ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ଗୁମର ଖୋଲିବ କି ସେବାଶ୍ରମ ଆର୍ଥିକ କାରବାର? ଥାନାରେ ହାଜର ହେବା ପାଇଁ ଆଶ୍ରମର ଦୁଇ ସଦସ୍ୟଙ୍କୁ ନୋଟିସ୍‌

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ଗୁମର ଖୋଲିବ କି ସେବାଶ୍ରମ ଆର୍ଥିକ କାରବାର? ଥାନାରେ ହାଜର ହେବା ପାଇଁ ଆଶ୍ରମର ଦୁଇ ସଦସ୍ୟଙ୍କୁ ନୋଟିସ୍‌
ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାର ଗୁମର ଖୋଲିବ କି ସେବାଶ୍ରମ ଆର୍ଥିକ କାରବାର? ଥାନାରେ ହାଜର ହେବା ପାଇଁ ଆଶ୍ରମର ଦୁଇ ସଦସ୍ୟଙ୍କୁ ନୋଟିସ୍‌

ଓଡ଼ିଆ ଗସିପ୍ ବ୍ୟୁରୋ: ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ଲାଗି ରହିଛି ସସ୍‌ପେନ୍ସ । ରେଳଲାଇନ୍ ରୁ ଆଦିତ୍ୟର ମୃତଦେହ ଉଦ୍ଧାର ହୋଇଥିବାରୁ ରେଳବାଇ ପୁଲିସ ଗତକାଲି ରେଳବାଇ କର୍ତ୍ତୃପକ୍ଷଙ୍କୁ ଘଟଣା ଦିନ ଯିବା ଆସିବା କରୁଥିବା ଟ୍ରେନ୍ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ନୋଟିସ୍ କରିଥିଲା । ଅନ୍ୟପଟେ ଏହି ହତ୍ୟା ମାମଲାକୁ ନେଇ ତଦନ୍ତ ଜୋର କରିଛି ରେଳବାଇ (ଜିଆରପି) ପୁଲିସ ।

କିଛି ଦିନ ତଳେ ଆଦିତ୍ୟଙ୍କ ଏକ ଡାଏରୀ ପୁଲିସ ହାତରେ ଲାଗିଥିଲା । ଯାହାକୁ ନେଇ ପୁଲିସ ଡାଏରୀରେ ଉଲ୍ଲେଖ ରହିଥିବା ସେବାଶ୍ରମର ସଦସ୍ୟମାନଙ୍କୁ ପଚରାଉଚରା କରିବା ପାଇଁ ମନବଳେଇଛି । ମାନବପ୍ରେମୀ ଆଦିତ୍ୟ ଦାସ ଏକ ପିପୁଲ ଫର ସେବା ଆଶ୍ରମ ଚଳାଉଥିଲେ । ସେଥିରେ ବିକାଶ ଓ ପପୁ ଭଳି ଦୁଇ ଜଣଙ୍କ ନାଁ ଡାଏରୀରେ ରହିଥିବାରୁ ପୁଲିସ ସେମାନଙ୍କୁ ଜେରା କରିବ ବୋଲି ଜଣାପଡିଛି ।

ସେମାନଙ୍କୁ ଥାନାରେ ହାଜର ହେବା ପାଇଁ ପୁଲିସ ନୋଟିସ୍ କରିଥିବା ଜଣାପଡିଛି । ଏହି ଦୁଇ ଜଣ ସେବାଶ୍ରମର ସଦସ୍ୟ ପଦରେ ଥିବାରୁ ପୁଲିସ ସେବାଶ୍ରମର ଆର୍ଥିକ କାରବାରକୁ ନେଇ ଖୋଳତାଡ଼ ଆରମ୍ଭ କରିଛି । ସେପଟେ ଜୁନ୍ ୧ରୁ ଜୁଲାଇ ୬ତାରିଖ ପର୍ଯ୍ୟନ୍ତ ଆଦିତ୍ୟଙ୍କ କଲ ରେକର୍ଡ ଯାଞ୍ଚ ଆରମ୍ଭ କରିଛି ରେଳବାଇ ପୁଲିସ । ଏହି ଦିନ ଭିତରେ ଆଦିତ୍ୟ କାହାକାହା ସହ କଥା ହୋଇଥିଲେ ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଦେଇଛି ।

ସୂଚନା ମିଳିଛି କି, ସେବାଶ୍ରମର ସଦସ୍ୟ ଓ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକୁ ପୁଲିସ ଗୁରୁତର ସହ ନେଇଛି ଏବଂ ପତ୍ନୀଙ୍କ ଅଭିଯୋଗ ସେବାଶ୍ରମ ଟଙ୍କା ଉଠାଇବା ନେଇ ମାନବ ଚିନ୍ତାଗ୍ରସ୍ତ ଥିବା ପୁଲିସ ଏହି ଦିଗରେ ମଧ୍ୟ ତଦନ୍ତ ଚଳାଇଛି ।

ବିକାଶ ଓ ପପୁଙ୍କୁ ଜେରା ପରେ ଏହି ହତ୍ୟା ଘଟଣାର କିଛି ତଥ୍ୟ ପୁଲିସ ହାତରେ ଲାଗିବ ବୋଲି ଆଶା କରାଯାଉଛି ।

Share this story

World Odia Language Conferene