ଓଭରନାଇଟ ପାର୍ଟିର ସତ କଣ? ଫ୍ୟାନରେ କାହିଁକି ଝୁଲିଗଲେ ପ୍ରଜ୍ଞା, ମୃତ୍ୟୁ ପାଇଁ ପତି ପରମେଶ୍ୱର ଦାୟୀ ନୁହନ୍ତି ତ !

crime
ଓଡ଼ିଆ ଗସିପ୍ ବ୍ୟୁରୋ:  ସ୍ତ୍ରୀର ଆତ୍ମହତ୍ୟା, ସନ୍ଦେହରେ ସ୍ୱାମୀ ! କାହିକିଁ ଝୁଲିପଡିଲେ ମହିଳା ? ପଡିଶା ଘରେ ଭୋଜି ପରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ କାହିଁକି ନେଲେ ? ଭୋଜି ପରଦିନର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ପ୍ରଜ୍ଞାଙ୍କ ଘରକୁ ବାରମ୍ବାର ପଡୋଶୀ ମହିଳା ଜଣଙ୍କ ଯାଇଛନ୍ତି । ତାଙ୍କୁ ବୁଝାଇବାକୁ ପଡୋଶୀ ମହିଳା ଓ ସ୍ୱାମୀ ଚେଷ୍ଟା କରୁଥିଲେ କି ? ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ସନ୍ଦେହ ଘନଉଛି ।

ମଞ୍ଚେଶ୍ବର ଥାନା ଭାଗବତ ସନ୍ଧାନ ଲେନ୍‌-୫ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ମହିଳାଜଣଙ୍କ ହେଲେ ପ୍ରଜ୍ଞାପରମିତା ଦାସ । ଏନେଇ ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୂଚନା ମୁତାବକ, ୭ ବର୍ଷ ତଳେ ସତ୍ୟନାରାୟଣ ଧଳଙ୍କୁ ବିବାହ କରିଥିଲେ ପ୍ରଜ୍ଞା । ୪ ବର୍ଷର ଛୋଟିଆ ପୁଅ ସହ ଏହି ଦମ୍ପତି ଭାଗବତ ସନ୍ଧାନରେ ବେଶ୍‌ ହସଖୁସିରେ ଚଳି ଆସୁଥିଲେ । ମଝିରେ ମଝିରେ ପଡ଼ୋଶୀଙ୍କ ସହ ମିଶି ସେ ଭୋଜିଭାତ କରନ୍ତି । ବୁଧବାର ରାତିରେ ବି ଭୋଜିଭାତ ହୋଇଥିଲା ।

ତେବେ ଭୋଜି ସରୁ ସରୁ ରାତି ଅଧିକ ହୋଇଯିବାରୁ ତିନିଜଣଯାକ ପଡ଼ୋଶୀଙ୍କ ଘରେ ରହିଯାଇଥିଲେ। ସ୍ବାମୀ, ପୁଅ ଶୋଇଥିବା ବେଳେ ଭୋରୁ ଭୋରୁ ପ୍ରଜ୍ଞା ତାଙ୍କ ଘରକୁ ଚାଲିଆସିଥିଲେ । ସତ୍ୟନାରାୟଣ ସକାଳ ପ୍ରାୟ ୮ଟା ବେଳକୁ ଘରକୁ ଯାଇଥିଲେ । କିନ୍ତୁ ଯେତେ ବାଡ଼େଇଲେ ବି ପ୍ରଜ୍ଞା କବାଟ ଖୋଲିନଥିଲେ । ସନ୍ଦେହ ହେବାରୁ ସତ୍ୟ ଝରକା ପଟେ ଉଣ୍ଡିବାରୁ ପ୍ରଜ୍ଞା ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ପାଟି କରି ପଡ଼ୋଶୀଙ୍କୁ ଡାକିବା ସହ କବାଟ ଭାଙ୍ଗି ପ୍ରଜ୍ଞାଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ତାଙ୍କ ପିଣ୍ଡରେ ଆଉ ପ୍ରାଣ ନଥିଲା । ତେବେ ରାତିରେ ଖୁସିବାସିରେ ଭୋଜିଭାତରେ ସାମିଲ ହୋଇଥିବା ପ୍ରଜ୍ଞାଙ୍କ ସହ ସକାଳୁ ଏମିତି କି’ ଘଟଣା ଘଟିଗଲା ଯେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଗଲେ, ତାହା ସମସ୍ତଙ୍କ କଳ୍ପନା ବାହାରେ ।

Share this story