ରଶ୍ମିରେଖା ଆତ୍ମହତ୍ୟା ମାମଲା: ନୟାପଲ୍ଲୀ ଥାନାକୁ ଆସିଥିଲେ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର 

santosh

ଓଡ଼ିଆ ଗସିପ୍ ବ୍ୟୁରୋ: ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ଆତ୍ମହତ୍ୟା । ଗତକାଲି ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ । ରାଉରକେଲା ବାସନ୍ତୀ କଲୋନୀରେ ରହୁଥିବା ସନ୍ତୋଷ ନିଜ ବେଡ୍‌ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି । ସନ୍ତୋଷ ତାଙ୍କ ବାପା ମାଆଙ୍କ ସହ ରହୁଥିଲେ । ସନ୍ତୋଷ ପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ମର୍ଗ ହାଉସରେ ରଖିଛି । କିଛି ଦିନ ତଳେ ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ମାମଲାରେ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଜେରାର ସମ୍ମୁଖିନ ହୋଇଥିଲେ ବୟଫ୍ରେଣ୍ଡ ସନ୍ତୋଷ ପାତ୍ର ।

ଟେଲି ଅଭିନେତ୍ରୀ ରଶ୍ମୀରେଖା ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରେ ସନ୍ତୋଷ ପାତ୍ରଙ୍କ ସହ ଲିଭ-ଇନ୍‌ରେ ରହୁଥିବା ବେଳେ ଗତ ୧୭ ତାରିଖରେ ସେ ଆତ୍ମହତ୍ୟା କରିଥିଲେ। ଏହାପରେ ସନ୍ତୋଷଙ୍କ ପତ୍ତା ମିଳୁ ନ ଥିବା ବେଳେ  ତାଙ୍କ ନାଁରେ ଅଭିଯୋଗ ଆସିବା ପରେ ଗତ ୨୪ ତାରିଖରେ ନୟାପଲ୍ଲୀ ଥାନାରେ ହାଜର ହୋଇଥିଲେ ସନ୍ତୋଷ । ସେଠାରେ ଜେରା ବେଳେ ଦୁହେଁ ମନ୍ଦିରରେ ବିବାହ କରି ପତିପତ୍ନୀ ପରି ରହୁଥିବା ସ୍ୱୀକାର କରିଥିଲେ ସନ୍ତୋଷ । ହେଲେ ରଶ୍ମୀରେଖାଙ୍କ ମୃତ୍ୟୁର କାରଣ କହି ପାରିବେନି ବୋଲି କହିଥିଲେ।



ସନ୍ତୋଷଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନ ଥିବା ବେଳେ ହୁଏତ ମାନସିକ ଚାପ ଯୋଗୁ ସେ ଏପରି ଚରମ ପଦକ୍ଷେପ ଉଠାଇ ଥାଇପାରନ୍ତି, ନଚେତ ଏହା ପଛରେ ଆଉ କିଛି କାରଣ ଅଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

Share this story