"ଦେହ ସୁଖ ନୁହେଁ, ମୋର ଟଙ୍କା ଦରକାର", ପ୍ରେମିକାର ଏତିକି କଥାରେ ସବୁ ସାରିଦେଲା ପ୍ରେମିକ

Btech student commits suicide in Bhubaneswar Marital angle surfaces

ଓଡ଼ିଆ ଗସିପ ବ୍ୟୁରୋ (ଭୁବନେଶ୍ୱର ସ୍ୱତନ୍ତ୍ର ପ୍ରତିନିଧି): 'ତୁ ମୋର ହବୁନି ତ ଆଉ କାହାର ହେବାକୁ ମୁଁ ଦେବିନି । ମୁଁ ବଞ୍ଚିଥିଲା ବେଳେ ଆଉ କାହାର ସିନ୍ଦୁର ତୋ ମଥାରେ ଦେଖିପାରିବିନି । ' ଏଭଳି ଢଙ୍ଗର ଡାଇଲଗ ଆମେ କୌଣସି ଯାତ୍ରା କିମ୍ବା ଫିଲ୍ମରେ ଶୁଣିଥିବା । କିନ୍ତୁ ଏବେ ଏମିତି କିଛି ଘଟଣା ଖୋଦ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ରିୟଲ ଲାଇଫରେ ନିଜ ପ୍ରେମିକାକୁ ଏଭଳି କିଛି କହି ବେକରେ ଓଢଣୀ ଲଗାଇ ମୃତ୍ୟୁ ବରଣ କରିଛନ୍ତି ଏ ଯୁବକ । ନାଁ ବୁବୁନା ପ୍ରଧାନ । ଘର ପୁରୁଣା ଭୁବନେଶ୍ୱର ।

ଗତକାଲି ଝୁଲନ୍ତା ଅବସ୍ଥାରେ ପୋଖରୀପୁଟରେ ଥିବା ଏକ ଓୟୋ ହୋଟେଲ୍ ରୁ ମିଳିଛି ତାଙ୍କ ମୃତଦେହ । ଆଉ ମୃତ୍ୟୁ ବେଳକୁ ପାଖରେ ଥିଲା ପ୍ରେମିକା । ବାହାଘରକୁ ନେଇ ଦୁହିଙ୍କ ଭିତରେ ଝଗଡା ହେବା ପରେ ବୁବୁନା ଚରମ ନିଷ୍ପତ୍ତି ନେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ବିଟେକ (BTech) ପାଠ ପଢିଥିଲେ ମୃତକ ଯୁବକ ଜଣଙ୍କ । ବାଙ୍ଗାଲୋରରେ ରହୁଥିବା କଥା ମଧ୍ୟ ପରିବାର ଲୋକଙ୍କୁ ଜଣାଇଥିଲେ । କିନ୍ତୁ ବଙ୍ଗାଲୋରରୁ ଫେରି ଗତ କିଛି ଦିନ ହେଲା ସେ ଯୁବତୀ ଜଣଙ୍କ ସହ ଭୁବନେଶ୍ୱରରେ ଲିଭ ଇନରେ ରହୁଥିଲେ । ହେଲେ ଘର ଲୋକ ଏକଥା ଜାଣିନଥିଲେ । କାଲି ବୁବୁନାଙ୍କ ଦେହ ଖରାପ ଥିବା କଥା ଯୁବତୀ ଜଣଙ୍କ ତାଙ୍କ ଘରକୁ ଫୋନ କରି ଜଣାଇଥିଲେ । ହେଲେ ଘର ଲୋକ ପହଁଚିବା ବେଳକୁ ଝୁଲନ୍ତା ଅବସ୍ଥାରେ ପୁଅର ମୃତଦେହ ପାଇଥିଲେ ।

ଏ ନେଇ ଅଭିଯୋଗ ହେବାପରେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ଛାନଭିନ ଜାରି ରଖିଛି । ହୋଟେଲର ସିସିଟିଭି କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି । ସମ୍ପୃକ୍ତ ଯୁବତୀ ଜଣଙ୍କ ଭୁବନେଶ୍ୱରରେ ଥିବା ବେଳେ ତାଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଥାନାଧିକାରୀ କହିଛନ୍ତି । 

ସମ୍ପୃକ୍ତ ଯୁବତୀଙ୍କର ଅନ୍ୟ ସ୍ଥାନରେ ବିବାହ ଫାଇନାଲ୍ ହୋଇସାରିଛି । ମୃତକ ଜଣଙ୍କ ଭଲ ଚାକିରୀ କରିନଥିବାରୁ ତାଙ୍କୁ ବିବାହ କରିବାକୁ ପ୍ରତ୍ୟାଖ୍ୟାନ କରିଥିଲେ ଯୁବତୀ । ଏଣୁ ଆବଶ୍ୟକ ସ୍ଥଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫାରେ ତାଙ୍କ ବିରୋଧରେ ମଧ୍ୟ ହୋଇପାରେ ମାମଲା ।

Share this story