ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
Jun 24, 2022, 13:58 IST

ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି। କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନି।
ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିଛି। ଖବରପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚିଛି। ରାଇମୋହନଙ୍କ ମୃତ୍ୟୁକୁ ନେଇ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।
ଓଲିଉଡର ଲୋକପ୍ରିୟ ଅଭିନେତା ଭାବେ ରାଇମୋହନ ବେଶ୍ ଜଣାଶୁଣା। ଯାତ୍ରା ଜଗତରେ ବି ସେ ବେଶ୍ ପରିଚିତ ଥିଲେ। ଖଳ ଚରିତ୍ରରେ ତାଙ୍କ ଅଭିନୟ ଥିଲା ବେଶ ଚମତ୍କାର।
ଭୁବନେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ମିଳିଛି। ଖବରପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚିଛି। ରାଇମୋହନଙ୍କ ମୃତ୍ୟୁକୁ ନେଇ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।