ମରଣ ଦିନ ବାନ୍ତି ହୋଇ ମୁଣ୍ଡ ବୁଲାଇବାରୁ ବାଲେଶ୍ଵର ଚିକିତ୍ସାଳୟକୁ ନେଇ ଯାଇଥିଲେ ପରିବାର ସଦସ୍ୟ

rajeswari

ଓଡ଼ିଆ ଗସିପ ବ୍ୟୁରୋ: ଟେଲି ଅଭିନେତ୍ରୀ ରାଜେଶ୍ୱରୀ ଙ୍କ ନିଧନ ପରେ ବର୍ତ୍ତମାନ ସମସ୍ତଙ୍କ ମନରେ ଶୋକ ର ଛାୟା ଖେଳି ଯାଇଛି । ତେବେ ସେ ସବୁବେଳେ କହୁଥିଲେ କେତେବେଳେ କେଉଁ ମୁହୂର୍ତ୍ତରେ ଛାଡ଼ି ଚାଲିଯିବି ମୁଁ । କେଵଳ ସେତିକି ନୁହେଁ ସେ ସବୁବେଳେ ଏକଥା ବି କହୁଥିଲେ ଯେ, ଆମେ ସମସ୍ତେ ଜନ୍ମ ହୋଇଛୁ ଦିନେ ନା ଦିନେ ନିଶ୍ଚିତ ଭାବରେ ମରିବା । କିନ୍ତୁ ସମସ୍ତେ ଆଗପଛ ହୋଇଯିବା ।

ମାଛ ତରକାରୀ ରୋଷେଇ କରି ରଖିଥିଲେ । କିନ୍ତୁ ଖାଇ ପାରିଲେ ନାହିଁ । ସେ ସବୁବେଳେ ହସୁଥିଲେ । ତାଙ୍କୁ ଦେଖିଲେ ବହୁତ ଖୁସି ଲାଗେ । ସେ ସମସ୍ତଙ୍କ କଥା ବୁଝନ୍ତି । ଦୁଖୀରଙ୍କି ସମସ୍ତଙ୍କୁ ସବୁବେଳେ ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସନ୍ତି । ସେ ଆସିଲେ ଘର ବହୁତ ଭରପୁର ଲାଗେ । ତାଙ୍କ ବିଷୟ ରେ ଏହି ଖବର ଶୁଣି ଆମେ ଅବାକ ହୋଇ ଯାଇଛୁ । ସେ ସିନା ଚାଲି ଯାଇଛନ୍ତି ।

କିନ୍ତୁ ତାଙ୍କ କଥା ମନେ ପକାଇ ଝୁରି ହେଉଛନ୍ତି ସାହି ପଡ଼ିଶା ଓ ବନ୍ଧୁ ବାନ୍ଧବ । ଆଠ ଦିନ ଧରି ବାପଘର ବାଲେଶ୍ଵର ରେ ରହିଥିବା ସମୟରେ ପଡୋଶୀ ଙ୍କ ସହିତ କାଟିଥିଲେ ଶେଷ ମୁହୂର୍ତ୍ତ । ଯାହାକୁ ମନେ ପକାଇ ଝୁରି ହେଉଛନ୍ତି ପଡ଼ୋଶୀ । ନିଜ ଗୋଡ଼ ରେ ଛିଡ଼ା ହେବା ପାଇଁ ବହୁତ ସଂଘର୍ଷ କରିଥିଲେ ରାଜେଶ୍ୱରୀ । କାହାକୁ ସେ ପର ବୋଲି ଭାବନ୍ତି ନାହିଁ ।

ଏତେ ବଡ଼ ରୋଗ ହୋଇଥିବା ସତ୍ତ୍ୱେ ସେ ସବୁବେଳେ ଆକ୍ଟିଭ ଓ ବିନ୍ଦାସ ଥାଆନ୍ତି । ମାଆ ଚାଲିଗଲା ପରେ ବହୁତ ଭାଙ୍ଗି ପଡ଼ିଥିଲେ । ତଥାପି ସେ ନିଜ ଗୋଡ଼ ରେ ଠିଆ ହୋଇଥିଲେ । ସମାଜରେ ନିଜର ଏକ ପରିଚୟ ସୃଷ୍ଟି କରିଥିଲେ । ଅଭିନେତ୍ରୀ ତଥା ବାଲେଶ୍ଵର ର ଝିଅ ରାଜେଶ୍ୱରୀ ରାୟ ମହାପାତ୍ର ଙ୍କ ଦେହାନ୍ତ ପରେ ସମସ୍ତେ ମର୍ମାହତ ।

ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ସୁଟିଂ କରୁଥିଲେ । ଗତ ବୁଧବାର ଅର୍ଥାତ ନଅ ଦିନ ପୂର୍ବରୁ ନିଜର ପୁତୁରା ର ଜନ୍ମଦିନ ରେ ଯୋଗ ଦେବା ନିମନ୍ତେ ସେ ନିଜ ବାପଘର ବାଲେଶ୍ଵର କୁ ଆସିଥିଲେ । ସେହିଦିନ ଠାରୁ ସେ ନିଜ ବାପଘରେ ରହିଥିଲେ । ମାତ୍ର ବୁଧବାର ଦିନ ହଠାତ ଅପରାହ୍ନ ସମୟରେ ତାଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିଲା ।

ବାନ୍ତି ହୋଇ ମୁଣ୍ଡ ବୁଲାଇବାରୁ ତାଙ୍କୁ ତୁରନ୍ତ ବାଲେଶ୍ଵର ଚିକିତ୍ସାଳୟ କୁ ନେଇ ଯାଇଥିଲେ ପରିବାର ସଦସ୍ୟ । କିନ୍ତୁ ସନ୍ଧ୍ୟା ୫ଟା ରେ ଚେତାଶୂନ୍ୟ ହୋଇ ଯିବାରୁ ତାଙ୍କୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ କୁ ନିଆ ଯାଇଥିଲା । କିନ୍ତୁ ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟା ରେ ତାଙ୍କର ମୃତ୍ୟୁ ଘଟିଥିଲା । ଶେଷରେ ସମସ୍ତଙ୍କୁ ଛାଡ଼ି ସେ ଆରପାରି କୁ ଚାଲି ଯାଇଥିଲେ ।

Share this story