ମୃଦୁ ପାନୀୟ ପିଉଥିଲେ ସାବଧାନ; ରକ୍ତବାନ୍ତି କରି ମରୁଛନ୍ତି ଲୋକେ: ଚେନାଇ ରୁ ଆସିଲା ଏହି ବଡ ଖବର

Cold drinks death

ଓଡ଼ିଆ ଗସିପ ବ୍ୟୁରୋ: କୋଲ୍ଡ ଡ୍ରିଙ୍କ ବା ମୃଦୁ ପାନୀୟ ପାଇଁ ନାବାଳିକାର ଜୀବନ ଯାଇଛି । ୧୩ ବର୍ଷୀୟା ଝିଅ ସ୍ଥାନୀୟ ଗ୍ରୋସରୀ ଦୋକାନରୁ କୋଲ୍ଡ ଡ୍ରିଙ୍କ କିଣି ପିଇବା ପରେ ମୃତ୍ୟୁବରଣ କରିଥିବା ପୋଲିସ କହିଛି। ଅଭାବନୀୟ ଘଟଣାଟି ଚେନ୍ନାଇର ବେସାନ୍ତ ନଗର ଅଞ୍ଚଳରେ ଘଟିଛି।

ତରଣୀ ନାମକ ୧୩ ବର୍ଷର ଝିଅ ମଙ୍ଗଳବାର ଅପରାହ୍ଣରେ କୋଲ୍ଡ ଡ୍ରିଙ୍କ ପିଇବା ପରେ ରକ୍ତ ବାନ୍ତି କରିଥିଲେ । ଏହା ପରେ ତାଙ୍କ ବଡ଼ ଭଉଣୀ ଅଶ୍ବିନୀ ବାପା-ମାଙ୍କୁ ଫୋନ୍‌ କରି ଘରକୁ ତୁରନ୍ତ ଡକାଇଥିଲେ।

ସେମାନେ ଆସି ତରଣୀଙ୍କୁ ଘର ପାଖରେ ଥିବା ଏକ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ତରଣୀ ହସ୍ପିଟାଲରେ ପହଞ୍ଚିବା ବେଳେକୁ ତାଙ୍କର ଶରୀରର ରଙ୍ଗ ନୀଳ ହୋଇଯାଇଥିଲା ବୋଲି ଜଣାପଡ଼ିଛି । ଏମିତି ଏକ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବୁଧବାର ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଶୋଲାଭରମରେ ଥିବା ଏକ କୋଲ୍ଡ ଡ୍ରିଙ୍କ କମ୍ପାନୀକୁ ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି।

ତରଣୀ ପିଇଥିବା କୋଲ୍ଡ ଡ୍ରିଙ୍କର ୫୪୦ ବଟଲ ଜବତ ହୋଇଥିବା ବେଳେ ସେଠାରୁ ବିଭିନ୍ନ ଦୋକାନକୁ ସେଗୁଡ଼ିକ ପଠାଯାଇଥିବା ଜଣାପଡ଼ିଛି। ଚେନ୍ନାଇରେ ମୋଟ ୧୭ଟି ବୋତଲ ବିକ୍ରି ହୋଇଛି। ତେବେ ତରଣୀଙ୍କୁ ଆସ୍ଥମା ଥିଲା। ଡାକ୍ତର ତାଙ୍କୁ ମୃଦୁ ପାନୀୟ ପିଇବାକୁ ବାରଣ କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି।

ତରଣୀଙ୍କ ମୃତଦେହର ବ୍ୟବଚ୍ଛେଦ ଏକ ସରକାରୀ ହସ୍ପିଟାଲରେ ହୋଇଥିବା ବେଳେ କୋଲ୍ଡ ଡ୍ରିଙ୍କ ତାଙ୍କର ଶ୍ବସନ ତନ୍ତ୍ରକୁ ପ୍ରଭାବିତ କରିଥିବାରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କୋଲ୍ଡ ଡ୍ରିଙ୍କର ସାମ୍ପଲ ଫରେନ୍ସିକ୍‌ ଟେଷ୍ଟ ପାଇଁ ପଠାଯାଇଥିବା କହିଛି ପୋଲିସ।

Share this story