ଲାଞ୍ଚ ନେଉଥିଲେ ସୁନ୍ଦରୀ ଇନ୍ସପେକ୍ଟର ; ଚାକିରିରୁ ବିଦା ହେଲେ, ଆଉ ତା ପରେ..

21

ଓଡ଼ିଆ ଗସିପ ବ୍ୟୁରୋ: ଭିଜିଲାନ୍ସ ଅଧିକାରୀ ବି ସ୍କାନରରେ ରହିବେ। ଏଥିପାଇଁ ଭିଜିଲାନ୍ସ ସେଲର ଆଭ୍ୟନ୍ତରୀଣ ୟୁନିଟକୁ କ୍ରିୟାଶିଳ କରାଯାଇଛି । ଫଳରେ ଆଜି ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା ।

ଜଣେ ମଧ୍ୟସ୍ଥି ଜରିଆରେ ସରକାରୀ ଅଧିକାରୀଙ୍କୁ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଆଭ୍ୟନ୍ତରୀଣ ଭିଜିଲାନ୍ସ ୟୁନିଟ୍ । ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଥିବା ଏକ ମାମଲାକୁ ରଫା ଦଫା ପାଇଁ ମାନସୀ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।

ଏହି ଲାଞ୍ଚ କାରବାରରେ ମଧ୍ୟସ୍ଥତା କରୁଥିଲେ ବରଗଡ଼ର ମୁକେଶ ସାହୁ । ଏନେଇ ମୁକେଶ ଓ ମାନସୀଙ୍କ ଘରେ ଖାନତଲାସି ଚାଲିଛି । ତେବେ ମୁକେଶ କାହିଁକି ମଧ୍ୟସ୍ଥତା ସାଜିଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଏନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି । ଏବେ ଭିଜିଲାନ୍ସରେ କାର୍ଯ୍ୟରତ କମର୍ଚାରୀଙ୍କ ଉପରେ ବି ନଜର ରଖିଛି ଭିଜିଲାନ୍ସ ।

ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ଭିଜିଲାନ୍ସ ଆଭ୍ୟନ୍ତରୀଣ ୟୁନିଟ୍ ସକ୍ରିୟ କରାଯାଇଛି । ଦୁର୍ନୀତିରେ ଲିପ୍ତ ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦୁର୍ନୀତି ନିବାରଣ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ।

Share this story