ଭାଉଜର କାଟିଦେଲା ଦିଅର: ତଣ୍ଟି କାଟିଥିବା ଯୁବକକୁ ଧରିଲା ପୋଲିସ

ଭାଉଜର କାଟିଦେଲା ଦିଅର: ତଣ୍ଟି କାଟିଥିବା ଯୁବକକୁ ଧରିଲା ପୋଲିସ

ଓଡ଼ିଆ ଗସିପ୍ ବ୍ୟୁରୋ: ମା ସମାନ ଭାଉଜର ତଣ୍ଟି କାଟିଦେଲା ଦିଅର । ସମ୍ପତ୍ତି ଲୋଭରେ ଏକ ଜଘନ୍ୟକାଣ୍ଡ ଘଟିଛି କଟକ ଜିଲ୍ଲାରେ । କଟକ ସହରର ଶିଖରପୁର ଉପର ସାହିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଭାଉଜର ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଚାଉଳିଆଗଞ୍ଜ ପୋଲିସ୍‌ ଦିଅରକୁ ଅଟକ ରଖି ପଚରାଉଚରା କରୁଛି । ସମ୍ପତ୍ତି ଲୋଭରେ ଦିଅର ହତ୍ୟା କରିଥିବା ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ।

ଭିଣୋଇଙ୍କ ମୃତ୍ୟୁ ପରେ ସମ୍ପତ୍ତି ଲୋଭରେ ଦିଅର ତାଙ୍କ ଭଉଣୀ ଓ ପିଲାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ବୋଲି ମୃତ ମହିଳାଙ୍କ ଭାଇ ଅଭିଯୋଗ ଆଣିଛନ୍ତି । ଏପରିକି ପୂର୍ବରୁ ଥରେ ମାରି ଦେବାକୁ ମଧ୍ୟ ସେ ଚେଷ୍ଟା କରିଥିଲା । ଏନେଇ ସେତେବେଳେ ଥାନାରେ ଅଭିଯୋଗ କରିବା ଲାଗି ଭଉଣୀଙ୍କୁ କହିଥିଲେ । ହେଲେ ଦିଅରଙ୍କ ପରିବାରର ଭବିଷ୍ୟତକୁ ଦେଖି ଭଉଣୀ ଅଭିଯୋଗ କରିନଥିଲେ ବୋଲି ମୃତ ମହିଳାଙ୍କ ଭାଇ କହିଛନ୍ତି । ଗତକାଲି ରାତିରେ ଛୁରୀରେ ଭୁଷି ତାଙ୍କ ଭଉଣୀଙ୍କ ହତ୍ୟା କରାଯାଇଛି ବୋଲି ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଡିମିରିଆ ଗାଁରେ ୨ ଝିଅ ଓ ସ୍ତ୍ରୀକୁ ସ୍ୱାମୀ ହାଣିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ପ୍ରାଣବନ୍ଧୁ ରାଉତ । ଘରୋଇ କଳିକୁ କେନ୍ଦ୍ର କରି ପ୍ରାଣବନ୍ଧୁ ପତ୍ନୀ ଓ ୨ ଝିଅଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି । ପ୍ରାଣବନ୍ଧୁଙ୍କ ଫାର୍ସା ଚୋଟରେ ଗୁରୁତର ସ୍ତ୍ରୀଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଆକ୍ରମଣରେ ଆହତ ୨ ଝିଅଙ୍କୁ ଢେଙ୍କାନାଳ ହସ୍ପିଟାଲ ଭର୍ତ୍ତି କରାଯାଇଛି । ପ୍ରାଣବନ୍ଧୁଙ୍କୁ ଗାଁଲୋକେ କାବୁ କରି ଘରେ ବନ୍ଦ କରି ରଖି ଥିବାବେଳେ କାମାକ୍ଷାନଗର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Share this story