ପଡିଲା ମହଙ୍ଗା ମହାପ୍ରଭୁଙ୍କୁ ଅପମାନ, ଭୁଲ ମାଗିଲେ ଟେଣ୍ଟ ହାଉସ ମାଲିକ 

QWER

ଓଡ଼ିଆ ଗସିପ୍ ବ୍ୟୁରୋ: ଯାହାର ଭୋଗ ବଡ ଭୋଗ ଯାହାର ଦାଣ୍ଡ ବଡ ଦାଣ୍ଡ ଯାହାର ଦେଉଳ ବଡ ଦେଉଳ ସେ ଆମ ବଡ ଠାକୁର ଜଗନ୍ନାଥ । ବର୍ଷଙ୍କୁ ଥରେ ଭକ୍ତକୁ ଦର୍ଶନ ଦେବା ପାଇଁ ସେ ପଦାକୁ ଆସନ୍ତି । ତାହା ପୁଣି ବଡ ରଥରେ ବସି । ରଥ ଉପରେ ଦର୍ଶନ ଦେଉଥିବା ଠାକୁର ଯଦି ବାଉଁଶ ଲଦା ହେଉଥିବା ଗାଡିରେ ଯାନ୍ତି କେତେ ବ୍ୟଥିତ କରୁ ନଥିବା ଏ ଦୃଶ୍ୟ । ହଁ ଦର୍ଶକ ବନ୍ଧୁ ଆମ ମାନସିକତା କେଉଁ ସ୍ତରକୁ ଚାଲି ଯାଇଛି ଆମ ବିବେକର ଭାବନା କଣ ହୋଇଯାଇଛି ।

ଆମ ମଣିଷ ପଣିଆ ସତରେ ଯେମିତି ମରି ଯାଇଛି । କାହିଁକି ନା 60 ନମ୍ବର ଜାତୀୟ ରାଜପଥର ଦୃଶ୍ୟ  । ଗୋଟେ ଟେଣ୍ଟ ହାଉସର ଗାଡି ବାଲେଶ୍ଵରରୁ ପଶ୍ଚିମ ବଙ୍ଗ ଯାଉଛି ଗାଡି ଦେଖି ଲାଗୁଛି କୌଣସି ଏକ ବଡ କାର୍ଯ୍ୟ ନିଶ୍ଚୟ ହେବ ଏବଂ କାର୍ଯ୍ୟ ଆରମ୍ଭରେ ଏହି ଜଗନ୍ନାଥଙ୍କୁ ଦର୍ଶନ କରି ସେହି କାର୍ଯ୍ୟ ଆରମ୍ଭ ହେବ । ହେଲେ ଜଗନ୍ନାଥଙ୍କୁ ନେବାର ତରିକା ଟିକେ ଭଲ ଭାବରେ ଦେଖି ନିଅନ୍ତୁ ।

ଏ ହେଉଛି ପ୍ରତି ଓଡିଆଙ୍କ ଭାବ ବିବେକର କଥା କିନ୍ତୁ ଗାଡି ଉପରେ ଯେଉଁ ଭଳି ଭାବରେ ଜଗତର ନାଥ ଜଗନ୍ନାଥଙ୍କୁ ନିଆ ଯାଉଛି ସତରେ ଆ ଠାରୁ ବଡ ଦୁର୍ଭାଗ୍ୟ ଆଉ କିଛି ନୁହେଁ । ଏ ଭିଡିଓ ଯେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା ସେତେବେଳେ ସାମ୍ନାକୁ ଆସିଲେ ଟେଣ୍ଟ ହାଉସର ମାଲିକ । ଜଗନ୍ନାଥ ମନ୍ଦିରରେ କାନ ଧରିଲେ ଭୁଲ ମାଗିଲେ ଆଉ ନେହୁରା ହେଲେ ।

ତେବେ ଟେଣ୍ଟ ମାଲିକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଗତ କାଲି ଯେଉଁ ଘଟଣା ଜଗନ୍ନାଥଙ୍କ ସହ ଘଟି ଯାଇଛି ସେଇଟା ମୋର ଅନୁପସ୍ଥିତି ମୁଁ ଆଉଟ ଅଫ ଷ୍ଟେସନରେ ଥିଲି । ମୁଁ ନଥିବା ବେଳେ ମୋ ୱାର୍କର ମାନେ ଏତେ ବଡ ଭୁଲ ନିଷ୍ପତ୍ତି ନେଇଗଲେ ଯାହାକି ମୁଁ ଆଜି ତାଙ୍କ ମାନଙ୍କ ପାଇଁ ସମସ୍ତଙ୍କ ଆଗରେ ଲଜ୍ଜିତ ଅନୁଭବ କରୁଛି ।  ମାଲିକ ହିସାବରେ ଅଗଣିତ ଜଗନ୍ନାଥ ପ୍ରେମିଙ୍କ ମନରେ ମୁଁ ଯେଉଁ କଷ୍ଟ ଦେଇଛି ସେହି କଷ୍ଟକୁ ଦୂର କରିବା ପାଇଁ ମୁଁ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି । ମୁଁ ନଥିବା ବେଳେ ଏଭଳି ଏକ ଭୁଲ ହୋଇଯାଇଛି ମୁଁ ଜଗନ୍ନାଥ ପ୍ରେମୀ ଆଉ ଏଭଳି ଭୁଲ କେବେ ବି ହେବ ନାହିଁ ବୋଲି ମୁଁ ପ୍ରତିଜ୍ଞା କରୁଛି’ । 

Share this story