ରଶ୍ମିଙ୍କ ବାପା କହିଥିଲେ; ’ସନ୍ତୋଷ ପାତ୍ର ମୋ ଝିଅକୁ ମାରିଛି, ତାକୁ ଜେଲ୍‌ ପଠାଯାଉ’, ଏବେ ସେ ହାରିଲେ ଜୀବନ

25

ଓଡ଼ିଆ ଗସିପ୍ ବ୍ୟୁରୋ: କିଛି ଦିନ ତଳେ ପ୍ରେମିକା ମରିଥିଲେ ଆଉ ଏବେ ପ୍ରେମିକ ଚାଲିଗଲେ । ଯାହା ସହ ଲିଭ୍ ଇନ୍ ରେ ରହିଥିଲେ ସେ ପ୍ରେମିକ ଆଜି ପରଲୋକରେ । ଗତକାଲି ରାତି ଅଧରେ ଆତ୍ମହତ୍ୟା କରିଛନ୍ତି ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଲିଭ୍ ଇନ୍ ପାର୍ଟନର ସନ୍ତୋଷ ପାତ୍ର । ନିଜ ଝିଅ ରଶ୍ମିରେଖା ମୃତ୍ୟୁ ପରେ କିନ୍ତୁ ସବୁ ଦୋଷ ସନ୍ତୋଷକୁ ଦେଇଥିଲେ ରଶ୍ମିରେଖାଙ୍କ ବାପା । ପଢ଼ନ୍ତୁ ଏହି ରିପୋର୍ଟ...

‘ମୋଝିଅ ୪ ବର୍ଷ ହେଲା ଭୁବନେଶ୍ୱରରେ ଭଡ଼ା ଘରେ ରହୁଥିଲା। ଘର ମାଲିକଙ୍କ କହିବା ଅନୁସାରେ, ସନ୍ତୋଷ ଓ ମୋ ଝିଅ(ରଶ୍ମି) ସ୍ୱାମୀ ସ୍ତ୍ରୀ ଭଳି ରହୁଥିଲେ। ସେମାନେ କୁଆଡ଼େ ବିବାହ କରିଥିଲେ। ହେଲେ ବାହାଘର ବିଷୟରେ ଆମେ କିଛିବି ଜାଣିନୁ। ସେ ମଧ୍ୟ ଘରେ ଏସମ୍ପର୍କରେ କିଛି କହି ନଥିଲା। ତେଣୁ ମୋ ଝିଅର ମୃତ୍ୟୁ ପଛରେ ସନ୍ତୋଷର ହାତ ଥିବା ସନ୍ଦେହ କରୁଛୁ।’...

ମୃତ ରଶ୍ମିରେଖାଙ୍କ ବାପା କହିଛନ୍ତି, ‘ମୋ ଝିଅ ୪ ବର୍ଷ ହେଲା ଭୁବନେଶ୍ୱରରେ ରହୁଥିଲା। ସିରିୟଲରେ ଅଭିନୟ କରିବା ପରଠୁ ସେ ଘରକୁ ଯା’ଆସ କରେ। ସିରିୟଲ ସରିବା ପରେ ସେ ଫାଇନାନ୍ସ କମ୍ପାନୀରେ କାମ କରୁଥିଲା ଓ ନୟାପଲ୍ଲୀରେ ଭଡ଼ା ଘରେ ରହୁଥିଲା। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ସେଇ କମ୍ପାନୀରେ କାମ କରୁଥିବା ସନ୍ତୋଷ ପାତ୍ର ନାମକ ଜଣେ ଯୁବକ ୧୧ ତାରିଖ ଦିନ ମୋତେ ଫୋନ୍‌ କରିଥିଲା। ଝଗଡ଼ା ହୋଇଛି ଓ ରଶ୍ମିର ଆଖି ମାଡ଼ ହୋଇଥିବା କଥା ସେ କହିଥିଲା। ଏହାପରେ ଝିଅକୁ ଦେଖା କରିବାକୁ ମୁଁ ଯାଇଥିଲି। ଶନିବାର ଦିନ ଆମେ ଯେତେଥର ଝିଅକୁ ଫୋନ୍‌ କରିଥିଲୁ ସେ ଆଉ ଫୋନ୍‌ ଉଠାଇ ନଥିଲା। ସେଇଦିନ ସନ୍ଧ୍ୟାରେ ସନ୍ତୋଷ ଫୋନ୍‌ କରି କହିଲା ତୁମ ଝିଅ ଆଉ ନାହିଁ। ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି।’

ମିଳିଥିବା ସୁଇସାଇଡ୍‌ ନୋଟ୍‌ ରଶ୍ମି ଲେଖିଛି ନା ଆଉ କିଏ, ତାହା ଜଣାପଡ଼ିନି। ତଦନ୍ତ ହେଲେ ପ୍ରକୃତ ସତ ଜଣାପଡ଼ିବ ବୋଲି ରଶ୍ମିରେଖାଙ୍କ ବାପା କହିଛନ୍ତି। ସେ କହିଛନ୍ତି, ‘ମୋ ଝିଅକୁ ସନ୍ତୋଷ ପାତ୍ର ହତ୍ୟା କରିଛି। ତାକୁ ଜେଲ୍ ପଠାଯାଉ ଓ ଦଣ୍ଡ ମିଳୁ।’

ସୂଚନା ଅନୁସାରେ, ଗତ ଦେଢ଼ମାସ ହେଲା ରଶ୍ମିରେଖା ନୟାପଲ୍ଲୀରେ ଜଣେ ପୁରୁଷ ବନ୍ଧୁଙ୍କ ସହ ରହି ଆସୁଥିଲେ। ଚାକିରି କରିଥିବାରୁ ସମ୍ପୃକ୍ତ ଯୁବକ କିଛିଦିନ ହେବ ବାହାରେ ରହୁଛନ୍ତି। କେଉଁ ପରିସ୍ଥିତିରେ ରଶ୍ମିରେଖାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ିନି। ସେ ଆତ୍ମହତ୍ୟା କରିଛନ୍ତି ନା ମାନସିକ ଚାପରେ ପଡ଼ି ଏଭଳି ଚରମ ପଦକ୍ଷେ ନେଇଛନ୍ତି ? ନା ଲିଭ୍‌ ଇନ୍‌ ରିଲେସନଶିପ୍‌କୁ ନେଇ ଥିଲା କିଛି ମାନସିକ ଚାପ ? ଏସବୁ ଦିଗକୁ ନେଇ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। 

Share this story