ଦେହରୁ ଗୋଟି ଗୋଟି କରି ଡ୍ରେସ ଖୋଲିଲେ ଯୁବତୀ; କହିଲେ ହଉ ଏଥର ଦେ ୨୧ ହଜାର...

open the dress

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଖିଲୁ ତ କେମିତି ଲାଗିଲା । ହଉ ଏଥର ଦେ ୨୧ ହଜାର । ନ ଦେବୁ ଭିଡ଼ିଓ ଭାଇରାଲ କରିବି । ସହରରେ ରହୁଥିବା ଜଣେ ଯୁବକଙ୍କୁ ଏମିତି ବ୍ଲାକମେଲିଂ କରୁଛନ୍ତି ଜଣେ ସୁନ୍ଦରୀ। ଏଇ ତଥାକଥିତ ଡିଜିଟାଲ ସୁନ୍ଦରୀଙ୍କ ସହ ହୋଇଥିବା ଭିଡ଼ିଓ ଚାଟିଂ ଏବେ ମହଙ୍ଗା ପଡ଼ିଛି ସମ୍ପୃକ୍ତ ଯୁବକଙ୍କୁ । କେବଳ ଏହି ଯୁବକ ଜଣକ ନୁହନ୍ତି, ଏମିତି ଡିଜିଟାଲ ସୁନ୍ଦରୀଙ୍କ କବଳରେ ପଡି ହନ୍ତସନ୍ତ ହେଉଛନ୍ତି ଧନୀ ଶ୍ରେଣୀର ଯୁବକ ଓ ବ୍ୟବସାୟୀ ।

ବିଳମ୍ବିତ ରାତିରେ ହଠାତ ଫେସ୍‌ବୁକ୍‌ରେ ସୁନ୍ଦରୀ ଯୁବତୀଙ୍କ ପକ୍ଷରୁ ବନ୍ଧୁତ୍ୱ ପାଇଁ ରିକ୍ୟୁଏଷ୍ଟ ଆସୁଛି । ଯିଏ ବନ୍ଧୁତ୍ୱ ଗ୍ରହଣ କଲା ସମ୍ପୃକ୍ତ ଯୁବତୀଙ୍କୁ ମେସେଞ୍ଜରରେ କିଛି ସମୟ ପାଇଁ ମିଠାମିଠା କଥା ହେଉଛନ୍ତି। ଏପରି ୧୫ରୁ ୨୦ ମିନିଟ ଚାଟ୍‌ କରିବା ପପରେ ଲୋକଙ୍କ ବିଶ୍ୱାସ ଜତୁଛନ୍ତି ଡିଜିଟାଲ ସୁନ୍ଦରୀ । ହ୍ୱାଟସ୍‌ଆପ ନମ୍ବର ନେଉଛନ୍ତି । ନମ୍ବର ପାଇବା ପରେ ସଙ୍ଗେ ସଙ୍ଗେ ଆରମ୍ଭ କରୁଛନ୍ତି ଚାଟିଂ । ପ୍ରଥମେ ତାଙ୍କ ଅର୍ଦ୍ଧନଗ୍ନ ଫଟୋ ପଠାଉଛନ୍ତି ।

ଫଟୋ ଦେଖିବା ପରେ ଯଦି ଲୋକଟି କିଛି ପ୍ରତିକ୍ରିୟା ଦେଉଛି ତେବେ କଥା ଆଗକୁ ବଢାଇବାରେ ଫୁରସତ ଦେଉନାହାନ୍ତି ଏହି ଡିଜିଟାଲ ସୁନ୍ଦରୀ । ପରେ ଆରମ୍ଭ ହୋଇଥାଏ ସେକ୍ସ ଚାଟିଂ । ଏଥିରେ ଯିଏ ଆଗକୁ ବଢିଲା ତା ବେଳା ଖରା । କିଛି ସମୟ ସେକ୍ସ ଚାଟିଂ ପରେ ସେପଟୁ ହ୍ୱାଟସ୍‌ଆପ୍‌ରୁ ଆସୁଛି ଭିଡ଼ିଓ କଲ୍‌ । କଲ୍‌ ରିସିଭ କଲା ମାତ୍ରକେ ସମ୍ପୃକ୍ତ ଯୁବତୀ ନିଜର ପୋଷାକ ଖୋଲି ଦେଉଛନ୍ତି ।

ଏହାସହ ଅପରପକ୍ଷରେ ଥିବା ବ୍ୟକ୍ତିଙ୍କୁ ଡ୍ରେସ୍‌ ଖୋଲିବା ପାଇଁ ବାଧ୍ୟ କରୁଛନ୍ତି । ସେକ୍ସ ଚାଟିଂରେ ଉତ୍ତେଜିତ ହୋଇଥିବା ବ୍ୟକ୍ତି ଜଣକ ଯୁବତୀଙ୍କ କଥା ମାନିଗଲେ କଥା ସରିଲା । ଯୁବତୀ ଜଣକ ତାର ଭିଡ଼ିଓ ସ୍କ୍ରିନ୍‌ ସଟ୍‌ ରେକଡିଂ କରିନେଉଛନ୍ତି । ମାତ୍ର ଦୁଇ ମିନିଟ ଏପରି ଭିଡ଼ିଓ କଲ୍‌ ପରେ ହଠାତ ଫୋନ୍‌ କଟିଯାଉଛି । କିଛି ସମୟ ପରେ ହ୍ୱାଟସଆପ୍‌ରେ ମେସେଜ୍‌ ଆସୁଛି । ୨୧ ହଜାର ଟଙ୍କା ଦିଅ, ନହେଲେ ସେକ୍ସ ଚାଟ୍‌କୁ ବନ୍ଧୁ ତଥା ପ୍ରିୟଜନଙ୍କ ସହ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ପାଇଁ ଧମକ ଦେଉଛନ୍ତି ।

ଏମିତି ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି । ଚାଟିଂ କରୁଥିବା ବ୍ୟକ୍ତି ଲୋକଲଜ୍ୟା ଭୟରେ ଟଙ୍କା ଦେଉଛନ୍ତି । ହେଲେ ଥାନାକୁ ଅଭିଯୋଗ କରିବାକୁ ସାହାସ କରୁନାହାନ୍ତି ଠକେଇର ଶିକାର ହୋଇଥିବା ଅନେକ ବ୍ୟକ୍ତି । ମାତ୍ର ଏଭଳି ଡିଜିଟାଲ ସୁନ୍ଦରୀଙ୍କ ଫାସରେ ଫସିଥିଲେ ମଧ୍ୟ ଟଙ୍କା ଦେଇନଥିବା ସମ୍ପୃକ୍ତ ଯୁବକ ଜଣକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Share this story