ଚୌଦ୍ୱାର ଜେଲରେ ଗୋପାଳ ପଢୁଛି ଭାଗବତ : ସେଲରେ ଟିଭି କାମ କରୁନଥିବାରୁ ଆହୁରି ବହୁତ କିଛି ଗୁହାରୀ କଲା ଗୋପାଳ

ASI Gopal Das read Gita Bhagabat inside jail cell

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଗୋପାଳ ଦାସ ପଢୁଛି ଭାଗବତ । ବୋଧହୁଏ ନିଜେ କରିଥିବା କର୍ମ ବାବଦରେ ଏବେ ଅନୁତାପ କରି ନିଜ ଭିତରେ ଥିବା ଭଲ ମଣିଷ ପଣିଆକୁ ଉଜାଗର କରିବାକୁ ଚେଷ୍ଟା କରୁଛି ଗୋପାଳ ଦାସ ।

ଚୌଦ୍ୱାର ସର୍କଲ ଜେଲରେ ଥିବା ଏହି ଚର୍ଚ୍ଚିତ ଅପରାଧୀ ଏବେ ସେଲିବ୍ରିଟି ଭଳି ହାବଭାବ ଦେଖାଉଛି । ଜେଲ ଭିତରେ ସେ ପଢାପଢି କରିବାକୁ ଇଛା ରଖୁଥିବା ସୂଚନା ରହିଛି ।

ଗୋପାଳ ଦାସ ଭାଗବତ ବ୍ୟତୀତ ସ୍ୱାମୀ ବିବେକାନନ୍ଦଙ୍କ ବହି ମଧ୍ୟ ପଢିବାକୁ ରୁଚି ରଖୁଥିବା ସୂଚନା ରହିଛି । ତେଣୁ ବିବେକାନନ୍ଦଙ୍କ ବହି ଆଣି ଦେବାକୁ ନିବେଦନ କରୁଥିବା ସୂଚନା ରହିଛି । ଦିନକୁ ୩ଟି ଓଡ଼ିଆ ଖବର କାଗଜ ବି ପଢୁଛି ।

କିନ୍ତୁ ଗୋପାଳ ରହୁଥିବା ସେଲରେ ଲାଗିଥିବା ଏଲଇଡି ଟିଭି ଚାଲୁ ନାହିଁ । ଏଭଳି ସ୍ଥିତିରେ ଗୋପାଳ ବିଭିନ୍ନ ଟିଭି ସିରିଏଲ୍ ଦେଖିବା ପାଇଁ ଜେଲ୍ ଅଧିକାରୀଙ୍କୁ ଅନୁରୋଧ କରୁଥିବା ସୂଚନା ରହିଛି ।

ତେଣୁ ଟିଭି ମରାମତି ପାଇଁ ଜେଲ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଜେଲର ପ୍ରତ୍ୟେକ ସେଲରେ ଫ୍ୟାନ୍ ଓ ଟିଭି ରହିଥିବା ବେଳେ ଗୋପାଳ ଥିବା ସେଲର ଟିଭି ଖରାପ ହୋଇଯାଇଛି ।

ତା ସଂପର୍କରେ ପ୍ରକାଶ ପାଇଥିବା ଖବରକୁ ସେ ଗୋଟି ଗୋଟି କରି ପଢୁଛି । ହେଲେ ସେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତର ଲକ୍ଷଣ ନଥିବା ଜେଲ୍ କର୍ତ୍ତୃପକ୍ଷ ଅନୁଭବ କରୁଛନ୍ତି ।

Share this story