ଅଜଣା ସମ୍ପର୍କରୁ ପ୍ରେମ ତାପରେ;ଦେହର ଲୋଭ ଦେଖାଇ ଲୁଟିନେଲେ

copy

 ଓଡ଼ିଆ ଗସିପ୍ ବ୍ୟୁରୋ:  ସାମାନ୍ୟ ଲୋଭରେ ପଡ଼ି ମଣିଷ କେତେବେଳେ ଯେ, ଅମଣିଷ ପାଲଟିଯାଏ ତାହା କହିବା ମୁସକିଲ୍ । ନାନା ପ୍ରକାର ଉପାୟରେ କେବଳ ଟଙ୍କା , ସମ୍ପତ୍ତି ଲୁଟି ନେବାକୁ ଉଦ୍ୟମ କରି ସଫଳ ହେଉଥିବା ଅଭିଯୁକ୍ତଙ୍କ ତାଲିକା ଯେତେ ଲମ୍ବା ସେତେ ଚାଞ୍ଚଲ୍ୟକର ସେମାନଙ୍କ ଅପରାଧାର କାରନାମା । ଏଇ ଯେମିତି ବ୍ରହ୍ମପୁରରେ ଘଟିଗଲା ।

 

ବିବାହ ସ୍ଥିର ହେବା ପରେ ସୁନା ଅଳଙ୍କାର, ଟଙ୍କା ଧରି ଘରୁ ପଳାଇଲେ ଯୁବତୀ । ଏମିତି ଏକ ଖବରୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କୁହାଯାଉଛି ଅଜଣା ସମ୍ପର୍କରୁ ପ୍ରେମ ହୋଇଥିଲା ।  ତାପରେ ବିବାହ ପ୍ରସ୍ତାବ ପାଇଁ ନିମନ୍ତ୍ରଣ କାର୍ଡ ଛପା ଯାଇଥିଲା, ବିବାହ ତାରିଖ ବି ପାଖେଇ ପାଖେଇ ଆସିଲା । ଆଉ ଠିକ୍ ତା ପରେ ଯୁବକଙ୍କୁ ଫୁସୁଲାଇ ସବୁ ସୁନା ଗହଣା ଓ ଲକ୍ଷେ ଟଙ୍କା ନେଇ ଯୁବତୀ ଛୁ ମାରିଲେ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳ ରାଳବ ଗାଁର ଶିଶିର କୁମାର ଷଡଙ୍ଗୀଙ୍କ ପରିବାର ଏମିତି ଏକ ଅଭିନବ ଠକେଇର ଶିକାର ହୋଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ଏବେ ଚାରିଆଡ଼େ ଏହାକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି  । 

 

ସୂଚନା ଅନୁସାରେ, ଗତ ୨୮ ତାରିଖରେ ବିବାହ ହେବାର ଥିଲା ଏଥିପାଇଁ କାର୍ଡ ମଧ୍ୟ ଛପା ହୋଇଥିଲା । ୨୫ ତାରିଖ ରାତିରେ ଯୁବତୀ ଆସି ଶିଶିରଙ୍କୁ ଫୁସୁଲାଇଥିଲେ । ନିର୍ବନ୍ଧ ସୁନା ଦେଲେ ମୁକୁନ୍ଦପୁର ଗାଁକୁ ନିମନ୍ତ୍ରଣ କରିବାକୁ ଯିବୁ କହି ଯୁବତୀ ଓ ତାଙ୍କ ପରିବାର ଛୁ ମାରିଥିବା ନେଇ ଶିଶିର ଅଭିଯୋଗ କରିଛନ୍ତି । ଶେଷରେ ଏନେଇ ବ୍ରହ୍ମପୁର ଏସ୍ପିଙ୍କ ପାଖରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଶିଶିର ଯେଉଁ ଅଂଚଳରେ ଘର ଭଡ଼ା ନେଇ ରହୁଥିଲେ, ୪ ମାସ ପୂର୍ବରୁ ସେହି ଘରର ତଳ ଘରେ ଆଉ ୨ ଭଉଣୀ ଓ ତାଙ୍କ ବାପାମାଆ ଆସି ଭଡ଼ା ନେଇ ରହିଲେ । ୨ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ସହ ଶିଶିରଙ୍କ ପ୍ରେମ ହୋଇଗଲା ପରେ ଧିରେ ଧିରେ ୨ ପରିବାର ବିବାହ କରିବାକୁ ସ୍ଥିର କଲେ ।

Share this story