'ଧନ ତୁ ଫେରିଆ'..., ରାଜାଙ୍କ ସ୍ମୃତିରେ ସ୍କୁଲରେ ଆୟୋଜନ ହେଲା ଶୋକସଭା

RAJA

ଓଡ଼ିଆ ଗସିପ୍ ବ୍ୟୁରୋ:  ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାଜା ପାଇଁ ଶୋକସଭା । ଟ୍ୟୁସନ ଯିବା ବାଟରେ ଡ଼୍ରେନରେ ଖସି ପଡ଼ି ୧୫ ବର୍ଷୀୟ ଜ୍ୟୋତିଙ୍କ ଜୀବନ ଦୀପ ଲିଭିଯାଇଛି । ତେବେ ରାଜା ପଢୁଥିବା ସ୍କୁଲରେ ଏକ ଶ୍ରଦ୍ଧାଜଂଳୀ ସଭା ଆୟୋଜନ କରାଯାଇଛି ।

ଭୁବନେଶ୍ୱର ପଂଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ନିଖୋଜ ଛାତ୍ର ଜ୍ୟୋତି ପ୍ରକାଶଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ହଠାତ୍ ରାଜାଙ୍କ ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁନଥିବା ବେଳେ ସେ ପଢୁଥିବା ସ୍କୁଲରେ ଶ୍ରଦ୍ଧାଞ୍ଜଳି ସଭା କରାଯାଇଛି । ରାଜାଙ୍କୁ ହରାଇ ସାଥୀ ପିଲା ମାନେ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ସ୍କୁଲ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ରାଜା ମୋର ସବୁଠୁ ଭଲ ସା‌ଙ୍ଗ ଥିଲା। ଆମେ ସବୁଦିନ ସାଙ୍ଗ ହୋଇ ସ୍କୁଲ ଓ ଟ୍ୟୁସନ୍‌ ଯାଉ । ସବୁବେଳେ ସାଙ୍ଗ ହୋଇ ଗୋଟିଏ ବେଞ୍ଚ‌୍‌ରେ ବସୁ । ଯଦି ରାସ୍ତା ଓ ଡ୍ରେନ୍‌ ଠିକ୍‌ ଥାନ୍ତା, ତାହେଲେ ମୋ ବେଷ୍ଟ୍‌ଫ୍ରେଣ୍ଡ୍‌ ଆଜି ବଞ୍ଚିଥାନ୍ତା ।

ଏତିକି କହୁକହୁ ରାଜାଙ୍କ ସହପାଠୀ ତଥା ଘନିଷ୍ଠ ବନ୍ଧୁ ଆଶୁତୋଷ ବେ‌ହେରାଙ୍କ କଣ୍ଠ ରୁଦ୍ଧ ହୋଇଯାଇଥିଲା । ଆଶୁତୋଷଙ୍କ କହିବା ଅନୁସାରେ ସେ ଜଣେ ୟୁଟ୍ୟୁବର୍‌ ଓ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିଲା ।

ତାୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ କିପରି ଆହୁରି ଭଲ କରିହେବ, ସେ ବିଷୟରେ ଆଲୋଚନା କରୁଥିଲା । ମାତ୍ର ଦିନଟିଏ ଯାଇଛି କି ନାହିଁ, ଆଜି ସେ ନାହିଁ । ଏମିତି କହି ପୁଣି କାନ୍ଦି ପକାଇଥିଲା ଆଶୁତୋଷ ।

Share this story