ଦେଖନ୍ତୁ Exclusive ଭିଡ଼ିଓ: ମୃତ୍ୟୁ ପୂର୍ବରୁ ଏହି ସବୁ ମେସେଜ କରିଥିଲେ ଶ୍ରଦ୍ଧା, 'ମତେ ବଞ୍ଚାଓ ନହେଲେ ମରିଯିବି...'

Watch the Exclusive video of Delhi Girl Shradha messaging before murdered

ଓଡ଼ିଆ ଗସିପ ବ୍ୟୁରୋ : ଜହ୍ଲାଦ ପ୍ରେମିକ ଅଫତାବ୍‌ ପୁନାୱାଲାର ଖୋଲୁଛି ଗୋଟିଏ ପରେ ଗୋଟିଏ ଜଘନ୍ୟ କାଣ୍ଡର ପେଡି । ଲିଭ୍‌-ଇନ୍‌ ପାର୍ଟନରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍‌ରେ ରଖି ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିବା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା, ମୃତଦେହକୁ ପିସ୍‌ ପିସ୍‌ କରି କାଟି ଏହାକୁ ଫ୍ରିଜ୍‌ରେ ରଖିଥିବା ବେଳେ, ସେହି ସମୟରେ ଅଫତାବ୍‌ ଅନ୍ୟ ଜଣେ ମହିଳାଙ୍କୁ ଆପାର୍ଟମେଣ୍ଟକୁ ମଧ୍ୟ ଆଣିଥିଲା । ଏସବୁ ଭିତରେ ଶ୍ରଦ୍ଧାଙ୍କ କଲେଜ ସାଙ୍ଗ ରଜତ ଶୁକ୍ଳା ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ।

ରଜତଙ୍କ କହିବା ଅନୁସାରେ, ଶ୍ରଦ୍ଧା ଘରୋଇ ହିଂସାର ଶିକାର ହୋଇଥିଲେ । ସାହାଯ୍ୟ ପାଇଁ ଶ୍ରଦ୍ଧା ମେସେଜ୍‌ ପଠାଇଥିଲେ ବୋଲି ସେ କହିଛନ୍ତି । ହତ୍ୟା ପୂର୍ବରୁ କିଛି ମାସ ପୂର୍ବେ ସେ ଏହି ମେସେଜ୍‌ ପଠାଇଥିଲେ । ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଶ୍ରଦ୍ଧା କହିଥିଲେ ।

ଉଦ୍ଧାର ପାଇଁ ସେ (ଶ୍ରଦ୍ଧା) ତାଙ୍କ ଛୋଟବେଳର ସାଙ୍ଗଙ୍କୁ ଡାକି ଥିଲେ । ଯଦି ତାଙ୍କୁ ଉଦ୍ଧାର କରାନଯାଏ ତା’ହେଲେ ତାଙ୍କ ମୃତଦେହ ଦେଖିବାକୁ ପାଇବ ବୋଲି ଶ୍ରଦ୍ଧା କହିଥିଲେ ।

ରଜତ କହିଛନ୍ତି ଯେ, ‘ତାଙ୍କୁ (ଶ୍ରଦ୍ଧା) ଶାରୀରିକ ଶୋଷଣ କରାଯାଉଥିଲା । ଏହିକଥା ସେ ତାଙ୍କର ଜଣେ ଭଲ ବନ୍ଧୁଙ୍କୁ କହିଥିଲେ । ଆମେ ସମସ୍ତେ ଫ୍ରେଣ୍ଡ୍‌ ସର୍କଲରେ ଥିବାରୁ ଏସମ୍ପର୍କରେ ଜାଣିବାକୁ ପାଇଥିଲୁ ।’

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଲଭ-ସେକ୍ସ-ଧୋକା: ପ୍ରେମିକାକୁ ୩୫ ଖଣ୍ଡ କରି ଜଙ୍ଗଲରେ ନୃଶଂସ ପ୍ରେମିକ ରାତି ଅଧାରେ କରୁଥିଲା ଅମାନବୀୟ କାଣ୍ଡ...

ଶ୍ରଦ୍ଧାଙ୍କ ଜୀବନକୁ ଅଫତାବ୍‌ ଆସିବା ପରେ ସେ କିପରି ଭାବେ ବଦଳିଗଲେ ଏହା ମଧ୍ୟ ରଜତ କହିଛନ୍ତି । ସେ କହିଛନ୍ତି, ଶ୍ରଦ୍ଧାଙ୍କୁ ଏଭଳି ଭାବେ ମର୍ଡର କରାଯାଇଛି ତାହା ଭାବିଲେ ଲୋମ ଟାଙ୍କୁରି ଉଠୁଛି ।

୨୦୧୫ ମସିହାରେ ଶ୍ରଦ୍ଧାଙ୍କ ସହ ମୋର ସାକ୍ଷାତ ହୋଇଥିଲା । ଶ୍ରଦ୍ଧା ଓ ମୁଁ ସାଙ୍ଗ ହୋଇ ପଢ଼ୁଥିଲୁ । ସେ ସାମ୍ବାଦିକ ହେବାକୁ ଚାହୁଁଥିଲେ ଓ ପୁରା ଆକ୍ଟିଭ୍‌ ମଧ୍ୟ ଥିଲେ । ୨୦୧୮ ମସିହାରେ ଅଫତାବ୍‌ ତା’ ଜୀବନକୁ ଆସିବା ପରେ ଧୀରେ ଧୀରେ ଶ୍ରଦ୍ଧା ବଦଳିବାରେ ଲାଗିଲେ । ତେବେ ତାଙ୍କର ଏହି ପରିବର୍ତ୍ତନ ଭଲ ନଥିଲା ।

ହେଲେ ଯେଭଳି ଭାବେ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଛି, ତାହା ଭାବିଲେ ଲୋମ ଟାଙ୍କୁରି ଉଠୁଛି । ଏହା ପଛରେ କିଛି ବଡ଼ ଷଡ଼ଯନ୍ତ୍ର ଥିବା ରଜତ ସନ୍ଦେହ କରିଛନ୍ତି ।

Share this story