VIDEO: ହୋଲିରେ ଚଳନ୍ତା ଅଟୋ ଉପରେ ପାଣି ବେଲୁନ୍ ଫୋପାଡ଼ିଲେ ଯୁବଗୋଷ୍ଠୀ; ଓଲଟିଗଲା ଗାଡ଼ି, ହେଲା ଭୟାନକ ସଡ଼କ ଦୁର୍ଘଟଣା

ଓଡ଼ିଆ ଗସିପ୍ ବ୍ୟୁରୋ: ଉତ୍ତର ପ୍ରଦେଶରେ ହୋଲି ଅବସରରେ ଏକ ବଡ଼ ଅଘଟଣ ଘଟିଯାଇଛି । ପିଚକାରୀରେ ରଙ୍ଗ ମାରିବା ପରିବର୍ତ୍ତେ ୱାଟର ବେଲୁନ୍ ରେ ଅନ୍ୟକୁ ଫିଙ୍ଗିବା କେତେ ବଡ଼ ଅଘଟଣକୁ ରୁପ ଦେଇପାରେ ତାହା ଦେଖିବାକୁ ମିିଳିଛି । ଉତ୍ତର ପ୍ରଦେଶ ବାଗପତରୁ ଏମିତି ଏକ ଅଘଟଣର ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଦେହ ଶୀତେଇ ଉଠୁଛି ।
ବାଗପତ ଜିଲ୍ଲାରୁ ଆସିଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କିଛି ଜଣ ଯୁବକ ସାମ୍ନା ପଟୁ ଆସିଥିବା ଏକ ଅଟୋ ଉପରେ ୱାଟର ବେଲୁନ୍ ଫୋପାଡୁଥିବା ଦେଖିବାକୁ ମିଳୁଛି । ଠିକ୍ ଏହି ସମୟରପେ ୱାଟର ବେଲୁନ୍ ରୁ ବର୍ତ୍ତିବା ପାଇଁ ସଂପୃକ୍ତ ଅଟୋ ଚାଳକ ଗାଡ଼ିକୁ ଅନ୍ୟତ୍ର ମୋଡିବାକୁ ଚେଷ୍ଟା କରୁଛନ୍ତି ।
ଏଇଠି କିନ୍ତୁ ଭୁଲ୍ କରି ବସନ୍ତି ଅଟୋ ଡ୍ରାଇଭର ଦ୍ରୁତ ବେଗରେ ଆସୁଥିବା ଅଟୋକୁ ଡ୍ରାଇଭର ଜଣଙ୍କ ମୋଡିବାକୁ ଚେଷ୍ଟା କରିବା ଯୋଗୁଁ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଅଟୋଟି ଓଲଟିବା ଦେଖି ସେହି ସ୍ଥାନରୁ ବେଲୁନ୍ ଫୋପାଡ଼ୁଥିବା ଯୁବକମାନେ ଦୌଡ଼ି ପାଳାଇଥିଲେ । ଅବଶ୍ୟ ସେହି ସ୍ଥାନରେ ଉପସ୍ଥିତ ଥିବା ଅନ୍ୟ କିଛି ଲୋକ କିନ୍ତୁ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଉଠାଇବାକୁ ଆସିଯାଇଥିଲେ।
ଉତ୍ତର ପ୍ରଦେଶର ପୋଲିସର କହିବା କଥା ସୋସିଆଲ ମିଡିଆ ଜରିଆରେ ସେମାନେ ଏହି ଘଟଣା ସମ୍ପର୍କରେ ଅବଗତ ଅଛନ୍ତି । ନିଜ ଆଡୁ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି । ଏହି ଅଘଟଣରେ କେତେଜଣ ଗୁରୁତର ହୋଇଛନ୍ତି ସେ ସମ୍ପର୍କରେ ସଠିକ୍ ସୂଚନା ପୋଲିସ ପକ୍ଷରୁ ମିଳିନାହିଁ।