କରୋନା କାଳର ନକଲି ଔଷଧ କାରବାର; ଏମିତି ଫିଟିଲା ନକଲିର ଗୁମର

investigation-into-duplicate-drug-seized

ଓଡ଼ିଆ ଗସିପ ବ୍ୟୁରୋ: କରୋନା କାଳରେ କିଛି ମନ୍ଦ ଉଦ୍ଦେଶ୍ୟର ଲୋକ ଭେଜାଲ୍ ଔଷଧ କାରବାରର କାର୍ପଟଦାର ସାଜି ମୋଟା ଅଙ୍କର ଅର୍ଥ ରୋଜଗାର କରିଛନ୍ତି । ଏମିତି ଏକ ଘଟଣାରେ ଗତ ମାସରେ କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡର ଜଣେ ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ଜେଲ୍ ପଠାଇଛି କ୍ରାଇମବ୍ରାଞ୍ଚ୍।

ଏମାନେ ମାତ୍ର ୬୫ ଟଙ୍କାରେ ଗୋଟିଏ ଗୋଟିଏ ନକଲି ଫାଭିପିରାଭିର୍ ଷ୍ଟ୍ରିପ୍ କିଣି ତାକୁ ୧୨୯୦ ଟଙ୍କାରେ ବିକିବାକୁ ଯୋଜନା କରିଥିଲେ । କିନ୍ତୁ ଗୁରୁ୍ତ୍ୱପୂର୍ଣ୍ଣ ହେଉଛି, ଏଯାଏଁ ଧରାପଡ଼ିନି ପୁରା କାରବାରର ମାଷ୍ଟରମାଇଣ୍ଡ ତଥା କଂପାନୀ ମାଲିକ ଶିବ ପ୍ରସନ୍ନ ଜେନା। ଯାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠିଥିବାବେଳେ କାହା ପ୍ରୋତ୍ସାହନରେ ଚାଲିଥିଲା ଏଭଳି ନିଷିଦ୍ଧ କାରବାର, ସେନେଇ ବି ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି ।...

କଥା ହେଉଛି ଯେ, ସେମାନଙ୍କ ଔଷଧ ନକଲି ଭଳି କମ୍ପାନୀ ମଧ୍ୟ ନକଲି, ଦାମ୍ ବି ନକଲି ଥିଲା । ଲାଭଖୋର ମନୋବୃତ୍ତି ପାଇଁ ପ୍ରାଣରକ୍ଷା ନାଁରେ ପ୍ରାଣନାଶୀ ଷଡ଼ଯନ୍ତ୍ରର ସାଂଘାତିକ ସତ ସାମ୍ନାକୁ ଆସିଥିଲା ।

କଟକ କନିକା ଛକ ସ୍ଥିତ ମେଡ଼ିଲଏଡ୍ ମେଡ଼ିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର  ଭେଜାଲ୍ ଔଷଧ କାରବାରର ଜଣେ ଜଣେ କାର୍ପଟଦାରଙ୍କୁ ଦୁନିଆ ଆଗକୁ ଆଣିଥିଲା ପୋଲିସ । ଜଣେ ଥିଲେ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶିକା, ଯିଏ ମୁଖ୍ୟ ଅଭିଯୁକ୍ତ ଶିବପ୍ରସନ୍ନ ଜେନାଙ୍କ ପତ୍ନୀ । ଅନ୍ୟ ଜଣେ ଥିଲେ ମ୍ୟାନେଜର ପ୍ରୀତିରଂଜନ ପରିଡ଼ା ଆଉ ଜଣେ ଗୋଦାମ୍ ଇନଚାର୍ଜ ସତ୍ୟପ୍ରକାଶ ମହାନ୍ତି । ଯାହାଙ୍କୁ ଗିରଫ କରି ପୁରା ଘଟଣା ସମ୍ପର୍କରେ କ୍ରାଇମବ୍ରାଞ୍ଚ ପଚରା ଉଚୁରା କରିଥିଲା । ତାସହ ଭେଜାଲ୍ କାରବାରର ଫିଟାଇଥିଲା ଗୁମର ।

କରୋନା ଚିକିତ୍ସା ପାଇଁ ବ୍ଯବହୃତ ଫାଭିପିରାଭିର୍ର ଫାଭିମ୍ଯାକ୍ସ-200 ଏବଂ ଫାଭିମ୍ୟାକ୍ସ-400 ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ ଏମାନେ । ଯେଉଁ ଷ୍ଟ୍ରିପ୍ର ଦାମ୍ ୬୫ ଟଙ୍କା, ତାକୁ ୧୨୯୦ ଟଙ୍କା ଅର୍ଥାତ ୨୦ ଗୁଣା ଦରରେ ବିକ୍ରି ପାଇଁ କରିଥିଲେ ଯୋଜନା  ସୂଚନା ଥାଉ କି ଗିରଫ ୩ ଜଣଙ୍କୁ ଜେଲ ପଠାଯିବା ସହ କଂପାନିର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷରୁ ଅଧିକ ଟଙ୍କାକୁ ଫ୍ରିଜ୍ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍  ।

Share this story