ପାଲ ଭିତରେ ଭିଡ଼ାଭିଡ଼ି କରି ମଜା ନେଲା ଚା ବିକାଳୀ; ସ୍ୱାମୀକୁ ଛାଡ଼ି ଶଙ୍କରକୁ ହିଁ ଚାହିଁଲେ ବିବାହିତ ମହିଳା

3

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆ ଏକ ଡିଜିଟାଲ ସମୁଦ୍ର । ଆପଣ ଏହା ଭିତରେ ଡିଆଁ ମାରିଲେ ମାନେ ଏଇଠୁ ମୁକୁଳିପାରିବା ଏତେ ସହଜ ନୁହେଁ । ଆପଣ ଉଠିବାକୁ ଚାହିଁବେ ସେ କିନ୍ତୁ ଆପଣଙ୍କୁ ବୁଡ଼େଇ ଚାଲିବ । ଭିତରକୁ ଭିତରକୁ ଆହୁରି ଭିତରକୁ ନେଇ ବୁଡ଼େଇ ମାରିବ । ବାହିରିବେ କିନ୍ତୁ ଆପେ ଆପେ ପୁଣି ସେଥିରେ ଲମ୍ଫ ମାରିବାକୁ ବାଧ୍ୟ ହେବେ । ଅଣନିଶ୍ବାସୀ ହୋଇଯିବେ କିନ୍ତୁ ତଥାପି ଡୁବକି ମାରିବାକୁ ଆଗଭର ହୋଇ ସେହି ଭୁଲ୍ କୁ ଦୋହରାଇବେ ।

ମଜାରୁ ମଜାରୁ ଆରମ୍ଭ ହୋଇଥିବା ଏହି ଇଣ୍ଟରନେଟ୍ ୟୁଜ୍ ର ନିଶା ବ୍ରାଉନ ସୁଗାର ଭଳି ଘାତକ ନିଶା ଅଭ୍ୟାସରେ ପରିଣତ ହୋଇଯିବ । ମଦ, ଗଞ୍ଜେଇ, ସିଗାରେଟ ନିଶାଟାରୁ ଏହି ନିଶା କମ୍ ନୁହେଁ, ଏଥିରେ ବି ଆପଣ ମାହିର ହୋଇଯିବେ । ଆଉ ଆପଣ ଟୁଙ୍ଗୁରୁ, ମୁଙ୍ଗୁରୁ ଭଳି ନିଶାକୁ ରାତି ଦିନ ଏମିତି ସେବନ କରି ଚାଲିବେ । କହିବାର କଥା ପ୍ରତିଦିନ ଆପଣ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏମିତି ସବୁ ଖବରର ନିଶାରେ ଚୁର୍ ହୋଇଛନ୍ତି ଯାହାକୁ ଆପଣ ଚାହିଁଲେ ବି ଦୁରେଇ ଦେଇ ପାରିବେନି । ଏମିତି ଏକ ଖବରକୁ ନେଇ ଆଜିର ଚର୍ଚ୍ଚା ....

ଟୁଙ୍ଗୁର ଭୋଳ ପରେ ଏବେ ଶଙ୍କର କହଁର । ସ୍ତ୍ରୀ ମାନ୍ୟତା ପାଇଁ ଧାରଣା । ନ୍ୟାୟ ପାଇଁ ଥାନାରେ ଧାରଣା ଦେଇଛନ୍ତି ମହିଳା । ଟୁଙ୍ଗୁରୁ ଭୋଳ ପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ ଜିଦ୍ ଯେ ମୋର ଶଙ୍କର କହଁର ଦରକାର । ସିଏ ବାହା ହେଲେ ବି ମୁଁ ତା ସହ ରହିବି ବୋଲି ଜିଦ୍ ଧରି ବସିଛନ୍ତି ମହିଳାଜଣକ । ମହିଳାଙ୍କ ଅଭିଯୋଗ ଯେ, ଶଙ୍କର କହଁର ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ମାନେ ସେ ମୋତେ ବାହାହେବେ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣି ନୟାପଲ୍ଲୀ ଥାନା ଆଗରେ ଧାରଣା ଦେଇଛନ୍ତି ମହିଳା ଜଣକ । ସେପଟେ ମହିଳାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଶଙ୍କରକୁ ଗିରଫ କରିଛି ନୟାପଲ୍ଲୀ ପୋଲସ ।

ମହିଳାଙ୍କ ଅଭିଯୋଗ ଅନୁସାରେ ଲକଡାଉନ ସମୟରେ କାମଧନ୍ଧା ଅଭାବରୁ ପରିବାର ଚଳାଇବାରେ ସମସ୍ୟା ଦେଖା ଦେଇଥିଲା । ଅଭିଯୋଗକାରୀଙ୍କ ସ୍ୱାମୀ କୌଣସି କାମ କରୁନଥିବାରୁ ଘରର ଆର୍ଥିତ ସ୍ଥିତି ଖରାପରୁ ଅଧିକ ଖରାପ ହୋଇଥିଲା । ଶେଷରେ ବାଧ୍ୟ ହୋଇ ମହିଳା ଜଣଙ୍କ କାମ ସନ୍ଧାନରେ ବାହାରି ଯାଇଥିଲେ ମାଷ୍ଟର କ୍ୟାଣ୍ଟିନ । ସେଠାରେ ସେ ଜଣେ ଚାହା ଦୋକାନୀ ସମ୍ପର୍କରେ ଆସିଥିଲେ , ସଂପୃକ୍ତ ଚାହା ଦୋକାନୀ ଅଭିଯୋଗକାରୀଙ୍କ ଠାରୁ ବୟସରେ ବହୁତ ସାନ ହୋଇଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ସମ୍ପର୍କ ବଢ଼ିବାକୁ ଲାଗିଲା।

ଦିନେ କିନ୍ତୁ ମହିଳାଙ୍କ ଅସୁସ୍ଥତାର ସୁଯୋଗ ନେଇ ଜରି ପାଲ ତଳେ ପକାଇ ତାଙ୍କ ସହ ଖରାପ କାମ କରି ପକାଇଥିଲେ । ଶାରିରୀକ ନିର୍ଯ୍ୟାତନାର ଶିକାର ମହିଳା ଜଣଙ୍କ ଶେଷରେ ପୋଲିସର  ଦ୍ୱାରସ୍ଥ ହୋଇଥିଲେ । ପୋଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏବେ ପୁଣି ଥରେ ଥାନାକୁ ଆସି ନ୍ୟାୟ ଭିକ୍ଷା କରିଛନ୍ତି ।....

Share this story