ରଶ୍ମିରେଖାଙ୍କ ସହ ଲିଭ୍ ଇନରେ ଥିଲେ ସନ୍ତୋଷ; ପ୍ରେମିକାଙ୍କ ମୃତ୍ୟୁରେ ହୋଇଥିଲେ ଜେରା, କଲେ ଆତ୍ମହତ୍ୟା

santosh

ଓଡ଼ିଆ ଗସିପ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା । ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ । ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ସନ୍ତୋଷ ନିଜ ବେଡ୍‌ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି । ସନ୍ତୋଷ ରାଉରକେଲାରେ ନିଜ ବାପାମା’ଙ୍କ ସହ ରହୁଥିଲେ। ମାତ୍ର ଗତକାଲି ବିଳମ୍ବିତ ରାତିରେ ବାପାମା’ ଶୋଇ ପଡ଼ିବା ପରେ ସନ୍ତୋଷ ଏପରି ଚରମ ପଦକ୍ଷେପ ନେଇଛନ୍ତି।  ସେ ନିଜ ବେଡରୁମ୍‌ରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି  ସନ୍ତୋଷ ପାତ୍ରଙ୍କ ମୃତଦେହକୁ ପୁଲିସ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ମର୍ଗ ହାଉସରେ ରଖିଛି ।


 


 

ଟେଲି ଅଭିନେତ୍ରୀ ରଶ୍ମୀରେଖା ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ସନ୍ତୋଷ ପାତ୍ରଙ୍କ ସହ ଲିଭ-ଇନ୍‌ରେ ରହୁଥିବା ବେଳେ ଗତ ୧୭ ତାରିଖରେ ସେ ଆତ୍ମହତ୍ୟା କରିଥିଲେ। ଏହାପରେ ସନ୍ତୋଷଙ୍କ ପତ୍ତା ମିଳୁ ନ ଥିବା ବେଳେ  ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ଗତ ୨୪ ତାରିଖରେ ନୟାପଲ୍ଲୀ ଥାନାରେ ହାଜର ହୋଇଥିଲେ ସନ୍ତୋଷ । ସେଠାରେ ଜେରା ବେଳେ ଦୁହେଁ ମନ୍ଦିରରେ ବିବାହ କରି ପତିପତ୍ନୀ ପରି ରହୁଥିବା ସ୍ୱୀକାର କରିଥିଲେ ସନ୍ତୋଷ । ହେଲେ ରଶ୍ମୀରେଖାଙ୍କ ମୃତ୍ୟୁର କାରଣ କହି ପାରିବେନି ବୋଲି କହିଥିଲେ।

ସନ୍ତୋଷଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ହୁଏତ ମାନସିକ ଚାପ ଯୋଗୁ ସେ ଏପରି ଚରମ ପଦକ୍ଷେପ ଉଠାଇ ଥାଇପାରନ୍ତି, ନଚେତ ଏହା ପଛରେ ଆଉ କିଛି କାରଣ ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

Share this story