ବଢ଼ିଲା ଝିଅ ଲିଭ୍ ଇନରେ ରହି ସୁସାଇଡ କରିବା ପରେ ଯାହା ଘଟେ, ଆପଣଙ୍କୁ ଭାରାକ୍ରାନ୍ତ କରିବ

12312

ଓଡ଼ିଆ ଗସିପ୍ ବ୍ୟୁରୋ: ପାପ ସମ୍ପର୍କର ବୟସ କେତେ? ଏ ପ୍ରଶ୍ନ ଆମେ ଏଇଥିପାଇଁ ପଚାରୁଛୁ କାହିଁକିନା, ସମାଜରେ ଏବେ ଏମିତି ଅନେକ ଘଟଣା ଘଟୁଛି  ଯାହା ସଭ୍ୟ ସମାଜ ପାଇଁ ଲଜ୍ଜା । କେବଳ ଲଜ୍ଜା ନୁହେଁ ନିନ୍ଦା, ଅପବାଦ ଓ ବିବାଦ ମୁଣ୍ଡ ଟେକି ବାଟ ଚାଲିବାକୁ ସୁଯୋଗ ଦିଏନି । ସେ ପୀଡ଼ିତଙ୍କ ପରିବାର ହେଉ ଅବା କଳିଯୁଗର କୁଳାଙ୍ଗାର ପାପୀ  ପ୍ରେମିକ ହେଉ । ଦୋଷ କରେ କିଏ ଆଉ ପାପର ଶାସ୍ତୀ ପାଏ କିଏ । ଠିକ୍ ରାଜଧାନୀରେ ଘଟିଥିବା ଏହି ଘଟଣା ପରି । ନଜର ପକାନ୍ତୁ ଖବରର ପୃଷ୍ଠଭୂମୀ ଉପରେ ଯାହାକୁ ନେଇ ଆମେ କହୁଛୁ ପାପ ସମ୍ପର୍କର ବୟସ କେତେ ? 

ଝିଅ

ରାଜଧାନୀରେ ସଫ୍ଟୱେର ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ଆପାର୍ଟମେଣ୍ଟରୁ ଜବତ ହେଲା ଡାଏରୀ ଓ ମୋବାଇଲ । ଚାକିରିର ମାନସିକ ଚାପ ନା କେଉଁ ଚାପରେ ଶ୍ବେତା ଆତ୍ମହତ୍ୟା କଲେ ତାର ତଦନ୍ତ କରୁଛି ପୋଲିସ । ଶୁକ୍ରବାର ରାତିରେ ଶୈଳଶ୍ରୀବିହାରର ଏକ ଆପାର୍ଟମେଣ୍ଟ ରୁମ୍‌ରେ ଆତ୍ମହତ୍ୟା କରିଥିଲେ ଯୁବତୀ  ।

ବେକରେ ଓଢଣୀ ଲଗାଇ ଫ୍ୟାନରେ ସେ ଝୁଲି ପଡିଛନ୍ତି । ମୃତ ଯୁବତୀ ହେଲେ ଶ୍ୱେତା ଉତ୍କଳ କୁମାରୀ  । ସେ ଭଦ୍ରକର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଶ୍ବେତା ଭୁବନେଶ୍ୱର ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ। ଫୋନ୍ ସୁଇଚ ଅଫ୍ ଥିବାରୁ ପରିବାର ଲୋକ ତାଙ୍କ ସହ ଯୋଗାଯୋଗ କରି ପାରିନଥିଲେ ।

ଏ ନେଇ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ପରିବାର ଲୋକେ ଖବର ଦେଇଥିଲେ । ପୋଲିସ ଅପାର୍ଟମେଣ୍ଟରୁ ମୃତଦେହ ସହ ଏକ ଡାଏରୀ ଓ ମୋବାଇଲ ଜବତ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି ପୋଲିସ । ତେବେ ପରିବାରଲୋକଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇପାରିନି । ପୂର୍ବରୁ ଶ୍ୱେତା ଥରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜାଣିବାକୁ ପାଇଛି ପୋଲିସ ।

Share this story