World Odia Language Conferene

ଲଭ୍ କରୁ କରୁ ସେକ୍ସ ପ୍ରତି କାହିଁକି ଆଶକ୍ତି ହୋଇ ପଡ଼ୁଛନ୍ତି ଯୁବପୀଢ଼ି; ଓୟୋ, ଆଡଲ୍ଟ ଫିଲ୍ମ ହିଁ ଦାୟୀ କି ?

54454

ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣା

ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡଙ୍କୁ ପୋଲିସ ଗିରଫ କରିଛି

୨୦୧୪ରୁ ସତ୍ୟପ୍ରକାଶ ଓ ଆଶ୍ରିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ ଦାସଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଆଶ୍ରିତାଙ୍କ ସୁଇସାଇଡ୍ ନୋଟ୍‌କୁ  ଭିତ୍ତି କରି ସତ୍ୟପ୍ରକାଶଙ୍କୁ ଗିରଫ କରାଯାଇଛି। ସୂଚନା ଅନୁସାରେ, ୨୦୧୪ ମସିହାରୁ ସତ୍ୟପ୍ରକାଶ ଓ ଆଶ୍ରିତା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଉଭୟ ତିହଡ଼ି ଗାଁର। ତେବେ ଆଶ୍ରିତାଙ୍କ ଆତ୍ମହତ୍ୟା ପଛରେ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚାକୁ ଆସିଛି।  ଆଉ ଜଣେ ଯୁବକଙ୍କ ସହିତ ଆଶ୍ରିତାଙ୍କ ସମ୍ପର୍କ ଥିବା ସନ୍ଦେହ କରି ଗତ ୪ ତାରିଖରେ ତାଙ୍କୁ ସତ୍ୟ ମାଡ଼ ମାରିଥିବା ସୂଚନା ମିଳିଛି। ସେହି ଦିନ ହିଁ ଆଶ୍ରିତା ଆତ୍ମହତ୍ୟା କରିଥିଲେ।

ସୁଇସାଇଡ୍ ନୋଟ୍‌ରେ ସତ୍ୟ ତାଙ୍କୁ ନିର୍ଯାତନା ଦେଇଥିବା କଥା ଆଶ୍ରିତା ଉଲ୍ଲେଖ କରିଥିଲେ।  ଏହା ତାଙ୍କୁ କଷ୍ଟ ଦେଇଥିବାରୁ ଆଶ୍ରିତା ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।  

ସୂଚନାଥାଉ କି,  ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଆଶ୍ରିତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ବେକରେ ଫାଶି ଲଗାଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ୍ ଏକ ସୁଇସାଇଡ୍ ନୋଟ୍ ଜବତ କରିଥିବା ବେଳେ ଆଶ୍ରିତା ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ ବୋଲି ଜଣାପଡ଼ିଛି। 

Share this story