ବିବାହର ପ୍ରତିଶ୍ରୁତି ଦେଇ ଉପଭୋଗ କରିବା ପରେ ଠକି ଦେଇ ଛାଡ଼ିଦେଲେ କଙ୍ଗନାଙ୍କ ଦେହରକ୍ଷୀ

Mumbai Police Arrests Kangana Ranaut’s Bodyguard Kumar Hegde In Karnataka

ଓଡ଼ିଆ ଗସିପ୍ ବ୍ୟୁରୋ: ବଲିଉଡର କୁଇନ୍ କଙ୍ଗନାଙ୍କ ପାଇଁ ଖରାପ ଖବର । ନିଜ ଦେହରକ୍ଷୀଙ୍କ ବିରୋଧରେ ଆସିଛି ଦୁଷ୍କର୍ମର ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ଶେଷରେ ସବୁ ସମ୍ପର୍କ ଛିନ୍ନ କରିବା ଘଟଣା ଏବେ କଙ୍ଗନାଙ୍କ ବିବାଦକୁ ଆହୁରି ବଢ଼ାଇ ଦେଇଛି ।

ଖବର ଅନୁସାରେ କଙ୍ଗନା ରାଣାୱତଙ୍କ ଅଙ୍ଗରକ୍ଷୀ କୁମାର ହେଗ୍‌ଡେଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଅଭିଯୋଗ ହୋଇଛି ଯେ କୁମାର ହେଗ୍‌ଡେ ଜଣେ ବିୟୁଟିସିଆନ୍‌ଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରି ପରବର୍ତ୍ତୀ ମୁହୂର୍ତ୍ତରେ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଛନ୍ତି।

ତାଙ୍କୁ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ହେଗାଦହଲି ଗ୍ରାମରୁ ପୁଲିସ୍‌ ଗିରଫ କରିଛି ବୋଲି ଡିଏନ୍‌ ନଗର ପୁଲିସ୍‌ ଷ୍ଟେସନ୍‌ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।

ହେଗ୍ସ‌ଡେ ତାଙ୍କ ପୂର୍ବ ପ୍ରେମିକାଙ୍କୁ ଧୋକା ଦେଇ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିବା ବେଳେ ସବ୍‌-ଇନ୍‌ସ୍ପେକ୍ଟର ବୀରେନ୍ଦ୍ର ଭୋଷଲେଙ୍କ ଟିମ୍‌ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।

ହେଗ୍‌ଡେଙ୍କଠାରୁ ପ୍ରତାରଣାର ଶିକାର ହୋଇଥିବା ୩୦ ବର୍ଷୀୟା ବିୟୁଟିସିଆନ୍‌ ଗତ ସପ୍ତାହରେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ସେ ତାଙ୍କ ଅଭିଯୋଗରେ ଉଲ୍ଳେଖ କରିଛନ୍ତି କି ହେଗ୍‌ଡେ ତାଙ୍କ ସହ ଦୀର୍ଘ ୮ ବ‌ର୍ଷ ଧରି ସଂପର୍କରେ ଥିଲେ। ଏପରିକି ଗତବର୍ଷ ଜୁନ୍‌ରେ ହେଗ୍‌ଡେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଓ ଯୁବତୀ ଜଣକ ହଁ ମଧ୍ୟ ଭରିଥିଲେ। ମାତ୍ର ତାସତ୍ତ୍ବେ ବି ସେ ଅନ୍ୟତ୍ର ବିବାହ ନିଷ୍ପତ୍ତି ନେଇଛନ୍ତି।

Share this story