କ୍ରାଇମ୍ ହଟସ୍ପଟ ଚିହ୍ନଟ କରିବ କମିଶନରେଟ୍ ପୋଲିସ

କ୍ରାଇମ୍ ହଟସ୍ପଟ ଚିହ୍ନଟ କରିବ କମିଶନରେଟ୍ ପୋଲିସ

ଓଡ଼ିଆ ଗସିପ୍ ବ୍ୟୁରୋ;ଗୁଗଲ ମ୍ୟାପିଂ ଜରିଆରେ କେଉଁଠି ଓ କେଉଁ ପ୍ରକାରର ଅପରାଧ ହେଉଛି ତାହାର ନିରୀକ୍ଷଣ କରି କ୍ରାଇମ ହଟସ୍ପଟ ଚିହ୍ନଟ କରାଯିବ ।  ଗୁଗଲ ଆପ୍ଲିକେଶନ ର ସହାୟତା ନେଇ କ୍ରାଇମ୍ ମ୍ୟାପିଂ ଟେକନିକ୍ ଆପଣାଇବ ପୋଲିସ୍ ।

ଗତ କିଛି ବର୍ଷ ଧରି ରାଜଧାନୀରେ ଘଟିଥିବା ଚେନ୍ ଲୁଟ୍, ଚୋରି ଆଦି ଅପରାଧର ସ୍ଥାନ ସବୁ ଗୁଗଲ ମ୍ୟାପ ରେ ସ୍ଥାନ ପାଇବ । ଯେଉଁ ଅଞ୍ଚଳରେ ଯେତେ ଅଧିକ ଅପରାଧ ଘଟିଛି ସେହି ସ୍ଥାନକୁ କ୍ରାଇମ ହଟସ୍ପଟ ଭାବେ ଚିହ୍ନଟ କରାଯିବ ।ଏହାକୁ ଆଧାର କରି ପୋଲିସ ଆଗାମୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ।  

ପ୍ରଥମ ପର୍ଯ୍ୟାୟରେ କେବଳ ସ୍ନାଚିଂ ବା ସୁନା ଚେନ୍, ଅଳଙ୍କାର ଲୁଟ୍ ଘଟଣା  ଗୁଡ଼ିକର ଅନୁଧ୍ୟାନ କରାଯିବ । କେମିତି ଅପରାଧୀ ମାନେ ଅପରାଧ ଘଟାଉଛନ୍ତି ଏବଂ ସେମାନେ କେଉଁ ଶୈଳୀରେ ଅପରାଧକୁ ରୂପ ଦେଉଛନ୍ତି ତାହାର ବିଶ୍ଳେଷଣ ହେବ ।

ଗତ 10 ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ସ୍ଥାନରେ 20ରୁ ଅଧିକ ସ୍ଥାନରେ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ବର୍ତ୍ତମାନ ଏହି ନୂଆ ତରିକା ମାଧ୍ୟମରେ ପୋଲିସ ଗୁଗଲ ମ୍ୟାପିଂ ଜରିଆରେ ସେହି ସବୁ ସ୍ଥାନ ଉପରେ ତୀକ୍ଷଣ ନଜର ରଖି ପାରିବେ । ଡିସିପି ଅଫିସରୁ ଏହି ସବୁ ସ୍ଥାନ ଉପରେ ତୀକ୍ଷ୍ଣ ନଜର ରଖିବା ସହ ଗୁଗୁଲ ମ୍ୟାପିଂ ଜରିଆରେ ଅପରାଧର ଶୈଳୀ ଅନୁଧ୍ୟାନ କରିବ କମିଶନରେଟ୍ ପୋଲିସ ।

Share this story