ହୋଟେଲ ଯାଇଥିଲେ କପୁଲ: ଯନ୍ତ୍ର ଉଠିବା ଟାବଲେଟ୍ ଖାଇଥିଲେ, ମୋଟା ହେଲା ପୁରୁଷାଙ୍ଗ, ଆଉ ତା ପରେ...

123

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରେମିକାଙ୍କ ସହ ଲଜକୁ ଯାଇଥିବା ୨୫ ବର୍ଷ ବୟସ୍କ ପ୍ରେମିକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ଏପରି ଘଟଣା ନାଗପୁର ଜିଲ୍ଲାର ସାଭେନର ସହରରେ ଘଟିଛି। ମୃତ ବ୍ୟକ୍ତିଜଣକ ହେଲେ ଅଜୟ ପରାତକେଇ । ପୋଲିସର ସୂଚନାନୁସାରେ, ମୃତ ଯୁବକଙ୍କ ପକେଟରୁ ମିଳିଥିଲା ପୁରୁଷତ୍ବ ବୃଦ୍ଧି ବଟିକା । ଏହି ବଟିକାର ଅଧିକା ମାତ୍ରା ଯୁବକ ଜଣକ ଖାଇଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁସାରେ ଅଜୟ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ରବିବାର ସନ୍ଧ୍ୟାରେ ସାଭେନର ଏକ ଲଜକୁ ଯାଇଥିଲେ । ଲଜକୁ ଯିବା ପରେ ଅଜୟ ହଠାତ୍ ବେହୋସ ହୋଇଗଲେ । ଏହାଦେଖି ଅଜୟଙ୍କ ଗର୍ଲଫ୍ରେଣ୍ଡ ଲଜରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ଏହାସହ ଅଜୟଙ୍କ ସାଙ୍ଗମାନଙ୍କୁ ମଧ୍ୟ ଡାକିଥିଲେ।

ଅଜୟଙ୍କୁ ଡାକ୍ତରଙ୍କ ନିକଟକୁ ନିଆଯିବା ପରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏହାପରେ ଲଜର ମାଲିକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଅଜୟଙ୍କ ପକେଟରୁ ଷ୍ଟାମିନା ବଢାଇବା ବଟିକା ଜବତ କରାଯାଇଛି ।

Share this story