ଚଉଠି ରାତିରେ ସ୍ୱାମୀ ନୁହେଁ ପ୍ରେମିକ ସହ ସେକ୍ସ ଅପିଲ କଲେ ନବବଧୂଶାଶୁ ଘରୁ ଟଙ୍କା ସୁନା ନେଇ ଚମ୍ପଟ

1212

ଓଡ଼ିଆ ଗସିପ୍ ବ୍ୟୁରୋ:  ଖଟ ରେଡି ଥିଲା, ଫୁଲ ସଜା ହୋଇଥିଲା । ଅତରର ସୁବାଷରେ ମହକୁଥିଲା ଶୋଇବା ଘର । ନୂଆ ଗଦି ପଡ଼ିଥିଲା, ମିଞ୍ଜି ମିଞ୍ଜି ଆଲୁଅ ଚଉଠି ରାତୀର ଚମକକୁ ଦୁଇଗୁଣା କରୁଥିଲା । ବର-କନିଆ ମଧ୍ୟ ଶୃଙ୍ଗାର ରସର ସାଗରରେ ବୁଡ଼ିଯିବାକୁ ପାଦ ବଢ଼େଇ ଘରକୁ ଧିରେ ଧିରେ ବଢୁଥିଲେ । ଉନ୍ମାଦନା ବଢୁଥିଲା, କାମନାର ନିଆଁ ଦୁହିଁଙ୍କ ଦେହରେ ଲାଗି ସାରିଥିଲା । ଆଲିଙ୍ଗନ ପୂର୍ବରୁ କିନ୍ତୁ ଘଟିଗଲା ଅଘଟଣ । ଏତେବଡ଼ ଅଘଟଣ ଯେ, କହିଲେ କୁଳ କୁଟୁମ୍ବକୁ ଲାଜ ନ କହିଲେ କୁଳ ଭାସି ଯାଉଛି ।

 

କଥାରେ ଅଛି ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ଏଠି କିନ୍ତୁ ଭିନ୍ନ ଏକ କାହାଣୀ ଭିନ୍ନ ଏକ ଦୃଶ୍ୟ । ସଂସାର ଗଢ଼ି ହେବା ଆଗରୁ ହିଁ ଯୌନାକାକ୍ଷୀଂ ଯୁବତୀରୁ ନବବଧୂ ସାଜିଥିବା ପତ୍ନୀ ପାପ କରି ଫେରାର । ହଁ ଚଉଠି ରାତିରେ ସ୍ୱାମୀକୁ ଛାଡ଼ି ପର ପୁରୁଷ ସହ ଫେରାର ମାରିଲା କଳିଯୁଗର କନିଆ । ଗଲା ତ ଗଲା ମାନ ମହତ ସବୁ ପାଦରେ ଦଳି ଚକଟି ଗଲା । ତା ପାପର କାହାଣୀ ଏବେ କିନ୍ତୁ ବାଟରେ ପଡ଼ି ହାଟରେ ଗଡ଼ିଲାଣି ।

 

ଏବେ ଆପଣ ବି ଭାବୁଥିବେ ପ୍ରକୃତରେ ଘଟଣ କଣ । ତେବେ ଚାଲନ୍ତୁ ଜାଣିବା ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଘଟିଥିବା ଏମିତି ଏକ କାଣ୍ଡ ସମ୍ପର୍କରେ ଯାହାକୁ ନେଇ ସୋସିଆଲ ମିଡିଆରେ ନିଆଁ ଲାଗିଛି ।

ଆଜି ସକାଳୁ ସକାଳୁ ସାରା ଓଡ଼ିଶାରେ ଚହଳ ପକାଇଥିଲା ଏହି ଖବର । ଖବର ଏହା ଯେ, ସ୍ବାମୀକୁ ଚାପୁଡ଼ା ମାରି ପ୍ରେମିକ ସହ ଜଣେ ନବବିବାହିତା ମନ୍ଦିରରୁ ଫେରାର୍‌ । ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏ ସଂପର୍କରେ ଯୁବତୀଙ୍କ ସ୍ବାମୀ ବଳରାମ ସାହୁ ଲିଙ୍ଗରାଜ ଏବଂ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଦୁଇ ପରିବାରଙ୍କ ସହମତିକ୍ରମେ ଗତ ୧୨ତାରିଖ ଦିନ ବଳରାମ ପିପିଲି ଗୋବିନ୍ଦପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହର ପରଦିନ ଯୁବତୀଜଣଙ୍କ କାହା ସହ କଥା ହେଉଥିବା ବଳରାମ ଶୁଣିବାକୁ ପାଇଥିଲେ। ବଳରାମ ଏଥିରେ ରାଗିବାରୁ ଯୁବତୀଜଣଙ୍କ ତାଙ୍କୁ ବୁଝାଇ ସୁଝାଇ ଚୁପ୍‌ କରାଇ ଦେଇଥିଲେ। ପର ଦିନ ଯୁବତୀଜଣଙ୍କ ଲିଙ୍ଗରାଜ ମନ୍ଦିର ଯିବାକୁ ଜିଦ୍‌ ଧରିଥି‌ଲେ।

ବିବାହ ପାଇଁ ସେ ମାନସିକ କରିଛନ୍ତି, ତେଣୁ ମନ୍ଦିର ନଗଲେ ଅନିଷ୍ଟ ହେବ କହି ବଳରାମଙ୍କୁ ସାଥିରେ ନେଇଥିଲେ। ତେବେ ଦୁହେଁ ମନ୍ଦିରରୁ ଦର୍ଶନ ସାରି ଫେରିବା ବେଳେ ଏକ ଗାଡ଼ିରେ ୫-୭ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ଦୁହିଁଙ୍କୁ ଉକ୍ତ ଗାଡ଼ିରେ ବସିବା ପାଇଁ କହିଥି‌ଲେ। ସେମାନଙ୍କୁ ଚିହ୍ନି ନଥିବାରୁ ବଳରାମ ଏହାର ବିରୋଧ କରିଥିଲେ। ହେଲେ ଯୁବତୀଜଣଙ୍କ ଲୋକଙ୍କ ସମ୍ମୁଖରେ ବଳରାମଙ୍କୁ ଚାପୁଡ଼ା ମାରି ସେହି ଗାଡ଼ିରେ ବସି ପଡ଼ିଥିଲେ।

ପରେ ଉକ୍ତ ଯୁବକମାନେ ମଧ୍ୟ ବଳରାମଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇଥିଲା। ସେଠାରେ ପରସ୍ପର ପରସ୍ପର ବିରୋଧରେ ଅଭିଯୋଗ ଆଣିଥିଲେ। ତେବେ ପୁଲିସ ସେମାନଙ୍କୁ ପଚରାଉଚରା କରି ଛାଡ଼ି ଦେଇଥି‌ଲା। ପରେ ଯୁବତୀଜଣଙ୍କ ଉକ୍ତ ଯୁବକଙ୍କ ସହ ପଳାଇଥିବା ଜଣାଯାଇଛି। ଯୁବତୀଜଣଙ୍କ ପ୍ରେମିକ ସହ ଫେରାର୍‌ ହେବା ପାଇଁ ସମସ୍ତ ଯୋଜନା କରି ଏଭଳି କାଣ୍ଡ ଘଟାଇଥିବା ବଳରାମ ଅଭିଯୋଗ କରିଛନ୍ତି। ତେବେ ଗଲା ବେଳେ ସେ ତାଙ୍କର ୪ଭରି ସୁନା ଗହଣା ଏବଂ ଦେଢ଼ଲକ୍ଷ ଟଙ୍କା ନେଇ ଯାଇଛନ୍ତି। ଏ ସଂପର୍କରେ ବଳରାମ ଭରତପୁର ଥାନାରେ ଆଉ ଏକ ଅଭିଯୋଗ କରିଛନ୍ତି।

Share this story