ପୁଅର ଲିଙ୍ଗ ବଦଳାଇ ଝିଅ କଲେ, ବାରମ୍ବାର ଗଣଦୁଷ୍କର୍ମ କରୁଥିଲେ

ପୁଅର ଲିଙ୍ଗ ବଦଳାଇ ଝିଅ କଲେ, ବାରମ୍ବାର ଗଣଦୁଷ୍କର୍ମ କରୁଥିଲେ

ଓଡ଼ିଆ ଗସିପ୍ ବ୍ଯୁରୋ: ଯୌନକ୍ଷୁଧା ମେଣ୍ଟାଇବାକୁ ଜଣେ କଣ କରିପାରେ? ରାକ୍ଷସଠାରୁ ଅଧିକ ଭୟଙ୍କର ହୋଇପାରେ, ପାଗଳଙ୍କ ଠାରୁ ଅଧିକ ଜଘନ୍ଯ କାଣ୍ଡ ଘଟାଇପାରେ ଏମିତି ଯାହା କେବେ ଭାବି ହେବନି ସେମିତି କିଛି କରି ସମସ୍ତଙ୍କୁ ଡରାଇ ଦିଅନ୍ତି । ଏଇ ଯେମିତି ରାଜଧାନୀ ଦିଲ୍ଲୀରୁ ଆସିଛି ଏମିତି ଏକ ମାରାତ୍ମକ ଅପରାଧର ଖବର ଯାହା ଆପଣଙ୍କ ପାଦ ତଳୁ ମାଟି ଖସାଇ ଦେବ ।

ଖବର ଅନୁସାରେ, ଏଠାରେ ୬ ଜଣ ଯୁବକ ବଳ ପୂର୍ବକ ଜଣେ ୧୩ ବର୍ଷୀୟ ବାଳକଙ୍କ ଲିଙ୍ଗ ପରିବର୍ତ୍ତନ କରାଇଛନ୍ତି । ଏହାପରେ ଉକ୍ତ ନାବାଳକଙ୍କୁ ସେମାନେ ମାସାଧିକ କାଳ ଗଣଦୁଷ୍କର୍ମ କରିଛନ୍ତି । ଦିଲ୍ଲୀ ମହିଳା କମିଶନ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସ୍ ଏଫଆଇଆର ରୁଜୁ କରିଛି ।

୩ ବର୍ଷ ତଳେ ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ନାବାଳକ ଦୀପକ (ଛଦ୍ମନାମ) ଅଭିଯୁକ୍ତମାନଙ୍କୁ ଭେଟିଥିଲେ । ଗୋଟିଏ ଡ୍ଯାନ୍ସ କାର୍ଯ୍ୟକ୍ରମ ବେଳେ ଏମାନେ ପରସ୍ପରଙ୍କ ନିକଟତର ହୋଇଥିଲେ । ସେଠାରେ ଅଭିଯୁକ୍ତମାନେ ଦୀପକଙ୍କୁ ଡ୍ଯାନ୍ସ ଶିଖାଇବାକୁ ପ୍ରତିଶୃତି ଦେଇ ବନ୍ଧୁତା କରିଥିଲେ ଓ ତାଙ୍କୁ ମଣ୍ଡାଭାଲି ନେଇ ଯାଇଥିଲେ ।

ସମୟକ୍ରମେ ଦୀପକ ବିଭିନ୍ନ ଇଭେଣ୍ଟରେ ଡ୍ଯାନ୍ସ କରୁଥିଲେ ଓ ଏଥିପାଇଁ ଟଙ୍କା ମଧ୍ୟ ପାଉଥିଲେ । ତେବେ ଅଭିଯୁକ୍ତମାନେ ଗୋଟିଏ ଦିନ ତାଙ୍କୁ ନିଶା ଦେଇ ବଳ ପୂର୍ବକ ଅସ୍ତ୍ରୋପଚାର ଦ୍ୱାରା ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଦେଇଥିଲେ । ଏଥିସହ ଝିଅ ଭଳି ଦିଶିବା ପାଇଁ ସେମାନେ ଦୀପକଙ୍କୁ ହର୍ମୋନାଲ ମେଡିସିନ ମଧ୍ୟ ଦେଉଥିଲେ ।

ଲିଙ୍ଗ ପରିବର୍ତ୍ତନ ହୋଇ ଯାଇଥିବାରୁ ଅଭିଯୁକ୍ତମାନେ ତାଙ୍କ ସହ ବାରମ୍ବାର ଗଣଦୁଷ୍କର୍ମ କରିବା ଆରମ୍ଭ କରିଥିଲେ । ଖାଲି ସେତିକି ନୁହେଁ, କିଛି ଗ୍ରାହକ ଅଭିଯୁକ୍ତମାନଙ୍କୁ ଟଙ୍କା ଦେଇ ଦୀପକଙ୍କ ସହ ଶାରିରୀକ ସମ୍ପର୍କ ମଧ୍ୟ ରଖୁଥିଲେ । ଦୀପକ ଆହୁରି ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଅଭିଯୁକ୍ତମାନେ ଜୋରବରଦସ୍ତି ଦିଲ୍ଲୀର ଟ୍ରାଫିକରେ ଭିକ ମାଗିବା କାମରେ ମଧ୍ୟ ନିୟୋଜିତ କରିଥିଲେ ।

୨୦୨୦ ମାର୍ଚ୍ଚ ମାସରେ ଦୀପକ ତାଙ୍କର ଜଣେ ସାଙ୍ଗଙ୍କ ସହାୟତାରେ ଅଭିଯୁକ୍ତଙ୍କ କବଳରୁ ଖସି ଆସି ତାଙ୍କ ମାଙ୍କ ପାଖରେ ପହଞ୍ଚିଥିଲେ । ତେବେ ଅଭିଯୁକ୍ତମାନେ ଦୀପକଙ୍କ ଘରେ ପହଞ୍ଚି ତାଙ୍କ ଘର ଭଙ୍ଗାରୁଜା କରି ଦେଇଥିଲେ । ଏହାପରେ ସେମାନେ ଦୀପକ ଓ ତାଙ୍କ ସାଙ୍ଗ ସହ ପୂରା ପରିବାରକୁ ଉଠାଇ ନେଇଥିଲେ । ପୁଣିଥରେ ଉଭୟ ଦୀପକ ଓ ତାଙ୍କ ସାଙ୍ଗଙ୍କୁ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିବା ଆରମ୍ଭ କରିଥିଲେ ।

କିନ୍ତୁ କିଛି ଦିନ ପରେ ପୁଣିଥରେ ଉଭୟ ସେଠାରୁ ଖସି ଆସି ନୂଆଦିଲ୍ଲୀ ଷ୍ଟେସନରେ ପହଞ୍ଚିଥିଲେ । ପୂରା ଗୋଟିଏ ଦିନ ସେମାନେ ଷ୍ଟେସନ ଭିତରେ ଲୁଚି ରହିଥିଲେ । ତେବେ ଦୁଇ ପିଲାଙ୍କ ଏଭଳି ଅବସ୍ଥା ଦେଖି ଜଣେ ଓକିଲ ସେମାନଙ୍କୁ ମହିଳା କମିଶନଙ୍କ ପାଖକୁ ନେଇ ଯାଇଥିଲେ । ପୁଲିସ ଏବେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Share this story