ସ୍ବର୍ଗତ ସ୍ବାମୀଙ୍କର ସ୍ପର୍ମ ନିଜର ଶାଶୁ-ଶଶୁରଙ୍କୁ ଦେବାକୁ ସିଧା ମନା ବିଧବା ମହିଳା

Sperm donation
ଓଡ଼ିଆ ଗସିପ ବ୍ୟୁରୋ: ଆପଣମାନେ ଆଜି ପର୍ଯ୍ୟନ୍ତ ମହିଳାଙ୍କ ସହିତ ଘରୋଇ ହିଂସା କିମ୍ବା ମାନସିକ ନିର୍ଯ୍ୟାତନା ମାମଲା ଶୁଣିଥିବେ। ସେସବୁ ମାମଲାରେ ଶାଶୁଘର ଲୋକ ଯୌତୁକ ପାଇଁ ବୋହୂକୁ ନିର୍ଯ୍ୟତନ ଦେଇଥାନ୍ତି। କିନ୍ତୁ ଆଜିକାଲି ସୋସିଆଲ ମିଡିଆ ପ୍ଳାଟଫର୍ମରେ ଏକ ବିଚିତ୍ର କାହାଣୀ ଖୁବ୍ ଭାଇରାଲ ହେଉଛି। ଏହି ଘଟଣା ସବୁଠାରୁ ରହିଛି ଭିନ୍ନ।   ବାପା-ମା ନିଜ ବୋହୁକୁ ମୃତପ ପୁଅର ସ୍ବର୍ମ ମାଗୁଛନ୍ତି। ଏହାପରେ ବିଧବା ମହିଳା ଜଣକ ଅଡୁଆର ପଡି ଯାଇଛନ୍ତି।

ନିକଟରେ ସ୍ବାମୀଙ୍କର କ୍ୟାନ୍ସରରେ ମୃତ୍ୟୁ ହେବାପରେ ଜଣେ ମହିଳା ଏକ ଅଡୁଆ ପରିସ୍ଥିତିରେ ପଡିଯାଇଛନ୍ତି। ମହିଳାଙ୍କ ଶାଶୁ-ଶଶୁର ତାଙ୍କର ମୃତ ପୁଅର ସନ୍ତାନକୁ ନିଜ କୋଳରେ ଖେଳାଇବାକୁ ଚାହାନ୍ତି, ତେଣୁ ସେମାନେ ତାଙ୍କ ବୋହୁଙ୍କୁ ମୃତ ପୁଅ ଦେଇଥିବା ସ୍ପର୍ମ ମାଗୁଛନ୍ତି।

ଶାଶୁ-ଶଶୁରଙ୍କ ଏହି ଦାବି ଶୁଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। ମହିଳାଙ୍କ କହିବା ଅନୁସାରେ, ତାଙ୍କ ସ୍ବାମୀଙ୍କର କ୍ୟାନ୍ସରରେ ମୃତ୍ୟୁ ହେବାପରେ ସେ ନିଜର ସ୍ପର୍ମ ଫ୍ରିଜ କରିକି ରଖିଥିଲେ। ଯାହାଫଳରେ  କେମୋଥେରାପି ପରେ ତାଙ୍କ ସ୍ତ୍ରୀ ସନ୍ତାନ ଜନ୍ମ କରିପାରିବେ।

କିନ୍ତୁ ୧୯ ଜୁଲାଇରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଯାଇଛି। ମହିଳା ଜଣଙ୍କୁ ଶକ୍ତ ଧକ୍କା ଲାଗିଛି।ତେବେ ଶାଶୁଘର ଲୋକ ଏବେ ମହିଳାଙ୍କୁ ସନ୍ତାନ ଜନ୍ମ କରିବାକୁ କହିଛନ୍ତି। ଏହା ସହିତ ନିଜର ନାତି-ନାତୁଣୀ ସହ ଆଗକୁ ବଂଶ ବଢାଇବା କଥା କହିଛନ୍ତି। ତେବେ ମହିଳା ଜଣକ ଏଭଳି କରିବାକୁ ମନା କରିଦେଇଛନ୍ତି।

ସେ କହିଛନ୍ତି, ମୁଁ ଏବେ ଅଡୁଆ ପରିସ୍ଥିତିରେ ପଡିଛି। ମୋ ଶାଶୁ-ଶଶୁର କିପରି ଲାଳନପାଳନ କରିବେ, କାରଣ ସେମାନଙ୍କ ବୟସ ୬୦ ବର୍ଷରୁ ଅଧିକ। ମୋର ସ୍ବାମୀଙ୍କର ମଧ୍ୟ କୌଣସି ଭାଇ-ଭଉଣୀ ନାହାନ୍ତି, ଯିଏ ସପୋର୍ଟ କରିପାରିବେ। ତେଣୁ ମୁଁ ବୁଝିପାରୁନି ମୋତେ କ’ଣ କରିବା ଦରକାର?

ଏହାପରେ ଶାଶୁ-ଶଶୁର ମହିଳାଙ୍କୁ ତା ମୃତ ପୁଅର ସ୍ବର୍ମ ମାଗିଛନ୍ତି। ଯାହାଫଳରେ ସରୋଗେସୀ ଜରିଆରେ ଶିଶୁ ଜନ୍ମ କରିପାରିବେ ଓ ଜେଜେ ବାପା-ଜେଜେ ମା ହେବାର ସୁଖ ପାଇପାରିବେ। କିନ୍ତୁ ମହିଳା ନିଜର ସ୍ବର୍ଗତ ସ୍ବାମୀଙ୍କର ସ୍ପର୍ମ ନିଜର ଶାଶୁ-ଶଶୁରଙ୍କୁ ଦେବାକୁ ସିଧା ମନା କରିଦେଇଛନ୍ତି। ମହିଳା ଜଣକ ସୋସିଆଲ ମିଡିଆରେ ନିଜର କଥା କହିବା ପରେ ଲୋକମାନେ ନିଜର ମତ ରଖିଛି। କିଛି ଲୋକ ମହିଳାଙ୍କଶାଶୁ-ଶଶୁରଙ୍କ ସପକ୍ଷରେ କହୁଥିବା ବେଳେ ଆଉ କିଛି ମହିଳାଙ୍କ ସପକ୍ଷରେ ଅଛନ୍ତି।

Share this story