଙ୍କ ଏମିତି ହିଂସକ ଆବେଦନ ଯୋଗୁଁ ସେମାନେ ମାନସିକ ଚିନ୍ତାରେ ରହୁଥିବା ଅଭିଯୋଗ ଆଣିଛନ୍ତି ।
ସେପଟେ କମ୍ପାନୀ କହିଛି ଯେ, ସେମାନଙ୍କ କର୍ମଚାରୀଙ୍କ ସେବା ସର୍ବୋତ୍ତମ, ସବୁବେଳେ ନିଜର ସେବା ପାଇଁ କମ୍ପାନୀ ପ୍ରତିଷ୍ଠା ଲାଭ କରିଛି । ସେପଟେ ଯେଉଁ ଅଭିଯୋଗ ଆସିଛି ତାହାର ଯାଞ୍ଚ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।