ଭୟଙ୍କର ସ୍ୱାମୀର ଭାଇରଲ କାଣ୍ଡ; ସ୍ତ୍ରୀଙ୍କ ଇଜତକୁ କଲା ବେଇଜତ

ଓଡ଼ିଆ ଗସିପ ବ୍ୟୁରୋ: ରାଜଧାନୀରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ୱାମୀ ଗିରଫ । ସୋସିଆଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ଭାଇରାଲ୍ କରିବା ଅଭିଯୋଗରେ ଗତକାଲି ଭୁବନେଶ୍ଵର ସାଇବର ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ସରୋଜଙ୍କ ସ୍ତ୍ରୀ ମଞ୍ଚେଶ୍ଵର ଅଞ୍ଚଳରେ ଘରୋଇ ସହାୟକ ଭାବେ କାମ କରୁଛନ୍ତି ।

ସରୋଜ ଭଦ୍ରକରେ ପାଇପ୍ ମିସ୍ତ୍ରୀ କାମ କରନ୍ତି । ସରୋଜ ରୋଜଗାର କରୁଥିଲେ ବି ନିଶାରେ ଟଙ୍କା ଉଡ଼ାଇ ଦେଉଥିଲେ ଓ ମଝିରେ ମଝିରେ ସ୍ତ୍ରୀଙ୍କଠାରୁ ଟଙ୍କା ନେଉଥିଲେ । ଏବେ କିଛି ଦିନ ହେଲା ସ୍ତ୍ରୀ ସରୋଜକୁ ଟଙ୍କା ଦେବା ବନ୍ଦ କରିଦେଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ରାଗରେ ସରୋଜ ସେମାନଙ୍କର ଅନ୍ତରଙ୍ଗ ମୁହର୍ତ୍ତର କିଛି ଫଟୋକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲା । ଜଣେ ପଡ଼ୋଶୀ ମହିଳା ଏଭଳି ଭିଡିଓ ଓ ଫଟୋ ଦେଖି ସରୋଜଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ ।

ଏନେଇ ପତ୍ନୀ ଭୁବନେଶ୍ୱର ଡିସିପି ଅଫିସରେ ଅଭିଯୋଗ କରିଥିଲେ। ଆଇପିସି ଧାରା ୩୮୩ , ୪୨୦ , ୪୯୮ ( ଏ ) , ୫୦୯ ଏବଂ ଆଇଟି ଆକ୍ଟ ଧାରା ୬୭ , ୬୭( ଏ )ରେ ପୋଲିସ ଭଦ୍ରକ ଚାନ୍ଦବାଲିରୁ ଅଭିଯୁକ୍ତ ସରୋଜ କୁମାର ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Share this story