ମଝି ଆକାଶରେ ଜଗି ବସିଥିଲା ଯମ;ବିମାନ ଦୁର୍ଘଟଣାରେ ଚାଲିଗଲା ଓଡ଼ିଆ ଯବାନଙ୍କ ଜୀବନ

12

 ଓଡ଼ିଆ ଗସିପ୍ ବ୍ୟୁରୋ: ଛତିଶଗଡ଼ର ରାୟପୁର ବିମାନବନ୍ଦରରେ ହେଲିକପ୍ଟର ଦୁର୍ଘଟଣା । ଏକ ଟ୍ରେନିଂ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ୍ ଦୁଇ ଜଣ ହେଲେ କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା ଏବଂ ଏ.ପି.ଶ୍ରୀବାସ୍ତବ।

 

ରାୟପୁର ହେଲିକପ୍ଚଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟ ଗୋପାଳକୃଷ୍ଣ ପଣ୍ତାଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ୍‌ ଜଣକ ସମ୍ବଲପୁର ବାହାମ ଗାଁର ବୋଲି ଜଣାପଡ଼ିଛି । କାଲି ହେଲିକପ୍ଟର ଦୁର୍ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।

 

ଟ୍ରେନିଂ ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସୂଚନା ମିଳିଛି । ହେଲିକପ୍ଟରଟି ଅବତରଣ ବେଳେ ଏଥିରେ ନିଆଁ ଲାଗିଯିବାରୁ କ୍ରାସ ହୋଇଥିବା କୁହାଯାଉଛି । କ୍ରାସ ବେଳେ ରାୟପୁରର ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରେ ବିରାଟ ବିସ୍ଫୋରଣ ଶବ୍ଦ ହୋଇଥିଲା । ଏହାକୁ ନେଇ ବିମାନଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

Share this story