୧୩ ଦିନ ପୂର୍ବରୁ ମା’ଙ୍କୁ ହତ୍ୟା କରିଥିଲେ ପୁଅ, ପରେ ଏହି କାରଣ ପାଇଁ ନିଜ ଜୀବନ ନେଇଗଲା କୁଳାଙ୍ଗାର...

After killing mother the irate son commit suicide

ଓଡ଼ିଆ ଗସିପ ବ୍ୟୁରୋ: ୧୩ ଦିନ ପୂର୍ବରୁ ମା’ଙ୍କୁ ହତ୍ୟା କରିଥିଲେ ଦୁର୍ବୁତ୍ତ, ଆଜି ବିଷ ପିଇ ଆତ୍ମହତ୍ୟା କଲା ପୁଅ । ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ବଡ଼ ସାହିରେ ଘଟିଛି ଏହି ଅଘଟଣ ।

ମା’ ସୁପ୍ରଭା ଚୌଧୁରୀଙ୍କ ଗଳାକାଟି ହତ୍ୟା ଘଟଣାର ୧୩ ଦିନ ପରେ ତାଙ୍କ ପୁଅ ଦେବାଶିଷ ପଣ୍ଡା(୨୬) ନିଜ ଘରେ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ନିଜ ଘରେ ନିଜ ସମ୍ପର୍କୀୟଙ୍କ ଗହଣରେ ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ବିଷ ପିଇଦେଇଥିଲେ ଦେବାଶିଷ ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ଛତ୍ରପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ଗତ ଫେବୁଆରୀ ୧୬ ତାରିଖ ଦିନ କୌଣସି ଦୁର୍ବୁତ୍ତ ଘରେ ପଶି ଦେବାଶିଷ ପଣ୍ଡାଙ୍କ ମା’ ସୁପ୍ରଭା ଚୌଧୁରୀଙ୍କ ଗଳାକାଟି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ।

ଏହି ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ ରହିଥିବା ବେଳେ ଏବେ ପୁଅ ଆତ୍ମହତ୍ୟା କରିଛି । ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Share this story