RD କଲେଜ ଛାତ୍ରୀଙ୍କ କେମିତି ହେଲା ମୃତ୍ୟୁ ?

ଓଡ଼ିଆ ଗସିପ୍ ବ୍ଯୁରୋ: ସବୁ କିଛି ଠିକ୍ ଠାକ୍ ଥିଲା କିନ୍ତୁ ଅଚାନକ ଖବର ଆସିଲା ଝିଅ ଆଉ ନାହିଁ । ରାସ୍ତା କଡ଼ରୁ ମିଳିଛି ଝିଅର ମୃତ ଦେହ । ଆସି ଶବ ଚିହ୍ନଟ କରି ଯାଆନ୍ତୁ ଏମିତି ଶୁଣିଲା ପରେ କେଉଁ ବାପା ଆଉ ଭାଇ ଧର୍ଯ୍ୟ ଧରି ରହିପାରିବ ? କିନ୍ତୁ ଏମିତି ହିଁ ହୋଇଛି । ବାପା ଛାତିରେ ପଥର ରଖି ଆସିଲା, ଭାଇ ମଧ୍ୟ ଭାରି ମନରେ ଆସି ଭଉଣୀର ଶବ ଚିହ୍ନଟ କରିଗଲା ।
ଚର୍ଚ୍ଚା ସେତେବେଳଠୁ ଜୋର ଧରିଲା ଯେତେବେଳେଠୁ ଜଣାପଡ଼ିଲା ଯେ, ଯାଜପୁର ଜିଲ୍ଲାର କୁଆଖିଆ ମୂଳାପାଳ ଛକ ନିକଟ ରାସ୍ତା କଡ଼ରୁ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଉ ଉଦ୍ଧାର ମୃତ ଛାତ୍ରୀଙ୍କ ନାଁ ଝରାଫୁଲ ନାଏକ । ସେ ଭୁବନେଶ୍ୱର ରମାଦେବୀର +୩ ଛାତ୍ରୀ ।
ଛାତ୍ରୀ ଜଣଙ୍କୁ କେହି ହତ୍ଯା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଘଟଣାର ଖୋଳତାଡ଼ କରିବା ପରେ ପୋଲିସ ହାତରେ କିଛି ସିସିଟିଭି ଫୁଟେଜ ଲାଗିଛି । ଏହି ଫୁଟେଜ୍ରୁ ଯୁବତୀଙ୍କୁ କିଏ ଓ କେମିତି ଆଣି ଏଠାରେ ଫିଙ୍ଗିଲେ ତାହା ଜଣାପଡ଼ିଛି ।
ସିସିଟିଭି ଫୁଟେଜର ଦୃଶ୍ଯ ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟାରେ ଦୁଇ ଜଣ ଯୁବକ ସ୍କୁଟିରେ ଛାତ୍ରୀଙ୍କ ମୃତଦେହ ଆଣି ଏଠାରେ ଫିଙ୍ଗି ଦେଇଥିବା କିଛି ଲୋକ ଦେଖିଥିଲେ । କୁଆଖିଆ ପୋଲିସ ଓ ଯାଜପୁରରୋଡ଼ ଏସଡିପିଓ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛନ୍ତି ।
ତେବେ ଝରାଫୁଲଙ୍କ ବାପାଙ୍କ କହିବାନୁସାରେ, ୨୫ ତାରିଖ ଭଉଣୀ ଜନ୍ମଦିନ ପାଳନ ପାଇଁ ଘରକୁ ଆସିଥିଲେ ଝରାଫୁଲ । ଏହାପରେ ୨୬ ତାରିଖ ସକାଳୁ ଝିଅକୁ ବସ୍ ରେ ବସାଇ ଚାଲି ଯାଇଥିଲେ ସେ । ଦିନ ପ୍ରାୟ ୧୧ ଟା ପରେ ହେବ ଝିଅକୁ ଫୋନ୍ କରିବାରୁ ଶୌଚ ପାଇଁ ବାଣୀବିହାର ଓହ୍ଲାଇଥିଲି । ଫ୍ରେସ୍ ହେଇ ବସ୍ ରେ ପଳାଇବି ବୋଲି ବାପାଙ୍କ କହିଥିଲେ ଝରାଫୁଲ । ଏହାପରେ କିଛି ସମୟ ପରେ ଝିଅର ମୋବାଇଲ୍ ସ୍ବିଚ୍ ଅଫ୍ ହୋଇଯାଇଥିଲା ବୋଲି ତାଙ୍କ ବାପା କହିଛନ୍ତି ।