ଆତ୍ମହତ୍ୟା କଲେ ବର୍ଷିଆନ ଭିଲେନ  ରାଇମୋହନ ପରିଡା; ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

Rai

ଓଡ଼ିଆ ଗସିପ ବ୍ୟୁରୋ: ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ । ଓଲିଉଡ ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ସୂଚନା । ଭୂବନେଶ୍ୱର ପ୍ରାଚୀ ବିହାର ଘରୁ ମିଳିଲା ଝୁଲନ୍ତା ମୃତଦେହ । କାହିଁକି ଆତ୍ମହତ୍ୟା କଲେ ରାଇମୋହନ ତାର କାରଣ ଅସ୍ପଷ୍ଟ ରହିଛି ।

 

 

ଘଟଣାସ୍ଥଳରେ ପହଁଚିଲା ମଞ୍ଚେଶ୍ୱର ଥାନା ପୋଲିସ । ଯାତ୍ରା ଜଗତରେ ବି ବେଶ ପରିଚିତ ଥିଲେ ରାଇମୋହନ । ଖଳ ଚରିତ୍ର ରେ ତାଙ୍କ ଅଭିନୟ ଥିଲା ବେଶ ଚମତ୍କାର । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି ।ସୂଚନା ଅନୁଯାୟୀ, ରାଇମୋହନଙ୍କର ପତ୍ନୀ ଓ ୨ ଝିଅ ଥିଲେ। ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ। ସେ ଦୀର୍ଘ ବର୍ଷ ଧରି ଫିଲ୍ମ ଜଗତ ସହ ଜଡ଼ିତ ଥିଲେ।

କେତେବେଳେ ଖଳନାୟକ ରୋଲ୍‌ରେ ତାଙ୍କ ଡାଏଲଗ ଦର୍ଶକଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଥିବା ବେଳେ କେତେବେଳେ ଇମୋସନାଲ ରୋଲରେ ଆଖିରେ ଲୁହ ନେଇ ଆସୁଥିଲେ। ଫିଲ୍ମ ସହ ଯାତ୍ରାରେ ବି ଅଭିନୟ କରି ନିଜ ସ୍ୱତନ୍ତ୍ର ଛାପ ସେ ଛାଡ଼ି ଯାଇଛନ୍ତି।

Share this story