ସାମୀର ସାଇଡ ଇଫେକ୍ଟ: ପତ୍ନୀକୁ ଦୁଷ୍କର୍ମ କରିଥିବା ଜଣେ ସ୍ୱାମୀ ବିରୋଧରେ ରୁଜ୍ଜୁ ହେଲା ଦୁଷ୍କର୍ମ ମାମଲା

ଓଡ଼ିଆ ଗସିପ୍ ବ୍ୟୁରୋ: କର୍ଣ୍ଣାଟକ ହାଇକୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇ ନିଜ ପତ୍ନୀକୁ ଦୁଷ୍କର୍ମ କରିଥିବା ଜଣେ ସ୍ବାମୀ ବିରୋଧରେ ଦୁଷ୍କର୍ମ ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ରାୟରେ ହାଇକୋର୍ଟ କହିଛନ୍ତି ଯେ, ଦୁଷ୍କର୍ମ ହେଉଛି ଦୁଷ୍କର୍ମ, ଜଣେ ସ୍ବାମୀ ନିଜ ସ୍ତ୍ରୀ ଉପରେ ତାହା କରିଥିଲେ ବି ତାହାକୁ ଦୁଷ୍କର୍ମ ବୋଲି ଧରାଯିବ ।
କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ବିବାହ ଜଣେ ପୁରୁଷକୁ ନିଜ ପତ୍ନୀ ଉପରେ ଏପରି ପାଶବିକ ଅତ୍ୟାଚାର କରିବାକୁ କୌଣସି ସ୍ବତନ୍ତ୍ର ଅଧିକାର ଦିଏ ନାହିଁ, ଦେବା ଉଚିତ ନୁହେଁ ।
କିନ୍ତୁ ଆଜିର ରାୟ ସହ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ, ଏହି ରାୟ ମାଧ୍ୟମରେ କେବଳ ସଂପୃକ୍ତ ସ୍ବାମୀ ବିରୋଧରେ ମାମଲା ରୁଜ୍ଜୁ ପାଇଁ ନିର୍ଦେଶ ଦିଆଯାଇଛି, କିନ୍ତୁ ଏହା ବୈବାହିକ ଦୁଷ୍କର୍ମକୁ ଅପରାଧ ମାନ୍ୟତା ପ୍ରଦାନ ସଂପର୍କିତ ନୁହେଁ । ବୈବାହିକ ଦୁଷ୍କର୍ମକୁ ଅପରାଧ ମାନ୍ୟତା ଦେବା କାର୍ଯ୍ୟ ବ୍ୟବସ୍ଥାପିକା (ସଂସଦ)ର କାର୍ଯ୍ୟ । ବ୍ୟବସ୍ଥାପିକା ବିଭିନ୍ନ ପରିସ୍ଥିତି, ବିଭିନ୍ନ ପକ୍ଷ ଓ ପରିଣତିର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ପରେ ଏ ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରିବ ।
ବର୍ତ୍ତମାନ ଭାରତୀୟ ଦଣ୍ଡବିଧି ସଂହିତାରେ ବୈବାହିକ ଦୁଷ୍କର୍ମ ଅପରାଧ ଆଖ୍ୟା ଦିଆଯାଇନାହିଁ । ତେବେ ଏହାକୁ ଅପରାଧ ମାନ୍ୟତା ଦେବାକୁ ଦେଶରେ ବିଗତ କିଛି ବର୍ଷ ହେଲା ବିତର୍କ ଜାରି ରହିଛି ।