ଦେହର ଭୋକ ସମ୍ଭାଳି ପାରୁନାହାନ୍ତି ଅର୍ଚ୍ଚନା, କୋର୍ଟରେ ଅର୍ଚନାଙ୍କ ଆକୁଳ ନିବେଦନ; ରାୟକୁ ଅପେକ୍ଷା

archana nag1

ଓଡ଼ିଆ ଗସିପ୍ ବ୍ୟୁରୋ: ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ ଗିରଫ ମାମଲାରେ କୋର୍ଟ ଏକ ନିର୍ଦ୍ଦେଶ କିଛି ଦିନ ତଳେ ଜାରି କରିଥିଲେ । ଜେଲ୍ ଭିତରେ ଭେଟାଭେଟି ହେବେ ପତି-ପତ୍ନୀ । ଜେଲ ମାନୁଆଲ ଅନୁଯାୟୀ ସପ୍ତାହରେ ଗୋଟିଏ ଦିନରେ ଉଭୟ ଦେଖା ହୋଇପାରିବେ ବୋଲି କୋର୍ଟ ନିଜ ରାୟ ରେ ଶୁଣାଇଥିଲେ ।

କେବଳ ରବିବାର ଦିନ ହିଁ ଦେଖା ସାକ୍ଷାତ ହୋଇପାରିବ । ଜେଲ୍‌ରେ ପରିବାର ଲୋକଙ୍କ ପାଇଁ ୧୫ ମିନିଟ୍‌ର ଦେଖା ସାକ୍ଷାତ ବ୍ୟବସ୍ଥା ରହିଛି । ଏହି ନିୟମ ଅନୁସାରେ ଅର୍ଚ୍ଚନା ଓ ତାଙ୍କ ସ୍ଵାମୀ ଦେଖାହେବେ । ଜେଲର ମହିଳା ୱାର୍ଡର ଓ କିଛି ପୁରୁଷ ୱାର୍ଡରଙ୍କ ଉପସ୍ଥିତିରେ ଭେଟଘାଟ ହେବ ବୋଲି ଅନୁମତି ମିଳିଥିଲା ।

ହେଲେ କୋର୍ଟଙ୍କ ରାୟରେ ବୋଧେ ଖୁସି ନାହାନ୍ତି ଅର୍ଚ୍ଚନା । ତାଙ୍କ ଦାବି କିଛି ଭିନ୍ନ ରହିଥିବା ଜଣାପଡିଛି । ସେ ସପ୍ତାହରେ ଦୁଇ ଥର ତାଙ୍କ ସ୍ୱାମୀଙ୍କୁ ଭେଟିବା ପାଇଁ କୋର୍ଟ କୁ ଗୁହାରି କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ହେଲେ କାହିଁକି ଓ କେଉଁ କାରଣ ପାଇଁ ତାଙ୍କ ସ୍ୱାମୀଙ୍କୁ ମିଶିବାକୁ ଚାହୁଁଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏବେ କୋର୍ଟ ଙ୍କ ରାୟ କୁ କେବଳ ଅପେକ୍ଷା । 

ଦୁଇ ଦିନ ତଳେ ରାତିରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଅର୍ଚ୍ଚନା ନାଗ ଜଣେ ଓଲିଉଡ଼ର ନିର୍ଦେଶକଙ୍କୁ ବ୍ଲକମେଲ କରିଥିଲେ ।

କୁହାଯାଉଥିଲା ଏହି ରହସ୍ୟମୟୀ ଗିରଫ ମହିଳା ଅର୍ଚ୍ଚନା ନାଗଙ୍କ ଫାସର ଛନ୍ଦିହୋଇଛନ୍ତି ବହୁ ନେତା, ବ୍ୟବସାୟୀ, ସରକାରୀ ଅଧିକାରୀ । ଏ କଥା ଆମେ କହୁନୁ ସାୟଂ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ସହ ଏହି ବଡବଡିଆଙ୍କ ମଧ୍ୟରୁ କେତେକଙ୍କର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିବା ଫଟୋ କହୁଛି । ଅର୍ଚ୍ଚନାଙ୍କ ସହ ଏହି ବଡ଼ବଡ଼ିଆମାନଙ୍କର କି ସମ୍ପର୍କ ଥିଲା ତାହା ପୁଲିସ ଜବତ କରିଥିବା ମୋବାଇଲ୍ ଏବଂ ଲାପଟପ୍ ହିଁ ପରବର୍ତ୍ତୀ ସମୟରେ ବୟାନ କରିବ ।

କିନ୍ତୁ ଏଯାଏଁ ପୁଲିସ ଏହାର ପର୍ଦ୍ଦାଫାସ କରି ନ ଥିଲେ ହେଁ ଓଡ଼ିଶା ଇତିହାସରେ ଏହା ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ଭାବେ ବିବେଚନା କରାଯାଉଛି । ଓଡ଼ିଶାରେ ସେକ୍ସ ରାକେଟ ମାଷ୍ଟରମାଇଣ୍ଡ ସୁନୀଲ ମେହେରକୁ ବି ବଳିଯାଇଛନ୍ତି ଅର୍ଚ୍ଚନା ନାଗ ବୋଲି ଚାରିଆଡେ ହୁରି ପଡିଛି ।

ସେପଟେ ଅର୍ଚ୍ଚନାଙ୍କର ସାନ୍ନିଧ୍ୟ ପାଇଁ ବାଉଳା ହୋଇଥିବା ବିଭିନ୍ନ ନେତାଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବହୁ ରୋଚକ ଖବର ପ୍ରକାଶ ପାଇଛି । ଏଥିରେ ସିଧାସଳଖ ସେମାନଙ୍କ ନାଁ ପ୍ରକାଶ ପାଇଛି । ପୁଲିସ ଜବତ କରିଥିବା ମୋବାଇଲ୍ ଓ ଲାପଟପ୍ ର ତଥ୍ୟ ଏବଂ କିଛି ଭାଇରାଲ୍ ଅଡିଓକୁ ଆଧାର କରି ଗଣମାଧ୍ୟମରେ ଏହିସବୁ ଖବର ପ୍ରକାଶ ପାଇଛି । ପୁଲିସ ପକ୍ଷରୁ ଆନୁଷ୍ଠାନିକ ସୂଚନା ନ ଥିଲେ ମଧ୍ୟ ନେତାମାନଙ୍କ ନାଁ ସିଧା ଉଲ୍ଲେଖ କରାଯାଇଛି ।

ହେଲେ ଏସବୁ ଭିତରେ ରାଜନେତାଙ୍କ ବୟାନବାଜି ଏହି ଘଟଣାକୁ ଅଧିକ ଖୋରାକ ଯୋଗାଇଛି । ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, ଅର୍ଚ୍ଚନାଙ୍କ ରାଜଉଆସ ଭଳି ଘରେ କେବଳ ଯେ ରାତି ଅଧରେ ରଙ୍ଗୀନ ଆସର ଜମୁଥିଲା ତାହା ନୁହେଁ ସେଠାରେ ବେଧଡ଼କ ଭାବେ ଡ୍ରଗ୍ସ କାରବାର ଚାଲିଥିଲା । ଏହି ଡ୍ରଗ୍ସର କାରବାରର ମୁଖ୍ୟ ହେଉଛନ୍ତି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ।

ଖାଲି ସେତିକି ନୁହେଁ, ଶ୍ରୀ ସିଂ ଅଭିଯୋଗ ଆଣିଛନ୍ତି ଯେ ଅର୍ଚ୍ଚନାଙ୍କ ନାଗଫାଶରେ ୨୫ରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି ଛନ୍ଦି ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ବିଧାୟକ ମଧ୍ୟ ସାମିଲ ଅଛନ୍ତି । ଅର୍ଚ୍ଚନାଙ୍କ ସାମ୍ରାଜ୍ୟରେ କେବଳ ଯେ ସେକ୍ସ ସ୍କାଣ୍ଡାଲ ଚାଲିଥିଲା ତାହା ନୁହେଁ, ଡ୍ରଗ୍ସର ପସରା ବି ମଲୁଥିଲା । ଏହି ଘଟଣାରେ ବହୁ ବଡ଼ବଡ଼ିଆ ସାମିଲ ଥିବାରୁ ପୁଲିସ୍ ଉପରଠାଉରିଆ ତଦନ୍ତ କରୁଛି ବୋଲି ଶ୍ରୀ ସିଂ ଅଭିଯୋଗ କରିଥିଲେ ।

Share this story