ମରିବା ଦିନ ମାଆ ଖୁଆଇ ଦେଇଥିଲେ ମଞ୍ଜୁରିଆନ୍ ଓ ଚାଓମିନ୍; ପୁରଣ ହୋଇଥିଲା ଶେଷ ଇଚ୍ଛା
ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରେ ଚାକିରି କରୁଥିବା ସନ୍ତୋଷ ଭୁବନେଶ୍ୱରରେ ରହୁଥିଲେ। ଏହି ରହଣୀ ଭିତରେ ହିଁ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ସହ ତାଙ୍କର ପ୍ରଥମେ ପରିଚୟ ଆଉ ପରେ ଏ ସମ୍ପର୍କ ପ୍ରେମର ରୂପ ନେଇଥିଲା। ପରେ ସନ୍ତୋଷଙ୍କ ନୟାପଲ୍ଲୀ ଭଡ଼ା ଘରେ ହିଁ ଉଭୟ ଲିଭ୍ ଇନ୍ ରିଲେସନ୍ସିପ୍ରେ ରହୁଥିଲେ। ଗତ ଜୁନ୍ ୧୯ ତାରିଖରେ ସେହି ଭଡ଼ାଘରେ ହିଁ ଆତ୍ମହତ୍ୟା କରିଥିଲେ ରଶ୍ମିରେଖା। ରଶ୍ମିରେଖାଙ୍କ ଆତ୍ମହତ୍ୟା ପଛର କାରଣ ଏଯାଏଁ ସାମ୍ନାକୁ ଆସି ନଥିବା ବେଳେ ଏହା ପଛରେ ତ୍ରିକୋଣୀୟ ପ୍ରେମ କାହାଣୀ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାପରେ ସନ୍ଦେହ ଘେରକୁ ଆସିଥିଲେ ସନ୍ତୋଷ ପାତ୍ର ଓ ରଶ୍ମିରେଖାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅଭିନେତା ରାଜା। ସେତେବେଳେ ଉଭୟଙ୍କୁ ନୟାପଲ୍ଲୀ ପୋଲିସ ଥାନାକୁ ଡାକି ଜେରା କରିଥିଲା।
ଏଠି ପ୍ରଶ୍ନ ଉଠୁଛି, ଯଦି ରଶ୍ମିରେଖାଙ୍କ ମୃତ୍ୟୁ ପରେ ସନ୍ତୋଷଙ୍କ ପାଖରେ ସମସ୍ତ ଆତ୍ମହତ୍ୟା ପ୍ରବଣତା ଦେଖାଯାଇଥିଲା, ତେବେ ଏ ଦିଗରେ ତାଙ୍କୁ ଉପଯୁକ୍ତ କାଉନ୍ସେଲିଂ କରାଗଲାନି କାହିଁକି?
ରାଉରକେଲା ବାସନ୍ତୀ କଲୋନୀରେ ନିଜ ବାପା-ମାଆଙ୍କ ସହ ରହୁଥିବା ବେଳେ ରଶ୍ମୀରେଖାଙ୍କ ମୃତ୍ୟୁ ପରଠୁ ସବୁବେଳେ ମାନସିକ ଚାପ ଓ ଅବସାଦ ଭିତରେ ଦିନ କାଟୁଥିଲେ। ସନ୍ତୋଷଙ୍କ ଆତ୍ମହତ୍ୟା ପରେ ତାଙ୍କ ମାଆ କହିଛନ୍ତି ଯେ ଆଗରୁ ଏକାଧିକ ଥର ଆତ୍ମହତ୍ୟା କରିବାର ପ୍ରଚେଷ୍ଟା ବି କରିଥିଲେ ସନ୍ତୋଷ। ହେଲେ ବାପା ଓ ମାଆ ତାଙ୍କୁ ଗୋଡ଼େ ଗୋଡ଼େ ଜଗୁଥିଲେ। ଘଟଣା ପରଠୁ ତାଙ୍କୁ ଦୈନିକ ବୁଝାଇବାକୁ ଚେଷ୍ଟା ବି କରୁଥିଲେ। ହେଲେ ବାପା ଓ ମାଆଙ୍କ ସବୁ ଚେଷ୍ଟାକୁ ନିଷ୍ଫଳ କରି ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ବେକରେ ଶାଢୀ ଲଗାଇ ଫ୍ୟାନ୍ରେ ଝୁଲି ପଡ଼ିଥିଲେ ସନ୍ତୋଷ।