ଛାତ୍ରୀଙ୍କ ଗାଧୁଆ ଭିଡିଓ ଭାଇରାଲ, ଏକାଧିକ ଭିଡିଓ ଭାଇରାଲ ନେଇ ଆସିଲା ଏପରି ଚାଞ୍ଚଲ୍ୟକର ତଥ୍ୟ...

viral video from chandigarh university

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିର ଏହି ସମାଜରେ କିଛି ବ୍ୟକ୍ତିବିଶେଷ ଏତେ ତଳସ୍ତରକୁ ଖସିଯାଆନ୍ତି ଯାହାଙ୍କ କଳାକାରନାମା କୁ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଉଠିବ ଏବଂ ରାଗରେ ରକ୍ତ ଗରମ ହୋଇଯିବ । ହଁ ଆଜ୍ଞା ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରୀମାନଙ୍କ ଗାଧୁଆ ବେଳ ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପୁରା କଲେଜ ହଷ୍ଟେଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ନେଇ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଏହାର ପ୍ର୍ରତିବାଦ ଜଣାଇବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗତରାତିରୁ ବିକ୍ଷୋଭ ପ୍ରଦର୍ଶନ ଚଳାଇଛନ୍ତି ।

ଜଣେ ଛାତ୍ରୀ ତାଙ୍କ ମୋବାଇଲରେ ଏଭଳି ଭିଡିଓ ସୁଟିଂ କରି ତାଙ୍କ ପୁରୁଷ ବନ୍ଧୁଙ୍କ ନିକଟକୁ ପଠାଇଥିଲେ । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ପୁଲିସ ସଂପୃକ୍ତ ଅଭିଯୁକ୍ତ ଛାତ୍ରୀ ଏବଂ ତାଙ୍କର ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ।

ଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ, ଅନ୍ତେବାସୀମାନଙ୍କର ୫୦ରୁ ୬୦ଟି ଭିଡିଓ ରହିଛି । ଅଭିଯୁକ୍ତ ସେସବୁ ଭିଡିଓକୁ ତାଙ୍କ ବନ୍ଧୁଙ୍କ ନିକଟକୁ ପଠାଇଛି । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚଳାଇଛନ୍ତି । ହଷ୍ଟେଲର ଗୋଟିଏ ମହଲାରେ ୨୦ଟି ରୁମ୍ ରହିଛି । ପ୍ରତି ରୁମ୍ ରେ ୪ଜଣ ଲେଖାଏଁ ଛାତ୍ରୀ ରହୁଛନ୍ତି । ତେଣୁ ଅନ୍ୟ ଛାତ୍ରୀମାନଙ୍କର ଭିଡିଓ ମଧ୍ୟ ଭାଇରାଲ ହୋଇଥିବା ଆଶଙ୍କା କରାଯାଉଛି ।

ଛାତ୍ରୀମାନଙ୍କ ଅଭିଯୋଗ ଏବଂ ଆନ୍ଦୋଳନ ଉଗ୍ର ହେବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଅଭିଯୁକ୍ତ ଛାତ୍ରୀଙ୍କୁ କ୍ୟାମ୍ପସରୁ ଗିରଫ କରାଯାଇଥିବା ବେଳେ ତାଙ୍କ ପୁରୁଷ ବନ୍ଧୁଙ୍କୁ ସିମଲାରୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ମୋବାଇଲ ଫୋନ୍ ର ଫରେନସିକ ତଦନ୍ତ ହେବାପରେ ଅଧିକ ଘଟଣା ସାମ୍ନାକୁ ଆସିପାରିବ ବୋଲି ପୁଲିସ କହିଛି ।

ତେବେ ଏହି ଘଟଣାରେ ଭିଡିଓ ଭାଇରାଲ ହେବା ପରେ କିଛି ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ଆନ୍ଦୋଳନକାରୀମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ପୁଲିସ ଖଣ୍ଡନ କରିବା ସହ ଏଭଳି ଗୁଜବକୁ ବିଶ୍ୱାସ ନକରିବାକୁ ନବେଦନ କରିଛି । ଏଥିସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି ଯେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Share this story