ଘରେ ଘରେ ମଦ’ର ପାଇପଲାଇନ୍ ବସାଇବେ ସରକାର, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ମଦ

ଓଡ଼ିଆ ଗସିପ୍ ବ୍ୟୁରୋ:  ସୋସିଆଲ ମିଡିଆରେ ପ୍ରତିିଦିନ କିଛି ନା କିଛି ଖବର ଭାଇରାଲ ହେଉଛି । କିନ୍ତୁ ବେଳେ ବେଳେ ଏପରି କିଛି ଖବର ଭାଇରାଲ ହୋଇଯାଏ, ଯାହା ବିଷୟରେ ଭାବିବା ବି ସମ୍ଭବପର ନୁହେଁ । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏବେ ଏକ ଫର୍ମ ତୀବ୍ରଭାବେ ଭାଇରାଲ ହେବାରେ ଲାଗିଛି । ଏଥିରେ ଦାବି କରାଯାଇଛି ଯେ, ‘କେନ୍ଦ୍ର ସରକାର ଲୋକଙ୍କ ଘର ପର୍ଯ୍ୟନ୍ତ ମଦର ପାଇପଲାଇନ୍ ପହଞ୍ଚାଇବାକୁ ସାହାଯ୍ୟ କରୁଛନ୍ତି । ଏଥିପାଇଁ ଲୋକମାନେ ଆବେଦନ କରିପାରିବେ ।’

ଏହି ଫର୍ମଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫର୍ମରେ ଲେଖାହୋଇଛି କି, ‘ଭାରତ ସରକାର, ମଦର ପାଇପଲାଇନ୍ ସଂଯୋଗ ପାଇଁ ଆବେଦନ । ମାନନୀୟ ପ୍ରଧାନମନ୍ତ୍ରୀ ପ୍ରତିଦିନ ମଦ ପିଉଥିବା ଲୋକଙ୍କ ପାଇଁ ମଦର ପାଇପଲାଇନ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଆଶାୟୀ ଲୋକମାନେ ୧୧,୦୦୦ ଟଙ୍କା ଡିମାଣ୍ଡ ଡ୍ରାଫ୍ଟର ସହ ଆବେଦନ ଫର୍ମକୁ ପୂରଣ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଜମା କରନ୍ତୁ ।’



ଆବେଦନ ଗ୍ରହଣ କରିବାର ଏକ ମାସ ପରେ ଯାଞ୍ଚ କରି ମଦ ପାଇପଲାଇନକୁ ଆବେଦନକାରୀଙ୍କ ଘର ମିଟର ସହିତ ସଂଯୋଗ କରାଯିବ । ପରେ ବ୍ୟବହାର ଅନୁଯାୟୀ ଏହି ବିଲ୍ ଘରକୁ ଆସିବ । ଫର୍ମଟି ଅବିକଳ ସରକାରୀ ଫର୍ମ ପରି ଦେଖାଯାଉଛି ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫ୍ୟାକ୍ଟ ଚେକ୍ ଏହି ଫର୍ମକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛି । ପିଆଇବି ଏହି ଫଟୋକୁ ନାନା ପାଟେକରଙ୍କ ଛବି ସେୟାର କରି କହିଛନ୍ତି ଯେ ସରକାର ଏଭଳି କିଛି ବି ଯୋଜନା ଆଣି ନାହାଁନ୍ତି ।

Share this story