ସେକ୍ସ ପାଗଳ ସାମ୍ବାଦିକଙ୍କୁ ଚପଲରେ ସେକି ଦେଇଗଲେ ମହିଳା

Journalist

ଓଡ଼ିଆ ଗସିପ ବ୍ୟୁରୋ: ଜଣେ ଓ୍ବେବ ଚ୍ୟାନେଲ ରିପୋର୍ଟରଙ୍କୁ ଗୋଡାଇ ଗୋଡ଼ାଇ ଚପଲରେ ପିଟିଛନ୍ତି ଜଣେ ମହିଳା । ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଉଥିବା ବ୍ୟକ୍ତି ଜଣକ ମଧ୍ୟ ମହିଳାଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି। ଏଭଳି କିଛି ଘଟଣା ଦେଖବାକୁ ମିଳିଛି କଟକ ମହିଳା ଥାନା ନିକଟରେ ଥିବା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ।

 

"ମୋତେ ମିଡ଼ିଆରେ ଚାକିରି କରାଇ ଦେବା କରି ଓ୍ବେବ ଚ୍ୟାନେଲ ସାମ୍ବାଦିକ ଅକ୍ଷୟ ଦାସ ମୋ ସହିତ ୩ ବର୍ଷ ହେଲା ଶାରୀରିକ ସମ୍ପର୍କ ରଖିଲା । ମୁଁ ଗର୍ଭବତୀ ହେବା ପରେ ମୋର ଗର୍ଭ ନଷ୍ଟ ମଧ୍ୟ କଲା । ଚାକିରି ଦେବା କଥା ଆସିବା ପରେ ସେ ଧରା ଛୁଆଁ ଦେଲା ନାହିଁ । ଏବେ କିଛି ଲୋକଙ୍କ ସହ ମିଶି ଶାରୀରିକ ସମ୍ପର୍କ ରଖିବା ବେଳର ଭିଡ଼ିଓକୁ ଭାଇରାଲ କରିବ ବୋଲି ଧମକ ଦେଉଛି," ଅଭିଯୋଗ କରିଛନ୍ତି ମାଡ଼ ମାରୁଥିବା ସମ୍ପୃକ୍ତ ମହିଳା ।



ମାଡ ମାରୁଥିବା ସମ୍ପୃକ୍ତ ମହିଳାଙ୍କ ଘର କଟକ ପୁରୀଘାଟ ଅଞ୍ଚଳରେ। ନିଜ ଅଭିଯୋଗରେ ପୀଡ଼ିତା ଜଣଙ୍କ ଦୁଇ ଜଣ ଓ୍ବେବ ଚାନେଲ ସାମ୍ବାଦିକ ଓ ଦୁଇ ଜଣ ମହିଳାଙ୍କ ସହ ମୋଟ ୪ ଜଣଙ୍କ ନାଁରେ ଏତାଲା ଦେଇଛନ୍ତି । ତେବେ ଦୀର୍ଘ ଦିନ ପରେ ଅଭିଯୋଗକାରିଣୀ ଆଜି ଅଭିଯୁକ୍ତମାନଙ୍କୁ ଦେଖିବା ପରେ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ । ଗୋଡରୁ ଚପଲ ବାହାର କରି ଓ୍ବେବ ସାମ୍ବାଦିକଙ୍କୁ ପିଟିଥିଲେ ।

 

କେବଳ ସେତିକି ନୁହେଁ ବରଂ ସମ୍ପୃକ୍ତ ସାମ୍ବାଦିକଙ୍କ ସହିତ ଆସିଥିବା ଜଣେ ମହିଳାଙ୍କ ସହ ମଧ୍ୟ ଅଭିଯୋଗାରୀ ମହିଳା ହାତାହାତି ହୋଇଥିଲେ । ଖବର ପାଇ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । କିନ୍ତୁ ପୋଲିସ ଆସିବା ପୂର୍ବରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ ।



ସେପଟେ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ୍ବେବ ଚାନେଲ ସାମ୍ବାଦିକ । "ମୁଁ ତାଙ୍କର ଯୌନ ଶୋଷଣ କରି ନାହିଁ । ସେ ଯାହାବି କହୁଛନ୍ତି ସବୁ ମିଛ । ଆମେ ଅନେକ ସମୟରେ ଏକାଠି ବୁଲିବାକୁ ଯାଇଛୁ । ହେଲେ ସହିତ ଶାରୀରିକ ସମ୍ପର୍କ ରଖି ନାହିଁ,"କହିଛନ୍ତି ଓ୍ବେବ ଚାନେଲ ସାମ୍ବାଦିକ ଅକ୍ଷୟ ଦାସ ।

Share this story