ସେକ୍ସ ଚକ୍କରରେ ପ୍ରେମ କରୁଛନ୍ତି ଟୋକା-ଟୋକି; ନିଖୋଜ ଛାତ୍ରୀ କହିଲେ ପ୍ରେମିକ ସହ ମୁଁ ପଳେଇ ଯାଇଛି; ଭିଡିଓ ଭାଇରାଲ

subhasini mallik

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଁ ସୁଭାଷିନୀ ମଲ୍ଲିକ କହୁଛି… ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ। ଜୁଲାଇ ୨ ତାରିଖରେ ନିଜ ଇଚ୍ଛାରେ ହଷ୍ଟେଲ୍‌ରୁ ପଳାଇ ଯାଇଥିଲି…। ଦୀର୍ଘ ଦିନର ନୀରବତା ପରେ ଭିଡିଓ ଜାରି ନିଜ ମନର କଥା ଓ ବଥ୍ୟାକୁ ବଖାଣିଛନ୍ତି ନିଖୋଜ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ସୁଭାଷିନୀ ମଲ୍ଲିକ।

 

ସୁଭାଷିନୀ ଜାରି କରିଥିବା ଭିଡ଼ିଓରେ କହିଛନ୍ତି, ହଷ୍ଟେଲ୍‌ରୁ ପଳାଇ ଆସିବା ପରେ ମୋତେ ନେଇ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ଲାଗି ରହିଛି। ସୋଶାଲ ମିଡିଆରେ ନାନା କଥା ପ୍ରଚାର ହେଉଛି। ମୁଁ ସେହି ଦ୍ୱନ୍ଦ୍ୱ ଦୂର କରିବାକୁ ଚାହୁଁଛି। ମୁଁ ଜଣେ ପୁଅଙ୍କୁ ଭଲ ପାଉଛି। ଆମେ ଦୁହେଁ ପରସ୍ପରକୁ ବହୁଦିନରୁ ଭଲ ପାଉଛୁ। ଘର ଲୋକ ମଧ୍ୟ ଜାଣିଛନ୍ତି। କିନ୍ତୁ ରାଜି ହେଲେନି ବୋଲି ସୁଭାଷିନୀ କହିଛନ୍ତି।

 

ସେ ଆହୁରି କହିଛନ୍ତି, ମୋତେ ନେଇଯିବାକୁ ତାଙ୍କୁ(ପ୍ରେମିକ)ଙ୍କୁ ଫୋର୍ସ କରିଥିଲି। କାରଣ ତାଙ୍କ ବିନା ମୁଁ ବଞ୍ଚି ପାରିବି ନାହିଁ। ମୁଁ ତାଙ୍କ ସହିତ ପଳାଇ ଯାଇଛି। ଏଥିରେ କାହାର ଭୁଲ ନାହିଁ। ମୁଁ ନିଜ ଇଚ୍ଛାରେ ଯାଇଛି। ମୁଁ ତାଙ୍କ ସହିତ ରହିଛି। ମୁଁ ବହୁତ ଖସିରେ ଅଛି। ବାବା ପ୍ଲିଜ୍‌… ମୁଁ ମୋ ଦୁଃଖରେ ଦୁଃଖି ଓ ସୁଖରେ ସୁଖି ହୋଇ ରହିଛି ବୋଲି ସୁଭାଷିନୀ କହିଛନ୍ତି।

ଯାଜପୁର ଜିଲ୍ଲାର ସୁଭାଷିନୀ ମଲ୍ଲିକ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ।  ସେ + ୩ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷର ଛାତ୍ରୀ। ଜୁଲାଇ ୨ ତାରିଖଠାରୁ ନିଖୋଜ ଥିଲେ। ଝିଅକୁ ଖୋଜି ଖୋଜି ବାପା ଭୁବନେଶ୍ୱରରେ ପହଞ୍ଚିଲେ। ହଷ୍ଟେଲ୍‌ରେ ରହୁଥିବା ସୁଭାଷିନୀ କୁଆଡେ ଗଲେ ବୋଲି ପ୍ରଶ୍ନ ପଚାରିଥିଲେ। ପରେ ଏ ସମ୍ପର୍କରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ସୁଭାଷିନୀଙ୍କ ବାପା।

ସେପଟେ ସୁଭାଷିନୀଙ୍କୁ ତାଙ୍କ ମାମୁ ହଷ୍ଟେଲରୁ ନେଇଥିବା ରେଜିଷ୍ଟ୍ରରରେ ଉଲ୍ଲେଖ ରହିଥିଲା। ତେବେ ସୁଭାଷିନୀ ଜାଣିଶୁଣି ନିଜ ମାମୁଙ୍କ ନାଁରେ ନକଲି ଦସ୍ତଖତ କରି କ୍ଲାସ କରିବାକୁ ଯିବା ପରେ ଆଉ ହଷ୍ଟେଲ ଫେରିନଥିବା ହଷ୍ଟେଲ କର୍ତ୍ତୃପକ୍ଷ କହିଥିଲେ। ଏହା ପରେ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା।

Share this story