୯ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ଏବେ ପ୍ରେମିକାକୁ ଧରାଛୁଆଁ ଦେଉନାହିଁ ପ୍ରେମିକ

ଓଡ଼ିଆ ଗସିପ୍ ବ୍ୟୁରୋ: ଶାରିରୀକ ସମ୍ପର୍କ ରଖି ଭୁଲିଗଲା ପ୍ରେମିକ । ସାତ ଜନମର ସାଥୀ କରିବାର ପ୍ରତିଶ୍ରୁତି ଦେଇ ବିଶ୍ୱାସରେ ବିଷ ଦେଲେ । ତେବେ ପ୍ରେମିକର ଅନ୍ୟଠାରେ ବିବାହ ଠିକ୍ ହୋଇଥିବା ଜାଣି ହାତରେ ପ୍ରେମିକର ପାସପୋର୍ଟ ସାଇଜ୍ ଫଟୋ ଧରି ଧାରଣାରେ ବସିଛନ୍ତି ପ୍ରେମିକା । ଦୀର୍ଘ ୯ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ସହ ବିବାହ ପ୍ରତିଶୃତି ଦେଇ ପ୍ରେମିକ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ଶେରଗଡ଼ ଥାନା ଅନ୍ତର୍ଗତ ତୋଟା ସାହିରେ ଘଟିଛି।
ଶେରଗଡ଼ ବ୍ଲକ ହରେକୃଷ୍ଣପୁର ଗ୍ରାମର ଜୟଚଣ୍ଡୀ କୋଲନୀର ୩୫ ବର୍ଷୀୟା ମହିଳା ଝୁନୁ ନାଇକ ମୂଲ ଲାଗି ଜୀବିକା ଅର୍ଜନ କରନ୍ତି । ମା ମୋଚିଆଣି ନାଇକ ବୟସଙ୍କ ସହ ରହୁଥିଲେ । ତୋଟା ସାହିର ୩୦ ବର୍ଷିୟ ଗଗନ ବାଡ଼ତ୍ୟା ଗତ ୯ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖୁଥିଲା । ବିବାହ କରିବ ବୋଲି ସ୍ୱପ୍ନ ଦେଖାଉଥିଲା ।
କିନ୍ତୁ ଗତ ୨୬ ତାରିଖ ଦିନ ପ୍ରେମିକ ଅନ୍ୟତ୍ର ବାହା ହେବା ଖବର ପାଇଥିଲେ । ଆଉ ଏନେଇ ଝୁନୁ ଶେରଗଡ଼ ଥାନାରେ ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ନ ପାଇ ଶେଷରେ ଝୁନୁ ପ୍ରେମିକ ଗଗନଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ନ୍ୟାୟ ନ ମିଳିଲେ ବିଷ ଖାଇ ଆତ୍ମହତ୍ୟା କରିବି ବୋଲି କହିଛନ୍ତି।
ଏପଟେ ଧାରଣା ସ୍ଥଳରେ ଝୁନୁଙ୍କ ସହ ତାଙ୍କ ବୃଦ୍ଧା ମା ମଧ୍ୟ ବସିଛନ୍ତି । ଝିଅକୁ ନ୍ୟାୟ ନମିଳିବା ଯାଏ ଗଗନର ଘର ସମ୍ମୁଖରୁ ହଟିବୁ ନାହିଁ ବୋଲି ଅଡ଼ି ବସିଛନ୍ତି, ଯାହାକୁ ନେଇ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି।