ମା ହୋଇବି ମାରିଦେଲା, ନିଜେ ମରିବାକୁ ଯାଉଥିଲା ମରୁ ମରୁ ବଞ୍ଚିଗଲା

ମା ହୋଇବି ମାରିଦେଲା, ନିଜେ ମରିବାକୁ ଯାଉଥିଲା ମରୁ ମରୁ ବଞ୍ଚିଗଲା

ଓଡ଼ିଆ ଗସିପ୍ ବ୍ୟୁରୋ: ଏହା ଏକ ହୃଦୟ ବିଦାରକ ଖବର ଅଟେ । ମନକୁ ଭାରାକ୍ରାନ୍ତ କରିବା ସହ ସମାଜକୁ ଏକ ଭୁଲ୍ ବାର୍ତ୍ତା ଯାଉଥିବା ଖବର ଅଟେ । ଅନିଚ୍ଛା ସତ୍ତ୍ୱେ ଆମେ ଏହି ଖବର ଆମ ପାଠକଙ୍କ ନିକଟରେ କେବଳ ସଚେତନତା ପାଇଁ ପ୍ରକାଶିତ କରୁଛୁ । ଖବର କିଛି ଏହି ପରି...

ପାରିବାରିକ ଅଶାନ୍ତିର କରୁଣ ଚିତ୍ର । ୩ ଛୁଆଙ୍କୁ ବିଷ ପିଆଇ ମାନିଜେ ବିଷ ପିଇ ଦେଇଛି । ୨ ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ମାଓ ଅନ୍ୟ ଜଣେ ଶିଶୁକନ୍ୟା ମୃତ୍ୟୁ ସହ ସଂଗ୍ରାମ କରୁଛି । ଏଭଳି ଅଭାବନୀୟ ଘଟଣା ଚନ୍ଦକା ଥାନା ବିଞ୍ଝଗିରି କନ୍ଦଲେଈ ଗାଁରେ ଘଟିଛି । ନିଜ ସନ୍ତାନଙ୍କୁ ବିଷ ଦେଇଥିବା ବିଧବା ମାହେଉଛନ୍ତି ଜାନକୀ ଗାଗାରେଇ । ସମସ୍ତଙ୍କୁ ଚନ୍ଦକା ଥାନା ପୁଲିସ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲ ପଠାଇଥିଲେ ମଧ୍ୟ ଡାକ୍ତର ସେଠାରେ ଦୁଇ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ଶିଶୁକନ୍ୟା ଏଠାରେ ଚିକିତ୍ସାଧୀନ ଥିବା ବେଳେ ମାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ପଠାଯାଇଛି । ଶେଷ ଖବର ପର୍ଯ୍ୟନ୍ତ ମାଗୁରୁତର ରହିଛନ୍ତି ।

ଜାନକୀଙ୍କର ସ୍ବାମୀଙ୍କର ମୃତ୍ୟୁ ଘଟିବା ପରେ ପରିବାର ପ୍ରତିପୋଷଣ ଅସମ୍ଭବ ହୋଇ ପଡ଼ିଥିଲା । ପରିବାର ପୋଷିବା ପାଇଁ ସେ ଚିନ୍ତାରେ ପଡ଼ିଥିଲେ । ତାଙ୍କ ଦିଅର ତାଙ୍କୁ ସହାୟତାରେ ହାତ ବଢ଼ାଇଥିଲେ । ତାଙ୍କ ସହ ରହି ସେ ଜାନକୀଙ୍କ ପରିବାର ଚଳାଉଥିଲେ । ଆଜି ସକାଳେ ଦିଅର କାମ କରିବାକୁ ଚାଲି ଯାଇଥିବା ବେଳେ ଜାନକୀ ଏକ ପୋକ ମରା ବିଷ କିଣିଥିଲେ । ପ୍ରଥମେ ଦୁଇ ପୁଅ ଓ ଝିଅଙ୍କୁ ବିଷ ଦେବା ପରେ ନିଜେ ପିଇ ଦେଇଥିଲେ । ଦୁଇପୁଅ ୪ ବର୍ଷର ରାଜୁ ଓ ୩ ବର୍ଷର ବିଜୁ ସଂଜ୍ଞାହୀନ ହୋଇପଡ଼ିଥିଲେ । ଦେଢ଼ ବର୍ଷର ଶିଶୁକନ୍ୟା ମଧ୍ୟ ବିଷକ୍ରିୟାର କିଛି ସମୟ ପରେ ସଜ୍ଞାହୀନ ହୋଇପଡ଼ିଥିଲା । ଏହା ପରେ ଜାନକୀ ନିଜେ ବିଷ ପିଇ ଚିତ୍କାର କରିଥିଲେ ।

ଚିତ୍କାର ଶୁଣି ପଡ଼ୋଶୀ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନେଙ୍କୁ କ୍ୟାପିଟାଲ ହସ୍ଫିଟାଲ ପଠାଯାଇଥିଲା । ସେଠାରେ ଡାକ୍ତର ଦୁଇ ଶିଶୁପୁତ୍ରଙ୍କୁ ମୃତ ଘୋଷଣା କରିଥିଲା । ଜାନକୀଙ୍କ ଦିଅରଙ୍କ ସୂଚନା ମୁତାବକ, ମୂଲ ଲାଗିବା ପାଇଁ ବାହାରକୁ ଯାଇଥିବା ବେଳେ ପଡ଼ୋଶୀଙ୍କ ଠାରୁ ଖବର ମିଳିଥିଲା । ଜାନକୀ କାହିଁକି ଏଭଳି କଲା ତାହା ସେ କହିପାରିବେ ନାହିଁ । ତେବେ କେବଳ ପରିବାର ପ୍ରତିପୋଷଣ ସମସ୍ୟା ହେବାରୁ ଜାନକୀ ଏଭଳି ପଦକ୍ଷେପ ନେଲେ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି । ସେ ନେଇ ଅନୁସନ୍ଧାନ ଜାରି ରହିଥିବା କହିଛି ଚନ୍ଦକା ଥାନା ପୁଲିସ ।

Share this story