ବର୍ଷା-ଟୁଙ୍ଗୁରୁଙ୍କଠୁ ବଳିଗଲା ଶବରସାହିର ଏହି ଭାଉଜଙ୍କ କାରନାମା;  ହେମଦସ୍ତା ପ୍ରହାରରେ ସ୍ୱାମୀ ମୁଣ୍ଡକୁ ଆଘାତ

258

ଓଡ଼ିଆ ଗସିପ୍ ବ୍ୟୁରୋ:  ସାମାଜିକ ଗଣମାଧ୍ୟମରୁ ପ୍ରେମ ଓ ପରେ କୋର୍ଟରେ ବିବାହ। ମାତ୍ର ବିବାହର ମାସକ ମଧ୍ୟରେ ପୁଣି ଜଣେ ଯୁବକଙ୍କ ପ୍ରେମରେ ପଡ଼ି ସ୍ତ୍ରୀ ସ୍ବାମୀକୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଆଉ ଏହାକୁ କେନ୍ଦ୍ର କରି ଆଜି ଦମ୍ପତିଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରସୁଲଗଡ଼ ଶବରସାହିରେ।

ଖବର ଅନୁସାରେ ଶନିବାର ଦିନ ଜଣେ ଯୁବକ ତାଙ୍କ ପତ୍ନୀଙ୍କ ଜନ୍ମଦିନ ପାଳନ କରିବା ପାଇଁ କିଛି ସାଙ୍ଗଙ୍କୁ ସାଥୀରେ ଧରି ଆସିଥିଲେ। ଜନ୍ମଦିନ ପାଳନ ଭିତରେ ଯୁବକ ତାଙ୍କ ପତ୍ନୀଙ୍କୁ ହଠାତ୍ ଏକ ଅଖାରେ ଜୋର୍‌ ଜବରଦସ୍ତ ପୂରାଇବାକୁ ଉଦ୍ୟମ କଲେ। ମାତ୍ର ପତ୍ନୀ ଏକ ହେମଦସ୍ତାରେ ସ୍ବାମୀ ମୁଣ୍ଡକୁ ଛେଚିଦେବା ସହ ଚିତ୍କାର କରି ବସ୍ତିବାସିନ୍ଦାକୁ ଡାକ ପକାଇଥିଲେ।

ବସ୍ତିବାସିନ୍ଦାମାନେ ଘେରିଯିବା ଦେଖି ସ୍ବାମୀ ସାଙ୍ଗରେ ଆସିଥିବା ୩ ସହଯୋଗୀ କାର୍ ଧରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ବାମୀ-ସ୍ତ୍ରୀଙ୍କୁ ଥାନାକୁ ନେଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ରସୁଲଗଡ଼ରେ ଏକ ମଲ୍‌ରେ କାମ କରୁଛନ୍ତି। ସେଠାରେ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ିଉଠିଥିଲା। ପରେ ସେ ତାଙ୍କ ସ୍ବାମୀକୁ ଛାଡ଼ପତ୍ର ଦେବାକୁ କୋର୍ଟରେ ଆବେଦନ କରିଥିଲେ।

ମଲ୍‌ର ଜଣେ କର୍ମଚାରୀଙ୍କୁ ତାଙ୍କ ସ୍ତ୍ରୀ ପ୍ରେମ କରୁଛନ୍ତି ବୋଲି ଜାଣିବାକୁ ପାଇଥିଲେ। ତେଣୁ କୌଶଳ କରି ସ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କୁ ନିଜ ଗାଁ ଭଦ୍ରକକୁ ନେଇଯିବାକୁ ଯୋଜନା କରିଥିଲେ। ତେବେ ପରେ ଆପୋସ ବୁଝାମଣାରେ ଦମ୍ପତି ଥାନାରୁ ଫେରିଯାଇଥିବା ଜଣାପଡ଼ିଛି।

Share this story